ଏକ ୬ ଜଣିଆ ସାଂସଦ ପ୍ରତିନିଧି ଦଳ ବିଜେପି ରାଷ୍ଟ୍ରୀୟ ସଭାପତି ବୈଜୟନ୍ତ ପଣ୍ତାଙ୍କୁ ଭେଟିଛନ୍ତି । ବୈଜୟନ୍ତଙ୍କ ବାସଭବନରେ ସାକ୍ଷାତ ଅବସରରେ ଭାରତ ଓ ଅଷ୍ଟ୍ରେଲିଆର ସୁସମ୍ପର୍କ ନେଇ ଆଲୋଚନା କରିଛନ୍ତି ।
ଶ୍ରେୟା ଧର୍ମରାଜ ତାଙ୍କ ଅଭିଜ୍ଞତାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଭାରତରେ ବ୍ରିଟିଶ ହାଇ କମିଶନର ଭାବରେ ଗୋଟିଏ ଦିନ ବିତାଇବା ମୋ ପାଇଁ ଏକ ଅବିଶ୍ୱସନୀୟ ଜ୍ଞାନ ଏବଂ ଅନୁଭୂତି ଥିଲା ।
ଜୟା ଭାଦୁଡିଙ୍କ ପ୍ରେମରେ ପଡି ବିବାହ କରିବା ପୂର୍ବରୁ ଅମିତାଭ ବଚ୍ଚନଙ୍କର ଅନେକଙ୍କ ସହିତ ମଧ୍ୟ ପ୍ରେମ ସଂପର୍କ ଥିଲା। ସବୁଥିଲେ ଆଗ ଧାଡିର ହିରୋଇନ୍। ଜଣେ ତ ଅଲଗା ହେବାପରେ ମାନସିକ ଚାପରେ ରହି ଶେଷରେ ଜୀବନ ହାରିଲେ।
ଉଚ୍ଚ ଶିକ୍ଷା ନିମନ୍ତେ ଷ୍ଟେନ୍ଲି ୧୮ଟି କଲେଜରେ ଆବେଦନ କରିଥିଲେ । ଏଥିମଧ୍ୟରୁ ୧୬ଟି କଲେଜ୍ ତାଙ୍କ ଆବେଦନପତ୍ର ଖାରଜ କରିଥିଲେ ।
ବିସ୍ଫୋରଣ ପାଇଁ ଧଳା ଫସଫରସକୁ ବ୍ୟବହାର କରୁଛି ଇସ୍ରାଏଲ ସେନା । ଏନେଇ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଦୃଶ୍ୟ । ବିଭିନ୍ନ ଫଟୋ, ଭିଡିଓରୁ ଏହି ତଥ୍ୟ ସାମ୍ନାକୁ ଆସିଛି ।
'ରାମାୟଣ'ରେ ଭଗବାନ ରାମଙ୍କ ଭୂମିକାରେ ଅଭିନୟ କରିବାକୁ ରଣବୀର ସମସ୍ତ ପ୍ରକାର ଜପ-ତପ କରିବେ, ଯାହା ତାଙ୍କୁ ରାମଙ୍କ ଚରିତ୍ରରେ ପ୍ରବେଶ କରିବାରେ ସାହାଯ୍ୟ କରିବ। ଏହି ଭୂମିକା ପାଇଁ ସେ ସବୁପ୍ରକାର ଚ୍ୟାନେଞ୍ଜ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛନ୍ତି। ସେ ମଦ୍ୟ ଏବଂ ମାଂସ ଛୁଇଁବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି।
