/odishatv-khabar/media/post_attachments/uploadimage/library/16_9/16_9_0/____1685265529.jpg)
Police Attacked A Youth During Checking In Jagatsinghpur
ରାତିରେ ଚେକିଂ ବେଳେ ପୋଲିସ୍ ମାଡ଼ରେ ଜଣେ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଚଳନ୍ତା ବାଇକ୍ରେ ବସିଥିବା ଜଣେ ବ୍ୟକ୍ତିଙ୍କୁ ପୋଲିସ୍ ଏକ ପ୍ଲାଷ୍ଟିକ୍ ପାଇପ୍ରେ ପିଟି ଦେବାରୁ ବାଇକ ଆରୋହୀଙ୍କ ଆଖିରେ ଶକ୍ତ ଆଘାତ ଲାଗିଥିବା ଅଭିଯୋଗ ହୋଇଛି। ଜଗତସିଂପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗୁରତର ବ୍ୟକ୍ତି ଜଣକ ହେଲେ ସ୍ଥାନୀୟ ଅଞ୍ଚଳର ବିଚିତ୍ରାନନ୍ଦ ବେହେରା।
ସୂଚନା ଅନୁସାରେ, କୁଜଙ୍ଗ ଡାକ୍ତରଖାନାରେ ବିଚିତ୍ରାନନ୍ଦଙ୍କ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ବଡ଼ ମେଡିକାଲ୍ ରେଫର କରାଯାଇଛି। ରାତିରେ ଅନ୍ଧାରରେ ଗୋଟିଏ ବାଇକ୍ରେ ୩ ଜଣ ବସି ଯାଉଥିଲେ। କୁଜଙ୍ଗ ଥାନା ଗଡ଼ା ନିକଟରେ ପୋଲିସ୍ ଚେକିଂ କରୁଥିଲା। ସେହି ସମୟରେ ପୋଲିସ୍ ଏମାନଙ୍କୁ ଅଟକାଇବାକୁ ଯାଇ ପ୍ଲାଷ୍ଟିକ୍ ପାଇପ୍ରେ ମାଡ ମାରିଥିବା ଅଭିଯୋଗ ହୋଇଛି। ଏଥିରେ ବିଚିତ୍ରାନନ୍ଦଙ୍କ ଆଖିରେ ଶକ୍ତ ଆଘାତ ଲାଗିବା ସହ ସେ ଗୁରୁତର ଆହତ ହୋଇଛନ୍ତି।
ଦୁର୍ଭାଗ୍ୟର କଥା, ପୋଲିସ୍ ମାଡ଼ ମାରି ଲହୁଲୁହାଣ କରି ମଧ୍ୟ ଗୁରୁତର ବିଚିତ୍ରାନନ୍ଦଙ୍କୁ ମେଡିକାଲ୍ ମଧ୍ୟ ନେଇ ନ ଥିବା ଅଭିଯୋଗ ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)