/odishatv-khabar/media/post_attachments/uploadimage/library/16_9/16_9_0/IMAGE_1688890003.jpg)
Sarathi Baba Son Marriage
ବାହା ହେଲେ ବାବା ସାରଥୀ ଓରଫ ସନ୍ତୋଷ ରାଉଳଙ୍କ ପାଳିତ ପୁଅ ସତ୍ୟମ ରାଉଳ । ଗତ ରାତିରେ ପାରାଦୀପ ଉପକଣ୍ଠ ବାଲିଡିଆ ଗ୍ରାମର ଅଶୋକ ସେନାପତିଙ୍କ ଝିଅକୁ ସେ ବାହା ହୋଇଛନ୍ତି । ତେବେ ବାହାଘରକୁ ସାରଥୀ ଆସିବାର ସମ୍ଭାବନା ଥିବା ଚର୍ଚ୍ଚା ହୋଇଥିଲା । ମାତ୍ର ସାରଥୀଙ୍କୁ ଦେଖିବାକୁ ମିଳିନଥିଲା । ତେବେ ବାହାଘରରେ ୯୦ ଲକ୍ଷ ଟଙ୍କାର ଏକ ହୀରା ହାର ଉପହାରକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି ।
ବାହା ହେଲେ ବହୁଚର୍ଚ୍ଚିତ ଆତ୍ମଘୋଷିତ ବାବା ସାରଥିଙ୍କ ପାଳିତ ପୁଅ ସତ୍ୟମ ରାଉଳ । ତାଙ୍କର ପାରାଦୀପରେ ବିବାହ ହୋଇଛି । ବାଲଡିଆ ଗାଁର ଅଶୋକ ସେନାପତିଙ୍କ ଝିଅଙ୍କ ସହ ତାଙ୍କର ବିବାହ ହୋଇଛି । ସତ୍ୟମଙ୍କୁ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା । ବନ୍ଧୁ, ପରିଜନଙ୍କ ସହ ସତ୍ୟମ ପଟୁଆରରେ ଆସିବା ବେଳେ କିଛି ଲୋକ ସତ୍ୟମଙ୍କ ସହ ସେଲଫି ନେଇଛନ୍ତି ।
ସାରଥୀ ଜେଲରୁ ମୁକୁଳିବାର ୩ ବର୍ଷ ହୋଇଗଲାଣି । ହେଲେ ବର୍ତ୍ତମାନ ଯାଏଁ କୌଣସି ସର୍ବସାଧାରଣ ସ୍ଥାନରେ ସେ ନଜର ଆସିନାହାନ୍ତି । କିନ୍ତୁ ଅନୁଗାମୀଙ୍କ ଜରିଆରେ ନିଜର ପ୍ରଚାର ପ୍ରସାର କରାଇ ପୁଣିଥରେ ନିଜ ଧର୍ମ ବେଉସା ମେଲିବାକୁ ଯୋଜନା କରୁଥିବା ଚର୍ଚ୍ଚା ଜୋର ଧରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)