• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ପାଣ୍ଡିଆନଙ୍କ ପାଖରେ ବିଜେଡି ପାଣ୍ଠି । ନବୀନ କେବେ ପାଣ୍ଡିଆନକୁ ଛାଡ଼ି ପାରିବେନି । ବିଜେପି ମୁହାଁ ବିଜେଡି ସାଂସଦ ।  ଏମିତି କିଛି ବୟାନ ରଖି ବିଜେଡିକୁ ଟାର୍ଗେଟ୍‌ କରିଛନ୍ତି ବରିଷ୍ଠ ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡା । 

ପଦ୍ମଲୋଚନ କହିଛନ୍ତି, ବିଜେଡରେ ଏକାନ୍ନ ଚକ୍ରବର୍ତ୍ତୀ ଥିଲେ ପାଣ୍ଡିଆନ । ନବୀନ ଖାଲି କା’ ଥିଲେ । ପାଣ୍ଡିଆନଙ୍କ ପ୍ରତି ନବୀନଙ୍କ ଦୁର୍ବଳତା ଅଛି ତାକୁ କେବେ ଛାଡ଼ି ପାରିବେନି । ବିଜେଡିର ବେସରକାରୀ ରାଜକୋଷ ପାଣ୍ଡିଆନ କବଜାରେ । ପ୍ଲାଇଁଂ କିସ୍‌ ଏବେ ବନ୍ଦ ହେଇଯାଇଛି ସବୁ ଲୁଚେଇକି ଚାଲିଛି । ରାତିରେ ନବୀନ ପାଣ୍ଡିଆନ କଥା ବାର୍ତ୍ତା ହେଉଛନ୍ତି । ଯେଉଁ ବିଜେଡି ନେତା କହୁଛନ୍ତି ଆମେ ନବୀନଙ୍କୁ ଭେଟୁଛୁ । ଏକଥା ମିଛ... ନବୀନ ସେମାନଙ୍କ ନାଁ ବି ଜାଣି ନଥିବେ । ବିଧାୟକ ଏବଂ ପୂର୍ବତନ ମନ୍ତ୍ରୀ ମାନଙ୍କୁ ନବୀନ ଚିହ୍ନି ନଥିବେ । ସବୁ ଡିଲ କରୁଛି ପାଣ୍ଡିଆନ । ବିଜେଡି ନେତାମାନେ ଆଶା ଶୂନ୍ୟ. ସେମାନେ ଦେଖୁଛନ୍ତି ବିଜେପି ହିଁ ଆଶା ସଂଚାର କରିପାରିବ । ବିଜେପି ପାଇଁ ଦୁର୍ବଳତା ରହିଛି ସେମାନେ ଯୋଗାଯୋଗ କରୁଥିବେ ବୋଲି ବିଜେପି ବିଧାୟକ ପଦ୍ମ ଲୋଚନ ପଣ୍ଡା କହିଛନ୍ତି । 

Also Read

ଅଧିକ ପଢ଼ନ୍ତୁ: କାହିଁକି ଘୋଷଣା ହେଲାନି ବିଜେଡି କାର୍ଯ୍ୟକାରିଣୀ କମିଟି ? ବିଦ୍ରୋହ ଆଶଙ୍କାରେ ଚାପି ଦେଲେ କି ତାଲିକା?

ପଦ୍ମଲୋଚନଙ୍କ ଏହି ବୟାନ ପରେ ବିଜେଡି କାଉଣ୍ଟର କରିଛି । ବିଜେଡି ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି, ବିଜେପି ନେତାଙ୍କୁ କାହିଁକି ପାଣ୍ଡିଆନ ଭୂତ ଘାରିଛି । ସେମାନେ ନିଜ କଥା ବୁଝନ୍ତୁ । ବିଜେଡି ପାଖରେ ଯାହା ପାଣ୍ଠି ଅଛି ତାହାର ରିପୋର୍ଟ ନିର୍ବାଚନ କମିଶନଙ୍କୁ ଦିଆଯାଇଛି । ଲୋକ ଲୋଚନରେ ଅଛି । ଯେଉଁ ମାନେ ନୀଳ ଚଷମା ପିନ୍ଧନ୍ତି ତାଙ୍କୁ ସବୁ ନୀଳ ଦେଖାଯିବ ବୋଲି ଗଣେଶ୍ୱର କହିଛନ୍ତି । ଏହା ବ୍ୟତୀତ ସେ ଆହୁରି କହିଛନ୍ତି, ପାଣ୍ଠି ଖର୍ଚ୍ଚ ପାଇଁ ନିର୍ଦ୍ଧିଷ୍ଟ ବ୍ୟବସ୍ଥା ଅଛି । ପାଣ୍ଡିଆନଙ୍କ ପାଖରେ କିଛି ପାଣ୍ଠି ନାହିଁ । ପାଣ୍ଡିଆନ ଦଳର କର୍ମକର୍ତ୍ତା ବି ନୁହନ୍ତି । ବିଜେଡି କେନ୍ଦ୍ର ଓ ରାଜ୍ୟରେ ସରକାରରେ ଅଛି, ଲୋକଙ୍କ ସମସ୍ୟା ବୁଝି ଦୂର କରିବା ପାଇଁ ଚେଷ୍ଟା କରନ୍ତୁ । ପାଣ୍ଡିଆନ ଭୂତ ପଛରେ ଗୋଡାଇଲେ ଆଣ୍ଠୁ ଗଣ୍ଠି ଛିଡ଼ିବ । 

ତେବେ ରାଜ୍ୟ ରାଜନୀତିରେ ବେଶ୍‌ କିଛି ଦିନ ହେବ ପାଣ୍ଡିଆନ୍‌ ଝଡ଼ ବହୁଛି । ସେ ୱକଫ୍‌ ବିଲ୍‌ ହେଉ କି ଦଳ ଭିତରର କିଛି କଥା ସବୁଥିରେ ଉଠୁଛି ପାଣ୍ଡିଆନ୍‌ଙ୍କ ନାଁ । ରାଜନୀତିରୁ ସନ୍ନ୍ୟାସ ଘୋଷଣା ପରେ ବି ଯେମିତି ପାଣ୍ଡିଆନ୍‌ ଏବେ ବି ବିଜେଡିରେ ସକ୍ରିୟ ରହିଛନ୍ତି । 

ଅଧିକ ପଢ଼ନ୍ତୁ: ରାଜନୀତିରୁ ସନ୍ୟାସ ନେଲେ କି ରଘୁନନ୍ଦନ? କହିଲେ...