/odishatv-khabar/media/post_attachments/uploadimage/library/16_9/16_9_0/zs_1700554824.jpg)
India Bound Ship Hijacking By Yemen Houthi Rebels
ତୁର୍କୀରୁ ଭାରତ ଆସୁଥିବା ଏକ ଜାହାଜକୁ ହାଇଜାକ୍ କରାଯାଇଛି । ଆଜି ଏହାର ଭିଡିଓ ଜାରି କରାଯାଇଛି । ୟେମେନର ହାଉଥି ବିଦ୍ରୋହୀମାନେ ଏହି ହାଇଜାକ୍ କରିଥିବା ଜଣାପଡ଼ିଛି । ଜାହାଜର ନାଁ - ଦ ଗ୍ୟାଲେକ୍ସି ଲିଡର ଭେସେଲ । ଏଥିରେ ୫୦ରୁ ଅଧିକ କର୍ମଚାରୀ ଅଛନ୍ତି ।
ପୂର୍ବରୁ ହାଉଥି ବିଦ୍ରୋହୀମାନେ ଧମକ ଦେଇଥିଲେ ଯେ, ଲୋହିତ ସାଗରରେ ଚଳାଚଳ କରୁଥିବା ଇସ୍ରାଏଲର ଜାହାଜକୁ ଟାର୍ଗେଟ କରାଯିବ । ଆଉ ସତକକୁ ସତ ଦ ଗ୍ୟାଲେକ୍ସିକୁ ଲୋହିତ ସାଗରୁ ହିଁ ହାଇଜାକ କରାଯାଇଛି ଏବଂ ୟେମେନର ଏକ ବନ୍ଦରକୁ ନିଆଯାଇଛି ।
Footage of Houthi forces hijacking the ship Galaxy Leader in the Red Sea yesterday. pic.twitter.com/PSFLpV4FLA
— OSINTtechnical (@Osinttechnical) November 20, 2023
ଏହି ଜାହାଜର ମାଲିକ ଇସ୍ରାଏଲର ନାଗରିକ ହୋଇଥିବା ସନ୍ଦେହ କରି ହାଉଥି ଗ୍ରୁପ୍ ଅପହରଣ କରିଥିବା ସନ୍ଦେହ କରାଯାଉଛି । ତେବେ ସିପିଂ ବିଜନେସ ମ୍ୟାନ୍ ରାମି ଉନଗର ଏହି ଜାହାଜର ମାଲିକ ବୋଲି ସୂଚନା ମିଳିଛି । କିନ୍ତୁ ଇସ୍ରାଏଲ ଡିଫେନ୍ସ ଫୋର୍ସ ସ୍ପଷ୍ଟ କରିଛି, ଏହି ଜାହାଜ ସହିତ ଇସ୍ରାଏଲର କୌଣସି ସଂପର୍କ ନାହିଁ।
ଏପରିକି କୌଣସି କର୍ମଚାରୀ ମଧ୍ୟ ଇସ୍ରାଏଲ ନାଗରିକ ନୁହନ୍ତି । ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଅଭିଯୋଗ କରିଛନ୍ତି, ଏହା ପଛରେ ଇରାନର ହାତ ଅଛି । ଇରାନର ଇସାରାରେ ହାଉଥି ଗ୍ରୁପ୍ ଏହି ଜାହାଜକୁ ହାଇଜାକ୍ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)