• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସବୁଠାରୁ ଦାମୀ ମଦ କ’ଣ ? ଏ କଥା କିଛି ଲୋକଙ୍କୁ ନିଶ୍ଚୟ ଜଣାଥିବ । ହେଲେ ଆପଣ ଜଣନ୍ତି କି ସବୁଠାରୁ ଦାମୀ ମଦ ବୋତଲର ନାଁ କ’ଣ ? ଜାଣିନାହାନ୍ତି ନାଁ, ତେବେ ଆଜି ଜାଣିନିଅନ୍ତୁ ସବୁଠାରୁ ମହଙ୍ଗା ମଦ ବୋତଲ କ’ଣ ? ଆଉ ଯାହାକି ରେକର୍ଟ ସୃଷ୍ଟି କରିଛି ।

ଲଣ୍ଡନର ସୋଥେ’ରେ ନିକଟରେ ହୋଇଥିବା ଏକ ନିଲାମରେ, ମାକାଲାନ୍ ୱିସ୍କି ସବୁଠାରୁ ମହଙ୍ଗା ବୋତଲ ପାଇଁ ରେକର୍ଡ ସୃଷ୍ଟି କରିଛି । ଭାଲେରିଓ ଆଡାମି ଲେବଲ୍ ୧୯୨୬ ମାକାଲାନ୍ ସିଙ୍ଗଲ୍-ମାଲ୍ଟ୍ ୱିସ୍କି ବିକ୍ରିହେବା ସହ ରେକର୍ଡ ସୃଷ୍ଟି କରିଥିବା ଜଣାପଡ଼ିଛି ।

ଏହା ୨.୭ ମିଲିୟନ୍ ଡଲାର୍ ଯାହାକି ଭାରତୀୟ ମୁଦ୍ରାରେ ପ୍ରାୟ ୨୨ କୋଟି ଟଙ୍କା ହେବ ବୋଲି କୁହାଯାଇଛି । ବିଶେଷଜ୍ଞଙ୍କ ଦ୍ୱାରା ଏହି ନିର୍ଦ୍ଦିଷ୍ଟ ୱିସ୍କି ସର୍ବଭାରତୀୟ ସ୍ତରରେ 'ବହୁ ଖୋଜା ଯାଇଥିବା ଜଣାପଡ଼ିଛି । ଏହି କାର୍ଯ୍ୟକ୍ରମରେ ୪୦ଟି ବୋତଲର ଏକ ସ୍ୱତନ୍ତ୍ର ସଂଗ୍ରହର କରାଯାଇଥିଲା ।

୪୦ ଟି ବୋତଲ ମଧ୍ୟରୁ ୧୪ଟି ପ୍ରସିଦ୍ଧ ଫାଇନ୍ ଏବଂ ବିରଳ ଲେବଲ୍ ପ୍ରଦର୍ଶନ କରାଯାଇଥିଲା । ଦୁଇଟି ଲେବଲ୍ ବିନା ଏବଂ ଗୋଟିଏ ଇଂରେଜ କଳାକାର ମାଇକେଲ୍ ଡିଲନ୍‌ଙ୍କ ଦ୍ୱାରା ହାତରେ ଚିତ୍ର କରାଯାଇଥିଲା । ଏହା ପ୍ରଥମ ଥର ନୁହେଁ ପୂର୍ବରୁ ମାକାଲାନ୍ ୧୯୨୬ ବୋତଲ ଲାଇମଲାଇଟ୍ ଛୁଇଁଥିଲା । ସେହିପରି ୨୦୧୯ରେ, ଏହି ବୋତଲଗୁଡିକ ମଧ୍ୟରୁ ଗୋଟିଏ ୧.୮୬ ମିଲିୟନ ଡଲାରରେ ବିକ୍ରି ହୋଇଥିଲା । ଯାହାକି ହୋଇଥିବା ଏହି ନିଲାମରେ ବୋତଲ ପାଇଁ ଦିଆଯାଇଥିବା ସର୍ବୋଚ୍ଚ ମୂଲ୍ୟର ପୂର୍ବ ରେକର୍ଡ ଭାଙ୍ଗିଛି ।

୨୦୧୧ ମସିହାରେ ଜାଏପାନରେ ହୋଇଥିବା ଭୂମିକମ୍ପରେ ଗୋଟିଏ ବୋତଲ ନଷ୍ଟ ହୋଇଥିବା ଜଣାପଡ଼ିଛି । ଏନେଇ ଅଫିସିଆଲ ୱେବ୍‌ସାଇଟ୍‌ରେ ସୂଚନା ଦିଆଯାଇଛି । କୁହାଯାଇଛି ଯେ, ୪୦ଟି ବୋତଲ ମଧ୍ୟରୁ ଗୋଟିଏ ଖୋଲାଯାଇ ପାରିଥା’ନ୍ତା ।