ଇସ୍ରାଏଲ ଓ ହମାସ ଆତଙ୍କବାଦୀ ସଂଗଠନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଏକବର୍ଷ ପୂରଣ ହୋଇଛି। ଅକ୍ଟୋବର ୭, ୨୦୨୩ ଇସ୍ରାଏଲ ଉପରେ ସବୁଠାରୁ ବଡ ଆକ୍ରମଣ ହୋଇଥିଲା।
ଜୁଲୁସ ଶୋଭାଯାତ୍ରା ଚାଲିଥିବା ବେଳେ ଜଣେ ଯୁବକ ପତାକା ଉଡାଉଥିବା ଅଭିଯୋଗ ହୋଇଥିଲା । ଘଟଣାସ୍ଥଳରେ ଦରଘାବଜାର ପୋଲିସ ପହଞ୍ଚି ସଂପୃକ୍ତ ଯୁବକଙ୍କୁ ତାଗିଦ କରିବା ସହ ପତାକାକୁ ଜବତ କରିଥିଲା ।
ମିଳିତ ଜାତିସଂଘର ରିପୋର୍ଟ ଅନୁଯାୟୀ, ଗାଜାର ୨.୩ ନିୟୁତ ଲୋକଙ୍କ ମଧ୍ୟରୁ ୮୫% ଲୋକ ବିସ୍ଥାପିତ ହୋଇଛନ୍ତି । ପ୍ରତି ଚାରିଜଣଙ୍କ ମଧ୍ୟରୁ ଜଣେ କ୍ଷୁଧାର୍ତ୍ତ ଅଛନ୍ତି।
ପୂର୍ବରୁ ୭ ଜଣ ଥାଇ ନାଗରିକଙ୍କୁ ହମାସ ଛାଡ଼ିପାରେ ବୋଲି କୁହାଯାଉଥିଲା। ମାତ୍ର ଏବେ କେବଳ ୪ ଜଣ ଥାଇ ନାଗରିକଙ୍କୁ ମୁକ୍ତ କରିଛି ହମାସ । ଥାଇଲାଣ୍ଡ ନାଗରିକଙ୍କୁ ଛାଡ଼ିବା ଲାଗି ହମାସ ଇସ୍ରାଏଲ ସହ ଅଲଗା ସନ୍ଧି କରିଛି।
ହାଇଜାକ ହୋଇ ଯାଇଛି ଭାରତକୁ ଆସୁଥିବା ଜାହାଜ । ଇସ୍ରାଏଲର ଭାବି ଏହାକୁ ହାଇଜାକ କରା ଯାଇଛି । ଏନେଇ ଭିଡ଼ିଓ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଭିଡିଓ ଜାରି ପରେ ବଢିଛି ଉତ୍ତେଜନା ।
୯-୧୧ ଆକ୍ରମଣ ପରେ ଆମେ କରିଥିବା ଭୁଲ ତୁମେ କରନି...ଇସ୍ରାଏଲ ନଦୋହରାଉ ଆମେରିକାର ଭୁଲ୍ ...
ଇସ୍ରାଏଲ ଉପର ଆକ୍ରମଣ ୧୫ଟି ୯/୧୧ ଆକ୍ରମଣ ସହ ତୁଳନୀୟ ...୧୩ଦିନ ହେଲା ହମାସ୍-ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଲାଗିରହିଛି ...
ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କୁ ଭେଟିବା କାର୍ଯ୍ୟକ୍ରମ ...ଯୁଦ୍ଧ ବଢୁଥିବାରୁ ସୁନକଙ୍କ ଗସ୍ତର ଗୁରୁତ୍ୱ ରହିଛି ...ଗତକାଲି ଆମେରିକା ରାଷ୍ଟ୍ରପତି ଯାଇଥିଲେ ଇସ୍ରାଏଲ୍
ଇସଲାମିକ ଜିହାଦ ଗୋଷ୍ଠୀଙ୍କ ମିସ୍ ଫାୟାରରୁ ନରସଂହାର । ନେତନ୍ୟାହୁଙ୍କୁ ଭେଟି ସହାୟତାର ଅଭୟବାଣୀ ଦେଲେ ବାଇଡେନ୍ ।
ଚାଲିଛି ଯୁଦ୍ଧ, ଗର୍ଜୁଛି ଇସ୍ରାଏଲ ଓ ଗାଜା । ଧ୍ବଂସ ଉପତ୍ୟକାରେ ଧୂଳିର ହାହାକାର । ଜୀବନ ବିକଳରେ ଦେଶ ଛାଡ଼ୁଛନ୍ତି ଲୋକେ । ଚାରିଆଡେ ମୃତ୍ୟୁର ତାଣ୍ତବଲୀଳା । ଏହା ମଧ୍ୟରେ ଯୁଦ୍ଧ ଜିବାକୁ ଆହ୍ବାନ ଦେଇଛନ୍ତି ଇସ୍ରାଏଲ କମାଣ୍ତର ।..
