Advertisment

ପାରାଦୀପ ମୁହାଣରେ ବୋଟ୍ ଓଲଟିବା ଘଟଣାରେ ଏବେ ବି ୩ ନିଖୋଜ

ପାରାଦୀପ ମୁହାଣରେ ବୋଟ୍ ଓଲଟିବା ଘଟଣା। ଏବେ ବି ୩ ଜଣ ମତ୍ସ୍ୟଜୀବୀ ନିଖୋଜ। କୋଷ୍ଟଗାର୍ଡ ହେଲିକପ୍ଟର୍‌ରେ ଖୋଜାଖୋଜି ସତ୍ତ୍ୱେ ମିଳୁନି ପତ୍ତା।

author-image
Pramod Behera
ଅଦ୍ୟତନ ହୋଇଛି
Fishing Boat Capsizes In Paradip

3 are still missing after the boat capsized in Paradip

ପାରାଦୀପରେ ମହାନଦୀ ମୁହାଣରେ ଡଙ୍ଗାବୁଡ଼ି ଘଟଣାରେ ଜାରି ରହିଛି ସର୍ଚ୍ଚ ଅପରେସନ। ଏବେ ବି ୩ ମତ୍ସ୍ୟଜୀବୀ ନିଖୋଜ ଅଛନ୍ତି। କୋଷ୍ଟଗାର୍ଡ ହେଲିକପ୍‌ଟର୍‌ରେ ସର୍ଚ୍ଚ ଅପରେସନ୍ ସତ୍ତ୍ୱେ ୩ ନିଖୋଜ ମତ୍ସ୍ୟଜୀବୀଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରିନି।

Advertisment

ଗତକାଲି ବିଳମ୍ବିତ ରାତିରେ ସର୍ଚ୍ଚ ଅପରେସନ୍ କାର୍ଯ୍ୟକୁ ବନ୍ଦ ରଖାଯାଇଥିଲା। ଆଜି ସକାଳୁ ପୁଣି ଖୋଜାଖୋଜି ଆରମ୍ଭ ହୋଇଛି। ଗତକାଲି ଅପରାହ୍ଣରେ ମୁହାଣ ପାଖରେ ମାଛ ମାରି ଫେରିବା ବେଳେ ମତ୍ସ୍ୟଜୀବୀଙ୍କ ଏକ ଡଙ୍ଗା ଓଲଟି ପଡ଼ିଥିଲା। ଏଥିରେ ୮ ଜଣ ମତ୍ସ୍ୟଜୀବୀ ଥିଲେ।

ତେବେ ସ୍ଥାନୀୟ ମତ୍ସ୍ୟଜୀବୀ, ଅଗ୍ନିଶମ ବାହିନୀ ଓ କୋଷ୍ଟଗାର୍ଡ ସହାୟତାରେ ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଉଦ୍ଧାର କରାଯାଇଥିଲା।

Advertisment

ତେବେ ପାରାଦୀପ ସମୁଦ୍ରରେ ଏଭଳି ଘଟଣା ନୂଆ କଥା ନୁହେଁ। ଚଳିତ ବର୍ଷ ଜାନୁଆରୀ ମାସରେ ପାରାଦୀପ ସମୁଦ୍ରରେ ୨ଟି ମାଛଧରା ବୋଟ ନିଖୋଜ ହୋଇଥିଲା। ସେହି ଘଟଣାରେ ୧୩ ଜଣ ମତ୍ସ୍ୟଜୀବୀଙ୍କ ପତ୍ତା ମିଳି ନଥିଲା। ପାରାଦୀପରୁ ଉତ୍ତରକୁ ପ୍ରାୟ ୧୬୩ କିଲୋମିଟର ଦୂର ଗଭୀର ସମୁଦ୍ରରେ ବୋଟ ଦୁଇଟି ନିଖୋଜ ହୋଇଥିଲା। ୫ ଦିନ ହେଲା ସେମାନଙ୍କ ସହିତ କୌଣସି ପ୍ରକାର ଯୋଗାଯୋଗ ସମ୍ଭବ ହୋଇପାରି ନଥିଲା।

ଘଟଣା ଘଟିବାର ୫ ଦିନ ପୂର୍ବରୁ ପାରାଦୀପରୁ ଗଭୀର ସମୁଦ୍ର ଅଭିମୁଖେ ବାହାରିଥିଲେ ବୋଟ୍‌ ଦୁଇଟି। ଗୋଟିକରେ ୭ ଜଣ ଏବଂ ଅନ୍ୟଟିରେ ୬ ଜଣ ମତ୍ସ୍ୟଜୀବୀ ଥିଲେ।

Boat Capsize Boat Capsized Paradeep
Advertisment
Advertisment