• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ସତ କହିଲେ ପୁରା ନକଲି, କିନ୍ତୁ ଦେଖିବାକୁ ପୁରା ଅସଲି । ଡିପ ଫେକକୁ ନେଇ ବର୍ତ୍ତମାନ ଚାରିଆଡ଼େ ଚର୍ଚ୍ଚା । ତେବେ କଣ ଏହି ଡିପ ଫେକ .. ଏପରି ଏକ ଟେକନୋଲୋଜି, ଯେଉଁଥିରେ ଭିଡ଼ିଓ କିମ୍ବା ଫଟୋ ଏକଦମ ଅସଲି ଲାଗିଥାଏ । ଆର୍ଟିଫିସିଆଲ ବା AI ଦ୍ୱାରା ଏହା ପ୍ରସ୍ତୁତ କରାଯାଏ । ଏଭଳି ଭିଡ଼ିଓରେ ଅସଲି ଓ ନକଲି ମଧ୍ୟରେ ତଫାତ ଜାଣିବା ନିହାତି କଷ୍ଟକର ବ୍ୟାପାର । ତେବେ ଏହା ଅସମ୍ଭବ ନୁହେଁ ।

ଏହି ଟେକ୍ନୋଲୋଜି ଦ୍ୱାରା ସ୍ୱର ମିଶା ଯାଇ ପାରୁଛି । ଦୁଇଟି ଶରୀର ମଧ୍ୟରେ ତାରତମ୍ୟ ଜାଣି ହେଉନାହିଁ । ତେବେ କେମିତି ତିଆରି ହୁଏ ଡିପ ଫେକ .. ଏନକୋଡର ଓ ଡିକୋଡରର ମିଶ୍ରଣରେ ତିଆରି ହୁଏ ଡିପ ଫେକ ଭିଡ଼ିଓ । ଜେନେରେଟିଭ ଆଡଭର୍ସିଆଲ ନେଟୱର୍କ ଦ୍ୱାରା ଉଭୟକୁ ମିଶ୍ରଣ କରାଯାଏ । ଏନକୋଡର ନେଟୱର୍କରେ ଅସଲି ଭିଡ଼ିଓର ଚେହେରାକୁ ଅନୁଶୀଳନ କରାଯାଇ, ଡିକୋଡରକୁ ତଥ୍ୟ ପ୍ରଦାନ କରେ । ସେହି ତଥ୍ୟ ଆଧାରରେ ଭିଡ଼ିଓ ପ୍ରସ୍ତୁତ କରାଯାଏ ।

ତେବେ ଡିପ ଫେକ ଭିଡ଼ିଓ ଜାଣିବା ଯଦିଓ କଷ୍ଟକର କାମ, କିନ୍ତୁ ଅସମ୍ଭବ ନୁହେଁ । ଏହି ଭିଡ଼ିଓ ଗୁଡ଼ିକରେ ଆଖିର ଗତିବିଧି ସ୍ୱାଭାବିକ ଲାଗେନି । ରଙ୍ଗ ଓ ଆଲୋକରେ ଅସମାନତା ଦେଖାଯାଏ । ମଣିଷର ସ୍ୱାଭାବିକ ସ୍ୱର ସହ ଏହା ପ୍ରାୟତଃ ମେଳ ଖାଏ ନାହିଁ । ଶରୀରର ଅସ୍ୱାଭାବିକ ଆକୃତି ଓ ଗତିବିଧିକୁ ଜାଣିହୁଏ । ଚେହେରାର ଅନେକ ଅଂଶ ମଧ୍ୟ ଅସ୍ୱଭାବିକ ଲାଗିଥାଏ । ଯେହେତୁ ଏହା ପ୍ରଯୁକ୍ତି ବିଦ୍ୟା ଦ୍ୱାରା ତିଆରି କରା ଯାଇଥାଏ, ଏହା ସମ୍ପୂର୍ଣ୍ଣ ଭାବେ ମେଳ ଖାଏ ନାହିଁ ।

ଗତ କିଛି ଦିନରେ ଭାରତୀୟ ଅଭିନେତ୍ରୀମାନଙ୍କର ଡିପ ଫେକ ଭିଡ଼ିଓ ବଢ଼ିବାରେ ଲାଗିଛି । ଗୋଟିଏ ପରେ ଗୋଟିଏ ନକଲି ଭିଡ଼ିଓ ଭାଇରାଲ ହେବା ପରେ ଏହା ସାଧାରଣ ଲୋକଙ୍କ ମନରେ ଆତଙ୍କ ସୃଷ୍ଟି କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହାକୁ ନେଇ ଚିନ୍ତା ପ୍ରକଟ କରଛନ୍ତି । ସମାଜ ଉପରେ ଏହାର କୁପ୍ରଭାବ ପଡ଼ୁଛି । ଏଣୁ ଏହାକୁ ନେଇ ରହିଥିବା ଆଇନ ଓ ଦଣ୍ତ ବ୍ୟବସ୍ଥାକୁ ନେଇ ମାନସ ମନ୍ଥନ ଆରମ୍ଭ ହୋଇ ଯାଇଛି ।

ନିକଟରେ ଅଭିନେତ୍ରୀ ରଶ୍ମିକା ମାନ୍ଧାନା ଓ କାଟ୍ରିନା କୈଫଙ୍କର ଭିଡ଼ିଓ ଭାଇରାଲ ହୋଇଥିଲା । ୱେବର ବିଶାଳ ଅନ୍ଧାରୀ ଦୁନିଆରେ ଲୁଚି ରହିଥିବା କିଛି ପୋଖତ ଖେଳାଳି ମାନ୍ଧାନାଙ୍କ ଭିଡ଼ିଓ ଓ କାଟ୍ରିନାଙ୍କର ଫଟୋର ନକଲି କରିଥିଲେ । ଏମାନେ ହୁଏତ ବାହାର ଦେଶରେ ଥାଏ ପାରନ୍ତି । ଆମ ଆଇନ ବ୍ୟବସ୍ଥାଠାରୁ ବହୁ ଦୂରରେ । ତେବେ ଏହାକୁ ରୋକିବା ବର୍ତ୍ତମାନ ପରିପ୍ରେକ୍ଷୀରେ ନିହାତି ରୂପେ ଆବଶ୍ୟକ ହୋଇ ପଡ଼ିଛି ।