ହମାସ ଆତଙ୍କବାଦୀଙ୍କ ପକ୍ଷରୁ ଟେଲିଗ୍ରାମରେ ସେୟାର ହୋଇଛି ଏକ ଭିଡିଓ । ଯେଉଁଥିରେ ଯୁବତୀ ଜଣକ ଚିତ୍କାର କରି କହୁଛନ୍ତି ‘ମତେ ବଞ୍ଚାଅ..ମତେ ମୋ ପରିବାର ପାଖକୁ ନେଇଯାଅ’।
ସୀମା ଟପିଲା ବର୍ବରତା । ବିଭତ୍ସ ଭାବେ ୨୬ ଥର ଛୁରାମାଡ଼ କରି ଶିଶୁକୁ ହତ୍ୟା କଲା ଅଭିଯୁକ୍ତ ।
ଗାଜା ବର୍ଡର୍... ଉତ୍ତର ସୀମାରେ ଶହ ଶହ ଟ୍ୟାଙ୍କ... ହମାସର ମୂଳପୋଛ ପାଇଁ ତୟାର୍ ୧୦ ହଜାରରୁ ୧ ଲକ୍ଷ ସୈନ୍ୟ । ନିଜେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସୀମାକୁ ଯାଇ ସେମାନଙ୍କ ମନୋବଳ ବଢ଼ାଇଥିବା ବେଳେ, କେବଳ ଗ୍ରୀନ୍ ସିଗ୍ନାଲକୁ ଅପେକ୍ଷା।
ଇସ୍ରାଏଲ ସୈନ୍ୟ ‘X’ରେ ଲେଖିଛନ୍ତି, ଗାଜା ସହର ଏବଂ ଉତ୍ତର ଗାଜାର ବାସିନ୍ଦା, ଅତୀତରେ ଆମେ ଆପଣଙ୍କୁ ସୁରକ୍ଷା ପାଇଁ ଦକ୍ଷିଣ ଗାଜା ଅଞ୍ଚଳକୁ ସ୍ଥାନାନ୍ତର କରିବାକୁ ଅନୁରୋଧ କରିଛୁ।
ଶୁକ୍ରବାର ଦକ୍ଷିଣ ଲେବାନନ୍ରେ ଇସ୍ରାଏଲ୍ ଆଡୁ ଆସିଥିବା ଗୋଟାଏ କ୍ଷେପଣାସ୍ତ୍ର ପଡ଼ିବାରୁ ‘ରଏଟର୍ସ’ର ଜଣେ ଭିଡିଓ ସାମ୍ବାଦିକଙ୍କର ମୃତ୍ୟୁ ଘଟିଛି ଓ ଆଉ ୬ଜଣ ସାମ୍ବାଦିକ ଆହତ ହୋଇଛନ୍ତି ।
ଇସ୍ରାଏଲ ଉପରେ ଆକ୍ରମଣର ମାଷ୍ଟରମାଇଣ୍ଡ....ଷଡ଼ଯନ୍ତ୍ରକୁ କେମିତି କଲା କାର୍ଯ୍ୟକାରୀ?
ଇସ୍ରାଏଲର ଏ ଗାଁଟି ବନିଥିଲା ହମାସର ପ୍ରଥମ ଶିକାର । ଏଠି କାଳେ ବେଶ୍ ସୁନ୍ଦର ଦିଶେ ସୂର୍ଯ୍ୟୋଦୟ ଆଉ ସୂର୍ଯ୍ୟାସ୍ତ। ମାତ୍ର ଚାଷୀମାନଙ୍କୁ ନେଇ ଇସ୍ରାଏଲର ଏ ଛୋଟିଆ ଗାଁଟି ଏବେ ଖାଁ ଖାଁ । ଚାରିଆଡ଼େ ମୃତ୍ୟର ଗନ୍ଧ..
