Advertisment

ଗୋଟିଏ ଝଟ୍‌କାରେ ସବୁ ଧୂଳିସାତ୍‌, ରାତାରାତି କୋଟିପତି ହେବା ସ୍ୱପ୍ନ ଦେଖିଥିଲେ SBI ଡେପୁଟି ମ୍ୟାନେଜର...

ଠକେଇ ଅଭିଯୋଗରେ କନ୍ଧମାଳ ଜିଲ୍ଲା ଫୁଳବାଣୀ ବ୍ରାଞ୍ଚ୍‌ର SBI ଡେପୁଟି ମ୍ୟାନେଜର ଆଶୁତୋଷ ଆଚାର୍ଯ୍ୟଙ୍କୁ EOW ଗିରଫ କରିଛି। ଆଶୁତୋଷ ବେଆଇନ୍ନ‌ ଭାବେ ୫୯ଟି ଏକ୍ସପ୍ରେସ୍‌ କ୍ରେଡିଟ ଲୋନ୍‌ ଅନୁମତି ଦେଇଥିବା ଅଭିଯୋଗ ରହିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
SBI Deputy Manager Arrested

SBI deputy manager arrested for misappropriating Rs 8 crore

ରାତାରାତି କୋଟିପତି ହେବା ଆଶା ଧୂଳିସାତ୍‌। ଠକେଇ ଅଭିଯୋଗରେ କନ୍ଧମାଳ ଜିଲ୍ଲା ଫୁଳବାଣୀ ବ୍ରାଞ୍ଚ୍‌ର SBI ଡେପୁଟି ମ୍ୟାନେଜର ଆଶୁତୋଷ ଆଚାର୍ଯ୍ୟଙ୍କୁ EOW( ଅର୍ଥନୈତିକ ଅପରାଧ ଶାଖା) ଗିରଫ କରିଛି। ଗିରଫ ପରେ ତାଙ୍କୁ ଫୁଲବାଣୀ ଏସଡିଜେଏମ କୋର୍ଟରେ EOW ହାଜର କରିଛି। ଆଶୁତୋଷ ବେଆଇନ୍ନ‌ ଭାବେ ୫୯ଟି ଏକ୍ସପ୍ରେସ୍‌ କ୍ରେଡିଟ ଲୋନ୍‌ ଅନୁମତି ଦେଇଥିବା ଅଭିଯୋଗ ରହିଛି।

Advertisment

ଏହାସହ ୨୬ଟି ପେନ୍‌ସନ୍‌ ଲୋନ୍ ପାଇଁ ମଧ୍ୟ ଆଶୁତୋଷ ଅନୁମତି ଦେଇଥିଲେ। ଯେଉଁମାନେ ପେନ୍‌ସନ୍‌ ପାଇବା ଯୋଗ୍ୟ ନୁହନ୍ତି ସେମାନକୁ ମଧ୍ୟ ସେ ଅନୁମତି ଦେଇଥିବା ଅଭିଯୋଗ ହୋଇଛି। ଏଭଳି ଉପାୟରେ ୮ କୋଟି ୧ ଲକ୍ଷ ୮୭ ହଜାର ଟଙ୍କା ଠକେଇ କରିଥିଲେ। ଠକେଇ ଟଙ୍କାକୁ ନିଜ ପରିବାର ଲୋକଙ୍କୁ ପଠାଇଥିଲେ। ୨୦୨୧ ମସିହା ସେପ୍ଟେମ୍ବରରୁ ୨୦୨୨ ମସିହା ସେପ୍ଟେମ୍ବର ମଧ୍ୟରେ ଏହି ଦୁର୍ନୀତି ହୋଇଥିଲା । 

୫୯ ଟି ଏକ୍ସପ୍ରେସ୍‌ କ୍ରେଡିଟ ଲୋନ୍‌ ପାଇଁ ୬ କୋଟି ୭୭ ଲକ୍ଷ ୩୦ ହଜାର ଟଙ୍କା  ଆଶୁତୋଷ ମଞ୍ଜୁର କରିଥିଲେ। ଏସବୁ ଟଙ୍କା ବେଆଇନ୍‌ ଭାବେ କେତେକ ପରିବାରର ମୃତ ବ୍ୟକ୍ତିଙ୍କ ନାମରେ ସେ ଟଙ୍କା ସାଙ୍କସନ୍‌ କରି ଟଙ୍କା ହଡ଼ପ କରିଥିଲେ। ଜାଲ୍‌ କାଗଜପତ୍ର ଜରିଆରେ ଏସବୁ ଘୋଟାଲା କରାଯାଇଥିବା ଅଭିଯୋଗ ହୋଇଛି। ହେଲେ ଯେଉଁମାନଙ୍କ ନାମରେ ଲୋନ୍‌ ନିଆଯାଇଛି ସେମାନେ କିନ୍ତୁ ଏ ବିଷୟରେ ଜାଣି ନାହାନ୍ତି।

Advertisment
SBI EOW
Advertisment
Advertisment