ସିଆଲକୋଟ୍ରେ ଗୁଳିକରି ହତ୍ୟା କଲେ ଅଜଣା ଦୁର୍ବୃତ୍ତ,NIAର ୱାଣ୍ଟେଡ୍ ତାଲିକାରେ ଥିଲା ସାହିଦ ଲତିଫ୍
ପଶ୍ଚିମ ଦିଲ୍ଲୀର ଜଣେ ବ୍ୟବସାୟୀ ଗତ ୨୦୨୧ରେ ୪ କୋଟିର କ୍ରିପ୍ଟୋ କରେନ୍ସି ହରେଇ ଥିଲେ । ଏନେଇ ସେ ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଆଣ୍ଟି ଟେରର୍ ୟୁନିଟ ତଦନ୍ତ ଆରମ୍ଭ କରିବା ପରେ ଏଥିରେ ଆତଙ୍କବାଦୀଙ୍କ ସମ୍ପୃକ୍ତି ଥିବା ଜଣା ପଡ଼ିଛି ।
ପ୍ରତିବର୍ଷ ୧୧ ଅକ୍ଟୋବରରେ ସମଗ୍ର ବିଶ୍ୱରେ ପାଳନ କରାଯାଏ ‘ଅନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ’। ଏହାକୁ ଝିଅମାନଙ୍କର ସୁସ୍ଥ ଜୀବନ, ଶିକ୍ଷା ଏବଂ ବୃତ୍ତି ପାଇଁ ପଥ ସୃଷ୍ଟି କରିବା ଉଦ୍ଦେଶ୍ୟରେ ପାଳନ କରାଯାଏ। ଏହି ଅବସରରେ ଆସନ୍ତୁ ଜାଣିନେବା ସୁକନ୍ୟା ସମୃଦ୍ଧି ଯୋଜନାର ଲାଭ କ’ଣ।
ଝିଅଙ୍କ ଅଧିକାର ପାଇଁ ଜାତିସଂଘ ପକ୍ଷରୁ ପାଳନ କରାଯାଉଛି ଏହି ଦିବସ ।
୨୦୨୩ ବର୍ଷ ପାଇଁ ବାବା ଭେଙ୍ଗା ମଧ୍ୟ ଅନେକ ଭବିଷ୍ୟବାଣୀ କରିଥିଲେ, ଯାହା ଅତ୍ୟନ୍ତ ଭୟାନକ। ଏଥିମଧ୍ୟରୁ ଅନେକ ଏ ପର୍ଯ୍ୟନ୍ତ ପ୍ରମାଣିତ ହୋଇଛି। ବର୍ତ୍ତମାନ ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି, ବାବା ଭେଙ୍ଗାଙ୍କ ଅନ୍ୟ ଭବିଷ୍ୟବାଣୀଗୁଡିକ ମଧ୍ୟ କ’ଣ ସତ ହେବ କି? ଯଦି ଏହା ହୁଏ ତେବେ ପୃଥିବୀର ବିନାଶ ଘଟିପାରେ।
ଟିଭି ଅଭିନେତ୍ରୀ ମଧୁରା ନାୟକଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ସେ ମହାନାୟକ, ସେ ସେହେନଶା, ସେ ଯେଉଁଠି ଛିଡ଼ା ହୁଅନ୍ତି ଲାଇନ୍ ସେଇଠୁ ଆରମ୍ଭ ହୁଏ । କାହାଣୀ ତାଙ୍କଠୁ ଆରମ୍ଭ, ଶେଷ ବି ତାଙ୍କ ପାଖରୋ କଥା ଏମିତି ଯାହା ଡାଇଲଗ୍ ହୋଇଯାଏ, ଷ୍ଟାଇଲ୍ ଏମିତି ଯାହା ଆଇକନିକ୍ ବନିଯାଏ ।
