/odishatv-khabar/media/post_attachments/uploadimage/library/16_9/16_9_0/IMAGE_1700469200.jpg)
World Cup Trophy
ବିଶ୍ୱକପ୍ ପାଇଁ କେତେ ଝାଳବୁହା ପରିଶ୍ରମ...ଅନେକ ସଂଘର୍ଷ, ଶହ ଶହ ଦିନର ଅଭ୍ୟାସ । କ୍ରିକେଟ୍ ବିଶ୍ୱକପ୍ ଟ୍ରଫି ପାଇଁ ଭାରତ ସମେତ ସାରା ବିଶ୍ୱର ଟପ୍ କ୍ରିକେଟ୍ ଟିମ୍ ବହୁତ ପରିଶ୍ରମ କରିଥାନ୍ତି । ହେଲେ ବିଶ୍ୱକପ୍ ଜିତିବା ପରେ ଅଷ୍ଟ୍ରେଲିଆ କିଭଳି ଭାବେ ଏହାର ସମ୍ମାନ କରୁଛି ଏହାର ଏକ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ।
ଗତକାଲି ବିଶ୍ୱକପ୍ ଜିତିବା ପରେ ଅଷ୍ଟ୍ରେଲିଆ ଖେଳାଳି ମିଚେଲ୍ ମାର୍ସ ଟ୍ରଫିକୁ ଗୋଡ଼ ତଳେ ରଖିଥିବାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ଟ୍ରଫି ଉପରେ ଗୋଡ଼ ରଖି ସେ ଫଟୋ ଉଠାଇଛନ୍ତି । ଏହି ଫଟୋ ଭାଇରାଲ୍ ହେବା ପରେ ସୋସିଆଲ୍ ମିଡିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
ଫଟୋରେ କେତେ ସତ୍ୟାସତ୍ୟ ଅଛି ତାହା ସ୍ପଷ୍ଟ ହୋଇନାହିଁ । ଏପରିକି ଏହି ଭାଇରାଲ୍ ଫଟୋକୁ ନେଇ ଖବର ଲେଖାଯିବା ସୁଦ୍ଧା ଅଷ୍ଟ୍ରେଲିଆ କ୍ରିକେଟ୍ ଟିମ୍ ପ୍ରତିକ୍ରିୟା ରଖି ନାହିଁ । ଘଟଣା ଯାହା ହେଉନା କାହିଁକି ବିଶ୍ୱକପ୍କୁ ଏ କି ପ୍ରକାର ସମ୍ମାନ ବୋଲି କ୍ରୀଡାପ୍ରେମୀ ପ୍ରଶ୍ନ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)