• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ରାତି ପାହିଲେ ବିଶ୍ୱକର୍ମା ପୂଜା । ଧରାବତରଣ କରିବେ ବିଶ୍ଵ ଶିଳ୍ପୀ । ଏଥି ପାଇଁ ଚଳଚଞ୍ଚଳ ବନ୍ଦର ନଗରୀ ପାରାଦୀପ । ପୂଜା ପାଇଁ ତୋରଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ବିଭିନ୍ନ ରଙ୍ଗରେ ଝଲସୁଛନ୍ତି ସମସ୍ତ ମୂର୍ତ୍ତି ।

କରୋନା କଟକଣା ପରେ ଗତ ୩ ବର୍ଷ ଧରି ପାରାଦୀପରେ ଧୂମଧାମ୍‌ରେ ପାଳନ ହୋଇନଥିଲା ବିଶ୍ୱକର୍ମା ପୂଜା । ଚଳିତ ବର୍ଷ ଅଧିକ ମୂର୍ତ୍ତି କରାଯାଇନଥିଲେ ମଧ୍ୟ ୯ଟି ମେଢରେ ପୂଜା ପାଇବେ ଦେବ ଶିଳ୍ପୀ । ସେପଟେ ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବାରୁ ତୋରଣ ତିଆରିରେ ସାମାନ୍ୟ ବାଧା ସୃଷ୍ଟି ହୋଇଛି । ହେଲେ ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ସମସ୍ତ କାର୍ଯ୍ୟ ।

କୋଲକାତା, କଟକ, ଭୁବନେଶ୍ୱରରୁ ତୋରଣ କାରିଗର ଆସିଥିବା ବେଳେ ମାର୍ଶାଘାଇ, ଭୁତମୁଣ୍ଡାଇ ଓ ଚବିଶପ୍ରଗଣାରୁ ମଧ୍ୟ ମୂର୍ତ୍ତି କାରିଗର ଆସିଛନ୍ତି । ମଣ୍ଡପ ପିଛା ୨୫/୩୦ ଜଣ ଶିଳ୍ପୀ ମାସେ ହେଲାଣି କାମରେ ଲାଗିଛନ୍ତି । କୃଷ୍ଣ ଲୀଳା, ଶାନ୍ତି ସ୍ତୁପ, ଚାଇନା ବିଲଡିଂ ଭଳି ପ୍ରଭୃତି ଥିମ ଆକୃତିର ତୋରଣ ତିଆରି ହୋଇଛି । ଶ୍ରଦ୍ଧାଳୁମାନଙ୍କ ସମାଗମକୁ ଦୃଷ୍ଟିରେ ରଖି ଉଠା ଦୋକାନୀମାନେ ଷ୍ଟଲ ଲଗାଇଛନ୍ତି ।

ଚଳିତ ବର୍ଷ ପାରାଦୀପରେ ମେଢ ସଂଖ୍ୟା କମିଥିଲେ ବି ବିଶ୍ୱକର୍ମାଙ୍କ ପୂଜା ଭଲ ଭାବରେ ହେବ ବୋଲି ଆୟୋଜକ ଆଶା ରଖିଛନ୍ତି ।

 

  • Reported by:
  • RAMAKANTA NAYAK