Advertisment

ମହିଳାଙ୍କୁ ଗାଳିଗୁଲଜ କରି ଅଡ଼ୁଆରେ ପାରାଦୀପ ବିଧାୟକ, ଥାନାରେ ଏତଲା...

ଗାଁରେ ସଭା ଚାଲିଥିବା ବେଳେ ସର୍ବସମ୍ମୁଖରେ ମହିଳାଙ୍କୁ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି। ଏନେଇ ବିଧାୟକଙ୍କ ବିରୋଧରେ କୁଜଙ୍ଗ ଥାନାରେ ୨ଟି ଏତଲା ଦିଆଯାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
BJD MLA Sambit Routray allegedly misbehaved with woman in Paradeep

BJD MLA Sambit Routray allegedly misbehaved with woman in Paradeep

ଗାଁରେ ସଭା ଚାଲିଥିବା ବେଳେ ସର୍ବସମ୍ମୁଖରେ ମହିଳାଙ୍କୁ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି। ଯାହାର ଭିଡିଓ ଭାଇରାଲ୍‌ ହୋଇଛି। ମହିଳାଙ୍କୁ ଅସମ୍ମାନ ଅଭିଯୋଗରେ ବିଧାୟକଙ୍କ ବିରୋଧରେ କୁଜଙ୍ଗ ଥାନାରେ ୨ଟି ଏତଲା ଦିଆଯାଇଛି।

Advertisment

କୁଜଙ୍ଗ ବ୍ଲକ୍ ବାଗୋଇ ପଞ୍ଚାୟତର ପୂର୍ବତନ ବିଜେଡି ମହିଳା ସଭାନେତ୍ରୀ କାଞ୍ଚନ ସ୍ୱାଇଁ ଏବଂ ବିଜେପି ମହିଳା ମୋର୍ଚ୍ଚା ୨ଟି ଭିନ୍ନ ଭିନ୍ନ ଏତଲା ଦେଇଛନ୍ତି। ଉଭୟ ଏତଲାରେ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।

Advertisment

କାର୍ଯ୍ୟାନୁଷ୍ଠାନ ନିଆ ନଗଲେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ବିଜେପି। ଏନେଇ ଜାତୀୟ ମାନବାଧିକାର ଆୟୋଗ-NHRCରେ ମଧ୍ୟ ଅଭିଯୋଗ ହୋଇଛି।

ଅନ୍ୟପକ୍ଷେ, ବିଧାୟକ ସମ୍ବିତ ରାଉତରାୟ ଏକ ଭିଡିଓ ବାର୍ତ୍ତା ଜରିଆରେ ପ୍ରତିକ୍ରିୟା ରଖିଛନ୍ତି ଯେ, ସମ୍ପୃକ୍ତ ମହିଳା ତାଙ୍କୁ କିଛି ଖରାପ ବ୍ୟବହାର କରିନାହାନ୍ତି କି ସେ ମଧ୍ୟ ମହିଳାଙ୍କୁ କିଛି ଖରାପ ବ୍ୟବହାର କରିନାହାନ୍ତି। ବିଜେପି ଓ କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀ କାଞ୍ଚନଙ୍କୁ ଶିଖାଇ ଥାନାରେ ଏତଲା ଦିଆଇଛନ୍ତି ବୋଲି ସମ୍ବିତ ଅଭିଯୋଗ କରିଛନ୍ତି।

Advertisment
Advertisment