Advertisment

ଖୋଲୁଛି ଡାକ୍ତରଙ୍କ କଳା କାରବାରର ଗୁମର: ଦାମୀ ବିଦେଶୀ ମଦ, ସିଗାରେଟ୍ ଲାଞ୍ଚ ନେଉଥିଲେ...ଅଡିଓ ଭାଇରାଲ୍‌

ପାରାଦୀପ ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କ କଳା କାରବାରର ଗୁମର ଧିରେ ଧିରେ ଖୋଲିବାରେ ଲାଗିଛି । କରୋନା କ୍ଲିୟରାନ୍ସ ସାର୍ଟିଫିକେଟ୍ ପାଇଁ ଡାକ୍ତର ରାଜେନ୍ଦ୍ର ଲାଞ୍ଚ ନେଉଥିବା ଅଭିଯୋଗ ପରେ ସିବିଆଇ ବିଭିନ୍ନ ସ୍ଥାନରେ ଘନ ଘନ ରେଡ୍ କରିଥିଲା ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Video of doctor negotiating with shipping agent surfaces

Video of doctor negotiating with shipping agent surfaces

ପାରାଦୀପ ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କ କଳା କାରବାରର ଗୁମର ଧିରେ ଧିରେ ଖୋଲିବାରେ ଲାଗିଛି । ଜାହାଜର କ୍ୟାପଟେନ୍ ଠୁ ଆରମ୍ଭ କରି କ୍ରୁ ମେମ୍ବର ଯାଏ ସମସ୍ତଙ୍କଠୁ ସେ ଲାଞ୍ଚ ନେଉଥିଲେ । କାହାଠୁ ଦାମୀ ବିଦେଶୀ ମଦ ଓ ସିଗାରେଟ୍ ତ ଆଉ କାହାଠୁ ଡଲାର୍ ।

Advertisment

ଜାହାଜ ପାରାଦୀପରେ ଲାଗିବା ପରେ ତଳକୁ ଓହ୍ଲାଇବାକୁ କ୍ଲିଏରାନ୍ସ ସାର୍ଟିଫିକେଟ୍ ଆବଶ୍ୟକ ଥିଲା । ଆଉ ଏହା ଦେବାକୁ କେମିତି ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଲାଞ୍ଚ ମାଗୁଥିଲେ ଡାକ୍ତର ଏହାର ଏକ ଅଡିଓ ଏବେ ଭାଇରାଲ୍ ହେଉଛି ।

ଡାକ୍ତର ରାଜେନ୍ଦ୍ର ନାରାୟଣା ସିପିଂ ଏଜେଣ୍ଟ ସୌଭାଗ୍ୟ ମାଝୀଙ୍କ ସହ ଫୋନରେ ଡିଲ୍ କରୁଥିବା ଅଡିଓ ଏବେ ଭାଇରାଲ୍‌ ହେଉଛି । ପାରାଦୀପ ବନ୍ଦର ସ୍ୱାସ୍ଥ୍ୟ ସଂଗଠନର ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ରାଜେନ୍ଦ୍ରଙ୍କୁ ଗିରଫ କରିଛି ସିବିଆଇ । କୋଟି କୋଟି ଟଙ୍କା ତାଙ୍କ ଘରୁ ନଗଦ ମିଳିଥିବା ବେଳେ ତାଙ୍କ ଲାଞ୍ଚ ସାମ୍ରାଜ୍ୟକୁ ନେଇ ଏତେ ତଦନ୍ତ ଚାଲିଛି ।

Advertisment

କରୋନା କ୍ଲିୟରାନ୍ସ ସାର୍ଟିଫିକେଟ୍ ପାଇଁ ଡାକ୍ତର ରାଜେନ୍ଦ୍ର ଲାଞ୍ଚ ନେଉଥିବା ଅଭିଯୋଗ ପରେ ସିବିଆଇ ବିଭିନ୍ନ ସ୍ଥାନରେ ଘନ ଘନ ରେଡ୍ କରିଥିଲା । ରେଡ୍ ବେଳେ କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ ହୋଇଥିଲା । ପାରାଦୀପର ଦୁଇଟି ଘରୁ ଲକ୍ଷ ଲକ୍ଷ ଟଙ୍କାର ଦାମୀ ବିଦେଶୀ ମଦ ଓ ସିଗାରେଟ ମିଳିଥିଲା ।

୫୦ ହଜାର ଲାଞ୍ଚ ନେଇ ଡାକ୍ତର ରାଜେନ୍ଦ୍ର ଧରାପଡ଼ିଥିଲେ। କୋଭିଡ କ୍ଲିୟରାନ୍ସ ପାଇଁ ସେ ଏହି ଲାଞ୍ଚ ନେବାବେଳେ ଧରାପଡ଼ିଥିଲେ । 

Advertisment
Advertisment