ଗାଜା ସୀମାଠୁ ମାତ୍ର ୫ କିଲୋମିଟର ଦୂରରେ ଥିବା ଛୋଟିଆ ଗାଁ କିବୁଜ୍ ବେରିରେ ଗତ ଶନିବାର ସୂର୍ଯ୍ୟ ଉଇଁବା ବେଳେ କେମିତି ଦିଶୁଥିଲା, କାହାକୁ ଜଣାନାହିଁ ।
ଇସ୍ରାଏଲ ଟାର୍ଗେଟରେ କେବଳ ଗାଜା ନୁହେଁ ହମାସର ସେହି 'ମାଷ୍ଟରମାଇଣ୍ଡ' ଅଛନ୍ତି, ଯେଉଁମାନେ ଆରମ୍ଭରୁ ଏହି ସଂଗଠନର ସଦସ୍ୟ କିମ୍ବା ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣ ପାଇଁ ଦାୟୀ ଥିଲେ ।
ମଧ୍ୟପ୍ରାଚ୍ୟରେ ପୁଣି ଥରେ ମାନବୀୟ ସଂକଟ...ଘର ଛାଡୁଛନ୍ତି ଇସ୍ରାଏଲ ଯୁଦ୍ଧ ବିପନ୍ନ...ରିଲିଫ କ୍ୟାମ୍ପରେ ବିତୁଛି ଲୋକଙ୍କ ଜୀବନ..ଗାଜାରେ ଏକମାତ୍ର ପାୱାର ପ୍ଲାଣ୍ଟ ବନ୍ଦ
ହମାସ ହେଉଛି ପାଲେଷ୍ଟାଇନର ଏକ ଆତଙ୍କବାଦୀ ଗୋଷ୍ଠୀ। ୧୯୭୮ ମସିହାରେ ଅହମ୍ମଦ ୟାସିନ ଏବଂ ଅବଦେଲ ଅଜିଜ୍ ଅଲ୍-ରାଣ୍ଟିସଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିଲା।
ସୀମାରେ ସୀମିତ ନରହି, ଯୁଦ୍ଧ ଯେତେବେଳେ ଜନବସତିରେ ପଶେ। ଆକାଶ ମାର୍ଗରୁ ଧ୍ୱଂସର ତାଣ୍ଡବ, ଏମିତି ହିଁ କିଛି ଦିଶେ। ଯେଉଁଠି ବଡ଼ ବଡ଼ କୋଠା-ଅଟ୍ଟାଳିକା ଆଖି ପିଛୁଳାକେ ମାଟିରେ ମିଶେ। ସେଠି ଖାଲି ଖୋଲା ଆକାଶ ନୁହେଁ, ଚାରିକାନ୍ଥ ଭିତରେ ବି, ଛାତିରେ ଛନକା ପଶେ।
ଆଇରନ ଡୋମ୍ ବା ଲୌହ କବଚ...କ୍ଷେପଣାସ୍ତ୍ର ଆକ୍ରମଣକୁ ପ୍ରତିହତ କରିବା ଲାଗି ବ୍ୟବସ୍ଥା ...ଖରା, ବର୍ଷା, ଶୀତ ସବୁ ପରିସ୍ଥିତିରେ ସଜାଗ ଥାଏ
ଏଠି ଗୁଳି ଗୋଳାର ଗର୍ଜନ ନୁହେଁ, ଶୁଭୁଛି ଇସ୍ରାଏଲୀ ଜନତାଙ୍କ ଏକତାର ସ୍ୱର। ସେନାର ମନୋବଳ ବଢ଼ାଇବାକୁ ବାଲକୋନି ଲାଇଟ୍ ଧପ୍ ଧପ୍ କରିବା ସହ, ଏକସ୍ୱରରେ ଗାଉଛନ୍ତି ନିଜ ଜାତୀୟ ସଂଗୀତ 'ହାତିକ୍ଭା'- ଯାହାର ଅର୍ଥ ଆମେ ନଇଁବୁ ନାହିଁ, ଭାଙ୍ଗିବୁ ନାହିଁ।