/odishatv-khabar/media/post_attachments/uploadimage/library/16_9/16_9_0/s_1700474437.jpg)
Team India breaks down in dressing room
ବିଶ୍ୱକପ୍ରେ ପରାଜୟ ପରେ ଦୁଃଖରେ ଭାଙ୍ଗି ପଡ଼ିଲା ଟିମ୍ ଇଣ୍ଡିଆ । ଏପରିକି ମ୍ୟାଚ୍ ପରେ କୌଣସି ବି ଖେଳାଳିଙ୍କୁ ଦେଖିବା ବହୁ କଷ୍ଟଦାୟକ ହୋଇଥିଲା । ସମସ୍ତେ ମନ ଦୁଃଖ କରି ଡ୍ରେସିଂ ରୁମରେ ବସିଥିବା ଦେଖିବାକୁ ମିଳିଛି । କ୍ୟାପଟେନ୍ ରୋହିତ ଶର୍ମାଙ୍କଠୁ ଆରମ୍ଭ କରି କୋହଲି, କେଏଲ୍ ରାହୁଲ, ଜାଡେଜା, ସାମି...ସମସ୍ତେ ଯେମିତି ଏହି କଷ୍ଟକୁ ସହି ପାରି ନାହାନ୍ତି ।
କୋଚ୍ ରାହୁଲ ଦ୍ରାବିଡ଼ ସମସ୍ତଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେମାନଙ୍କୁ ଦେଖିବା ବି କଷ୍ଟକର ଥିଲା । ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡ୍ରେସିଂ ରୁମ୍ ପାଖକୁ ଯାଇ ଖେଳାଳିଙ୍କ ସହ କଥା ହେବା ସହ ସାନ୍ତ୍ୱନା ଦେଇ ବୁଝାଇଥିଲେ ।
From our first medal ceremony to the last - thank you to all the fans who've given us a lot of love for it 💙
Yesterday, we kept our spirits high in the dressing room and presented the best fielder award for one final time.
Watch 🎥🔽 - By @28anand#TeamIndia | #CWC23
— BCCI (@BCCI) November 20, 2023
ଗୋଟିଏପଟେ ଟିମ୍ ଇଣ୍ଡିଆ ଦୁଃଖରେ ଭାଙ୍ଗି ପଡ଼ିଥିବା ବେଳେ ଅନ୍ୟପଟେ ବିଶ୍ୱକପ୍ ଜିତିବା ପରେ ଅଷ୍ଟ୍ରେଲିଆ କିଭଳି ଭାବେ ଏହାର ସମ୍ମାନ କରୁଛି ଏହାର ଏକ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ଗତକାଲି ବିଶ୍ୱକପ୍ ଜିତିବା ପରେ ଅଷ୍ଟ୍ରେଲିଆ ଖେଳାଳି ମିଚେଲ୍ ମାର୍ସ ଟ୍ରଫିକୁ ଗୋଡ଼ ତଳେ ରଖିଥିବାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)