ଆଜିର ମ୍ୟାଚରେ ବି ଆଫଗାନିସ୍ତାନକୁ ହରାଇବା ସହ ପଏଣ୍ଟ ବଢାଇବାକୁ ଚେଷ୍ଟା କରିବ ରୋହିତ ବାହିନୀ ।
ଅମିତାଭ ବଚ୍ଚନ ଆଜି ତାଙ୍କର ୮୧ ତମ ଜନ୍ମଦିନ ପାଳନ କରୁଛନ୍ତି। ବଲିଉଡରେ ସେ ଅନେକ ସଂଘର୍ଷ କରି ଆଜି ସେ ଏହି ସ୍ଥାନରେ ପହଞ୍ଚିଛନ୍ତି। ତେବେ ଆସନ୍ତୁ ଆଜି ଦିନରେ ବିଗ୍ ବି’ଙ୍କ ସହିତ ଜଡିତ ଏକ ଜବରଦସ୍ତ କାହାଣୀ ଜାଣିନେବା।
ଧୂଆଁ ଓ ନିଆଁର ସହର ପାଲଟିଛି ପୃଥିବୀର ଅନ୍ୟତମ ଭିଡ଼ବହୁଳ ଇଲାକା ଗାଜା ପଟ୍ଟି । ମାତ୍ର ୩୬୨ ବର୍ଗ କିଲୋମିଟର ଅଞ୍ଚଳରେ ରହନ୍ତି ୨୦ ଲକ୍ଷ ଲୋକ । ହମାସ୍ ଆତଙ୍କୀ ଆଡ୍ଡାକୁ ଟାର୍ଗେଟ୍ କରି ଇସ୍ରାଏଲ ଏୟାରଷ୍ଟ୍ରାଇକ୍ ଜାରି ରଖିଥିବା ବେଳେ, ବହୁ ନିରୀହ ଲୋକ ଓ ଶିଶୁ ପ୍ରାଣ ହରାଉଛନ୍ତି ।
‘ଲିଓ’ର ଟ୍ରେଲର ରିଲିଜ ହେବା ମାତ୍ରେ ପ୍ରଶଂସକମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଟ୍ରେଲର ଦେଖିବା ପରେ ପ୍ରଶଂସକମାନେ ଚେନ୍ନାଇର ଏକ ସିନେମା ହଲ୍ରେ ଏପରି ହଙ୍ଗାମା ସୃଷ୍ଟି କଲେ ଯେ ସେଠାରେ ଥିବା ସବୁ ସିଟ୍ ଭାଙ୍ଗିଦେଲେ।
ପୂର୍ବରୁ ଭାରତ କ୍ରୀଡ଼ା କ୍ଷେତ୍ରରେ ଅଗ୍ରଣୀ ଥିଲେ ବି ପ୍ରଶିକ୍ଷଣ ଅଭାବରୁ ପଦକ ସଂଖ୍ୟା କମ୍ ରହୁଥିଲା। ଏବେ ଖେଲୋ ଇଣ୍ଡିଆ ଅଭିଯାନ ଦ୍ୱାରା ଖେଳାଳିଙ୍କୁ ପ୍ରଶିକ୍ଷଣ ଦିଆଯିବା ଦ୍ୱାରା ପଦକ ସଂଖ୍ୟା ବୃଦ୍ଧି ପାଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ଆତଙ୍କବାଦୀ ସଂଗଠନ ହମାସ୍ ଇସ୍ରାଏଲ ନାଗରିକଙ୍କୁ ହତ୍ୟା କରିବା ସହ ସେଠାରେ ଥିବା ପଶୁମାନଙ୍କୁ ମଧ୍ୟ ଅତି ନିର୍ମମ ସହ ହତ୍ୟା କରୁଛନ୍ତି। ଇସ୍ରାଏଲର ଏକ ଘରକୁ ଜଗିଥିବା କୁକୁରକୁ ଗୁଳି କରି ହତ୍ୟା କରିଛି ହମାସ୍ ।
