/odishatv-khabar/media/post_attachments/uploadimage/library/16_9/16_9_0/IMAGE_1687880763.jpg)
Education on the edge
ପିଲାଙ୍କୁ ଭୁଲ୍ ପାଠ ପଢାଉଛି ଗଣଶିକ୍ଷା ବିଭାଗ । ସବୁ ବହିରେ ଭୁଲ ରହିଛି ସେ କଥା ଆମେ କହୁନାହୁଁ ବରଂ ଇତିହାସ ଓ ରାଜନୀତି ବିଜ୍ଞାନରେ ରହିଛି ଗୁରୁତର ତ୍ରୁଟି । ଯାହାକୁ ନେଇ ତେଜିବାରେ ଲାଗିଲାଣି ଅସନ୍ତୋଷ ।. ଲବଣ ସତ୍ୟାଗ୍ରହ ସହିତ ପ୍ରତ୍ୟକ୍ଷ ଭାବରେ ଜଡ଼ିତ ସ୍ଥାନର ନାଁ ବିକୃତ କରି ଲେଖାଯାଇଥିବାରୁ ଗଣଶିକ୍ଷା ବିଭାଗକୁ ଘେରିଛନ୍ତି ବୁଦ୍ଧିଜୀବୀ ।
ରାଜ୍ୟ ସରକାରଙ୍କ ଦ୍ଵାରା ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ଇତିହାସ ଓ ରାଜନୀତି ବିଜ୍ଞାନ ପୁସ୍ତକର ୨୨ ନମ୍ବର ପୃଷ୍ଠାରେ ଗୁରୁତର ତୃଟି ସାମ୍ନାକୁ ଆସିଛି । ଖାସ୍ କରି ଜଗତସିଂହପୁର କୁଜଙ୍ଗର ଚଟୁଆ, କାଳିଆପାଟ ଏବଂ ବାଘାଡିଆ ସ୍ଥାନକୁ ଅପଭ୍ରଂଶ କରି ଗଡୁଆ, କାଳିଘାଟ ଏବଂ ବରାଡିଆ ଲେଖାଯାଇଛି । ଚଟୁଆକୁ ଗଡୁଆ, କାଳିଆପାଟକୁ କାଳିଘାଟ ଏବଂ ବାଘାଡିଆକୁ ବରାଡିଆ ଲେଖାଯାଇଛି । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ତେଜୁଥିବା ବେଳେ ସ୍ଥାନ ଗୁଡିକର ନାଁକୁ ଏମିତି ବିକୃତ କରିବାକୁ ଅନୁମତି କିଏ ଦେଲା ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ବାସିନ୍ଦା ।
୧୯୩୦ ମେ’ ୮ ତାରିଖରେ କୁଜଙ୍ଗ ଚଟୁଆ, ବାଘାଡିଆ ଏବଂ କାଳିଆପାଟରେ ପ୍ରାୟ ୭ ହଜାର ମହିଳା ଏକାଠି ହୋଇ ଲବଣ ସତ୍ୟାଗ୍ରହରେ ସାମିଲ ହୋଇଥିଲେ ବୋଲି ପୂର୍ବପୁରୁଷଙ୍କ ଠାରୁ ସ୍ଥାନୀୟ ଲୋକମାନେ ଶୁଣିଥିଲେ । ହେଲେ ନିଜ ପିଲାମାନେ ଏହି ସବୁ ଅଂଚଳର ନାଁକୁ ଭୁଲରେ ପଢୁଥିବାରୁ ଏବେ ଅସନ୍ତୋଷ ବଢିଛି । ଜାଣି ଆଶ୍ଚର୍ଯ୍ୟ ହେବେ କି ବର୍ଷବର୍ଷ ଧରି ପିଲାଙ୍କୁ ଏମିତି ଦିଆଯାଉଛି ଭୁଲ୍ ଶିକ୍ଷା । ଆଉ ଏବେ ସତ ସାମ୍ନାକୁ ଆସିବା ପରେ ତୁରନ୍ତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହିତ ତ୍ରୁଟି ସୁଧାରିବାକୁ ଜୋର ଧରିଛି ଦାବି ।
ଅନେକ ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଛପା ଯାଉଥିବା ବହିରେ ତ୍ରୁଟି ପରିଲକ୍ଷିତ ହୋଇଛି । ହେଲେ ଏମିତି ଗୁରୁତର ତ୍ରୁଟି ସମ୍ପର୍କରେ ବିଭାଗ କେମିତି କିଛି ଜାଣିପାରିଲା ନାହିଁ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)