• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Namita Biswal

ଆତଙ୍କବାଦୀଙ୍କ ଠିକଣା ଖୋଜି ଖୋଜି ଆକ୍ସନ ନେଉଛି ସେନା । ପହଲଗାମ ଆକ୍ରମଣରେ ସମ୍ପୃକ୍ତ ଥିବା ଆଉ ତିନି ଜଣ ଆତଙ୍କବାଦୀଙ୍କ ଘରକୁ ଧ୍ୱଂସ କରିଦିଆଯାଇଛି । ଗତକାଲି ରାତିରେ ଜମ୍ମୁ-କାଶ୍ମୀରର ସୋପିଆନ, ପୁଲୱାମା ଓ କୁଲଗାମରେ ୩ ଲସ୍କର ଆତଙ୍କୀଙ୍କ ଘର ମାଟି ମିଶିଛି ।  ଏହିସବୁ ଘରେ ରହି ଆତଙ୍କବାଦୀଙ୍କୁ ସମର୍ଥନ ଓ ପ୍ରୋତ୍ସାହନ ମିଳିଥିବା ଖବର ମିଳିଛି ।ରାତିରେ ସର୍ଚ୍ଚ ଅପରେସନ ପରେ ସୁରକ୍ଷାବାହିନୀ ଆଇଇଡି ସାହାଯ୍ୟରେ ଘରଗୁଡିକୁ ଉଡାଇ ଦେଇଛି ।  

ଲସ୍କର ଆତଙ୍କବାଦୀ ଅହସନ ଅହମ୍ମଦ ଶେଖ୍‌ର ପୁଲୱାମା ମୁରାନରେ ଥିବା ଦୁଇ ମହଲା କୋଠାକୁ ଉଡାଇ ଦିଆଯାଇଛି । ସେହିପରି ଲସ୍କର ଆତଙ୍କୀ ଜାକିର୍ ଗାନିର କୁଲଗାମସ୍ଥିତ ଘର ଏବଂ ସୋପିଆନ ଜିଲ୍ଲା ଚୋଟିପୋରାରେ ଥିବା ଆତଙ୍କବାଦୀ ଶାହିଦ୍ ଅହମ୍ମଦର ବାସଭବନକୁ ସୁରକ୍ଷାକର୍ମାମାନେ ଆଇଇଡି ସାହାଯ୍ୟରେ ମାଟିରେ ମିଶାଇ ଦେଇଛନ୍ତି । ଏହି ୩ ଆତଙ୍କୀ ଫେରାର୍ ଥିବାବେଳେ ସମସ୍ତଙ୍କୁ ବିରୋଧରେ ଏକ ମାମଲା ରୁଜୁ ହୋଇଛି । ଗତକାଲି ଲସ୍କର ଆତଙ୍କବାଦୀ ଆଦିଲ୍ ହୁସେନ ଥୋକର ଓ ଆସିଫ୍ ଶେଖର ଘର ଭଙ୍ଗାଯାଇଥିଲା ।

ଅଧିକ ପଢ଼ନ୍ତୁ: ସାମ୍ନାକୁ ଆସିଲା ପହଲଗାମ୍ ନରସଂହାରର ନୃଶଂସ ଚିତ୍ର

ଗୁଇନ୍ଦା ସୂତ୍ରରୁ ସୂଚନା ମୁତାବକ, ଅହସନ ଅହମ୍ମଦ ଓ ଜାକିର୍ ଗାନି ୨୦୨୩ରେ ଲସ୍କର-ଏ-ତୋଏବା ସଂଗଠନରେ ସାମିଲ ହୋଇଥିଲେ । ସେହିପରି ଶାହିଦ୍ ଅହମ୍ମଦ ଦୁଇ ବର୍ଷ ତଳେ ଲସ୍କର ଆତଙ୍କୀଙ୍କ ସହ ହାତ ମିଶାଇଥିଲା ଏବଂ ଉପତ୍ୟକାରେ ବିଭିନ୍ନ ଆତଙ୍କବାଦୀ କାର୍ଯ୍ୟକଳାପରେ ସକ୍ରିୟ ରହିଥିଲା । ଏହି ଆତଙ୍କବାଦୀମାନେ ପହଲଗାମ୍‌ ଆକ୍ରମଣ ଷଡଯନ୍ତ୍ର ଯୋଜନା କରିବା ଓ ଆକ୍ରମଣ କରିବାରେ ସମ୍ପୃକ୍ତ ଥିଲେ ।

ଗତ ୨୨ ତାରିଖ ମଙ୍ଗଳବାର ଅପରାହ୍ନରେ ମିନି ସ୍ୱିଜରଲ୍ୟାଣ୍ଡ କୁହାଯାଉଥିବା ପହଲଗାମ୍‌ ବୈସରନରେ ୫ରୁ ୬ ଜଣ ଆତଙ୍କବାଦୀ ପର୍ଯ୍ୟଟକଙ୍କୁ ଗୁଳିମାଡ଼ କରିଥିଲେ । ନାଁ ଓ ଧର୍ମ ପଚାରି ଅଣମୁସଲମାନଙ୍କୁ ହତ୍ୟା କରିଥିଲେ ଆତଙ୍କୀ । ଏଥିରେ ୨୬ ଜଣଙ୍କ ମୃତ୍ୟୁ ହୋଇଥିଲା । ଲସ୍କର-ଏ-ତୋଏବାର ସ୍ଥାନୀୟ ସଂଗଠନ ଦ ରେଜିଷ୍ଟାନ୍ସ ଫ୍ରଣ୍ଟ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା ।

ଅଧିକ ପଢ଼ନ୍ତୁ: ୨ ଆତଙ୍କୀଙ୍କ ଘର ଉଡ଼ାଇଲେ ସୁରକ୍ଷାକର୍ମୀ, ପହଲଗାମ୍ ହମ୍‌ଲାରେ ଥିଲେ ସାମିଲ