ଦେଶର ସମସ୍ତ ହାଇକୋର୍ଟର ବିଚାରପତିଙ୍କ ନିଯୁକ୍ତି ପାଇଁ ୭୦ ଜଣଙ୍କ ନାମ ସୁପ୍ରିମକୋର୍ଟ କଲେଜିୟମକୁ ପଠାଇଲା କେନ୍ଦ୍ର ।
ବାସ୍ତବରେ ଏହି ଭାଇରାଲ ଭିଡିଓ ୧୯୭୭ ମସିହା ଜନତା ପାର୍ଟିର ବିଜୟ ସମାବେଶର। ଏହି ଭିଡିଓରେ ବାଜପେୟୀ ଖୋଲାଖୋଲି ଭାବେ ପାଲେଷ୍ଟାଇନକୁ ସମର୍ଥନ କରୁଛନ୍ତି। ବାଜପେୟୀ କହୁଛନ୍ତି ’ ଆରବର ଯେଉଁ ଜମିକୁ ଇସ୍ରାଏଲ ଅଧିକୃତ କରି ରଖିଛି ତାହାକୁ ଖାଲି କରିବାକୁ ପଡ଼ିବ’।
ଅକ୍ଟୋବର ୬ରେ ଶୁଭମନ୍ଙ୍କୁ ଏକ ଖବର ସାମ୍ନାକୁ ଆସିଥିଲା ଯେ, ସେ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି। ଡେଙ୍ଗୁ କାରଣରୁ ସେ ଅଷ୍ଟ୍ରେଲିଆ ବିପକ୍ଷରେ ବିଶ୍ୱକପ୍ର ପ୍ରଥମ ମ୍ୟାଚରେ ମଧ୍ୟ ଖେଳିନଥିଲେ। ତେବେ ଡେଙ୍ଗୁରେ ପୀଡିତ ଶୁଭମନ ଗିଲ୍ଙ୍କ ପ୍ଲେଟଲେଟ୍ କମ୍ ହେବା ଯୋଗୁଁ ତାଙ୍କୁ ଗତକାଲି ଚେନ୍ନାଇର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ଯୁବକଙ୍କ ନାଁ ମହମ୍ମଦ ଇଡ୍ରିସ୍ । ତାଙ୍କ ବୟସ ୩୦ ବର୍ଷ । ସେ ତିରୁନେଲଭେଲି ଜିଲ୍ଲାରୁ ଚେନ୍ନାଇକୁ ଚାକିରି କରିବାକୁ ଆସିଥିଲେ । ଏକ ଫାର୍ମାସିରେ ମହମ୍ମଦ କାମ କରୁଥିଲେ ।
ଫସାଉଥିଲେ, ବିବାହ କରୁଥିଲେ, ପରେ ଟଙ୍କା ପଇସା ସୁନା ରୂପା ଧରି ଚମ୍ପଟ ମାରୁଥିଲେ । ଏପରି ସାଙ୍ଘାତିକ ଅଭିଯୋଗ ଆସିଛି ଉତ୍ତର ପ୍ରଦେଶରୁ । ନିଜର ଅନେକ ନାମ ଧରି ବୁଲୁଥିଲେ । ଭଲ ଘରର ପୁଅଙ୍କୁ ଫସାଇ ବିବାହ କରୁଥିଲେ । ପରେ ସମସ୍ତ ସମ୍ପତ୍ତି ନେଇ ଫେରାର ହୋଇ ଯାଉଥିଲେ ।
ଆତଙ୍କବାଦୀମାନଙ୍କ ପାଶବିକ ଅତ୍ୟାଚାର ସୀମା ଲଙ୍ଘିଛି । ଗାଜାରେ ବର୍ତ୍ତମାନ ପର୍ଯ୍ୟନ୍ତ ସାଧାରଣ ଜନତାଙ୍କୁ ସ୍ଥାନାନ୍ତରଣ ଚାଲିଛି । ପ୍ରତିଦିନ ଶହ ଶହ ସଂଖ୍ୟାରେ ଆତଙ୍କବାଦୀଙ୍କ ଛାତିଥରା କାହାଣୀ ସାମ୍ନାକୁ ଆସୁଛି ।