/odishatv-khabar/media/post_attachments/uploadimage/library/16_9/16_9_0/s_1693550157.jpg)
Unidentified youth climbs onto boat mid-sea in Paradeep
ମଝି ସମୁଦ୍ରରେ ହଠାତ୍ ମାଛଧରା ବୋଟ୍କୁ ଚଢ଼ିଗଲେ ସନ୍ଦିଗ୍ଧ ଯୁବକ। ଗଭୀର ସମୁଦ୍ରରେ ଅପରିଚିତ ଯୁବକକୁ ଦେଖି ଛାନିଆ ହୋଇଗଲେ ବୋଟ୍ କର୍ମଚାରୀ। ଚିଲିକା ମୁହାଣ ଠାରୁ ୭୧ ମାଇଲ ଦୂର ଗଭୀର ସମୁଦ୍ରରେ ଏପରି ଘଟଣା ଘଟିଛି।
Advertisment
ବୁଧବାର ରାତିରେ ପାରାଦୀପର ଏକ ମାଛଧରା ବୋଟ୍ ସମୁଦ୍ର ମଧ୍ୟରେ ଆଙ୍କରେଜ କରିଥିବା ବେଳେ ଦଉଡି ସାହାଯ୍ୟରେ ବୋଟ୍କୁ ଚଢି ଯାଇଥିଲା ସନ୍ଦିଗ୍ଧ ଯୁବକ। ସ୍ଥଳଭାଗଠାରୁ ଏତେ ଦୂରକୁ ସେ ଆସିଲା କିପରି ଚିନ୍ତା କରି ବୋଟ୍ କର୍ମଚାରୀ ଯେତିକି ଆଶ୍ଚର୍ଯ୍ୟ ହୋଇଛନ୍ତି ସେତିକି ଭୟଭୀତ ହୋଇଛନ୍ତି।
ଯୁବକ ଜଣକ କେଉଁଠୁ ଭାସି ଆସିଲେ ? ଅସହାୟ ବ୍ୟକ୍ତି ନା ସନ୍ଦିଗ୍ଧ ଅନୁପ୍ରବେଶକାରୀ ଏହାଭାବି ଆଶଙ୍କାରେ ଅଛନ୍ତି ବୋଟ୍ କର୍ମଚାରୀ। ଯୁବକଙ୍କ ଭାଷା ବୁଝାପଡୁ ନଥିବା ବେଳେ ତାଙ୍କ ନିକଟରୁ ଗୋଟିଏ ଏଟିଏମ୍ କାର୍ଡ ମିଳିଥିବା କୁହାଯାଉଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)