/odishatv-khabar/media/post_attachments/uploadimage/library/16_9/16_9_0/murder_1681628985.jpg)
murder
ପୁଅବୋହୂ ମାଡ଼ରେ ମା’ର ମୃତ୍ୟୁ । ଗୋଇଠା ମାରି ମାରି ମା’କୁ ମାରି ପକାଇଲା କୁଳାଙ୍ଗାର ପୁଅ । ଏଭଳି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ପାଙ୍ଗାଲି ନିକଟ କାଜୁରିପାଙ୍ଗା ଗାଁରେ । ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ୍ । ଏବେ ଅଭିଯୁକ୍ତ ପୁଅ ସୁନାମ ପରିଛା ସମେତ ଅନ୍ୟ ଜଣେ ଯୁବକକୁ ପୋଲିସ ଥାନାରେ ଅଟକ ରଖି ଅଧିକ ତଦନ୍ତ ଚଲାଇଛି । ମୃତ ମହିଳା ଜଣକ ହେଲେ ପୁଷ୍ପାଞ୍ଜଳି ପରିଛା ବୋଲି ଜଣାପଡିଛି ।
ସୂଚନା ଅନୁସାରେ ଗତକାଲି ସନ୍ଧ୍ୟା ସମୟରେ ମୃତକ ପୁଷ୍ପାଞ୍ଜଳି ନିଜ ମା’ର ଶୁଦ୍ଧିକ୍ରିୟା ପାଇଁ ସ୍ୱାମୀ ଓ ନାତୁଣୀ ସହ କାଜୁରୀପାଙ୍ଗା ଗ୍ରାମକୁ ଯାଇଥିଲେ । ସନ୍ଧ୍ୟା ସମୟରେ ନିଜ ମା’ର ଶୁଦ୍ଧିକ୍ରିୟା କିଭଳି କରାଯିବ, ସେ ନେଇ ପରିବାର ଲୋକେ ବସି ଆଲୋଚନା କରୁଥିବା ସମୟରେ ପୁଅ ସୁନାମ ପରିଛା ଓ ବୋହୂ ଲିନା ତାଙ୍କ ସହ ଝଗଡା କରିଥିଲେ ।
ଏତିକିରେ ପୁଅ ସୁନାମ ମା’ ପୁଷ୍ପାଞ୍ଜଳିଙ୍କର ତଣ୍ଟି ଚିପିବା ସହ ପଡୋଶୀ ଅନୀଳ ମନ୍ତ୍ରୀ ପେଟରେ ଗୋଇଠା ମାରିଥିଲା । ପରେ ପୁଅବୋହୂ ତାଙ୍କୁ ଗୋଇଠା ପରେ ଗୋଇଠା ମାରି ଚାଲିଥିଲେ । ଏହି ଘଟଣା ପରେ ଗୁରୁତର ଅବସ୍ଥାରେ ପୁଷ୍ପାଞ୍ଜଳିଙ୍କୁ ଦାରିଙ୍ଗବାଡି ହସ୍ପିଟାଲରେ ଭର୍ତ୍ତି କରିଥିଲେ ପରିବାର ଲୋକେ । ହେଲେ ସେଠାରେ ମୃତ ଘୋଷଣା କରିଥିଲେ ଡାକ୍ତର ।
ଅନ୍ୟପଟେ ସ୍ୱାମୀ ଲପତି ପରିଛା ନିଜ ସ୍ତ୍ରୀକୁ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି । ପୁଅବୋହୂ ଆଉ ଅନ୍ୟ ସହଯୋଗୀଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି । ପୋଲିସ ଏହି ଘଟଣାରେ ଆଉ କିଏ କିଏ ସମ୍ପୃକ୍ତ ରହିଛନ୍ତି, ସେମାନଙ୍କୁ ଧରିବା ଲାଗି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିବା ସହ ଅଧିକ ତଦନ୍ତ ଚଲାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)