Advertisment

World Television Day 2023: ଟିଭି ଦୁନିଆର ଏହି ୫ ସିରିଜ୍‌କୁ ଲୋକେ କେବେ ବି ଭୁଲିବେନି

ଆଜି ‘ବିଶ୍ୱ ଟେଲିଭିଜନ ଦିବସ’। ଟିଭି ଯୋଗୁଁ ଆଜି ସୂଚନାର ଆଦାନପ୍ରଦାନ ସରଳ ଏବଂ ସହଜ ହୋଇଯାଇଛି। କଳା-ଧଳାରୁ ଆଜି ଆମେ ଟିଭିର ସ୍ମାର୍ଟ ଦୁନିଆରେ ପହଞ୍ଚିଛେ। ଏହି ଅବସରରେ ଆସନ୍ତୁ ଟିଭି ଦୁନିଆର ୫ ଲୋକପ୍ରିୟ ସିରିଜ୍‌ ବିଷୟରେ ଜାଣିନେବା।

author-image
Pramod Behera
ଅଦ୍ୟତନ ହୋଇଛି
World Television Day 2023

TV making life better and the best means of communication

ପ୍ରତିବର୍ଷ ୨୧ ନଭେମ୍ବରରେ ‘ବିଶ୍ୱ ଟେଲିଭିଜନ ଦିବସ’ ପାଳନ କରାଯାଏ। ଏହି ଉତ୍ସବ ଆମ ପାଇଁ ସ୍ୱତନ୍ତ୍ର ହୋଇଯାଇଛି କାରଣ ଟିଭିର ଆଗମନ ସହିତ ଆମ ଜୀବନ ଅତି ସହଜ ହୋଇଯାଇଛି। ସୂଚନାର ଆଦାନପ୍ରଦାନ ସରଳ ଏବଂ ସହଜ ହୋଇଯାଇଛି। ମିଳିତ ଜାତିସଂଘର ସାଧାରଣ ସଭା ୧୭ ଡିସେମ୍ବର ୧୯୯୬ ରେ ଏକ ପ୍ରସ୍ତାବ ପାରିତ କରିଥିଲା ​​ଏବଂ ପ୍ରତିବର୍ଷ ନଭେମ୍ବର ୨୧ରେ ‘ବିଶ୍ୱ ଟେଲିଭିଜନ ଦିବସ’ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲା।

Advertisment

ସେବେଠାରୁ ଆଜି ପର୍ଯ୍ୟନ୍ତ ‘ବିଶ୍ୱ ଟେଲିଭିଜନ ଦିବସ’ ସାରା ବିଶ୍ୱରେ ପାଳନ କରାଯାଉଛି। ସୂଚନା ଅନୁଯାୟୀ, ୧୯୨୫ ମସିହାରେ ସ୍କଟ୍‌ଲ୍ୟାଣ୍ଡର ଇଞ୍ଜିନିୟର ତଥା ଉଦ୍ଭାବକ ଜନ୍ ଲଗି ବେୟର୍ଡଙ୍କ ଦ୍ୱାରା ଟିଭି ଉଦ୍ଭାବନ କରାଯାଇଥିଲା। ଆଜି ଏହା ଘରେ ଘରେ ପରିଚିତ।

କଳା-ଧଳାରୁ ଆଜି ଆମେ ଟିଭିର ସ୍ମାର୍ଟ ଦୁନିଆରେ ପହଞ୍ଚିଛେ। ବିଦ୍ୟୁତ୍ ଦ୍ୱାରା ଚାଲୁଥିବା ଭାରୀ ଟିଭି ଆଜି ସ୍ଲିମ୍ ହୋଇଯାଇଛି। ଟିଭି ସାହାଯ୍ୟରେ ଆମେ ସାରା ଦୁନିଆର ଖବର କେଇ ମୁହୂର୍ତ୍ତରେ ପାଇଯାଉଛୁ। ଏହି ଟିଭି ମଧୁ ଯୋଗାଯୋଗକୁ ବିସ୍ତାର କରିପାରିଛି। ୧୫ ସେପ୍ଟେମ୍ବର ୧୯୫୯ରେ ଭାରତରେ ଟିଭି ଆରମ୍ଭ ହୋଇଥିଲା। ଅବଶ୍ୟ, ପୂର୍ବରୁ କମ୍ ସମ୍ବଳ ଏବଂ ପ୍ରଯୁକ୍ତିବିଦ୍ୟା ହେତୁ ପ୍ରସାରଣ କେବଳ ସ୍ୱଳ୍ପ ସମୟ ପାଇଁ ହେଉଥିଲା, କିନ୍ତୁ ଆଜି ପ୍ରସାରଣ ଦିନକୁ ୨୪ ଘଣ୍ଟା ହୋଇପାରୁଛି।

Advertisment

ଟିଭି ଏମିତି ଏକ ମାଧ୍ୟମ ହୋଇଯାଇଛି ଯାହା ମାଧ୍ୟମରେ ଆମେ ମନୋରଂଜନ କରୁ, ଶିକ୍ଷା ଏବଂ ସୂଚନା ପାଇଥାଉ। ସୂଚନା ବିପ୍ଳବରେ ଏହାର ଅବଦାନ ଅତୁଳନୀୟ। ଯଦି ଟିଭି ନ ଥାନ୍ତା ତେନେ ଜନ ଯୋଗାଯୋଗର କୌଣସି ଭାବନା ନ ଥାନ୍ତା। ଲୋକମାନେ ସାମୂହିକ ଭାବରେ ସୂଚନା ମଧ୍ୟ ପାଇପାରି ନ ଥାନ୍ତେ।

ଟିଭି ଦୁନିଆର ୫ ସିରିଜ୍ ଯାହା ଆଜି ବି ଲୋକପ୍ରିୟ:

ଶକ୍ତିମାନ:

ଟେଲିଭିଜନ୍ ଧାରାବାହିକ ଶକ୍ତିମାନ ୯୦ ଦଶକର ସବୁଠାରୁ ସୁପରହିଟ୍ ଶୋ’। ୧୯୯୭ ରୁ ୨୦୦୫ ପର୍ଯ୍ୟନ୍ତ ଏହି ଶୋ’ DD ନ୍ୟାସନାଲ୍‌ରେ ପ୍ରସାରିତ ହୋଇଥିଲା। ମୁଖ୍ୟ ଭୂମିକାରେ ପ୍ରସିଦ୍ଧ ଅଭିନେତା ମୁକେଶ ଖାନ୍ନା ଅଭିନୟ କରିଥିଲେ, ଯିଏ ଶୋ’ର ନିର୍ମାତା ମଧ୍ୟ ଥିଲେ। ଶକ୍ତିମାନ ନିଜ ଶକ୍ତି ପାଇଁ ଜଣାଶୁଣା ଯାହା ସେ ସାଧନା କରି ପାଇଥିଲେ। ପ୍ରକୃତିର ପାଞ୍ଚଟି ପ୍ରାକୃତିକ ଉପାଦାନ(ଆକାଶ, ପୃଥିବୀ, ବାୟୁ, ଅଗ୍ନି ଏବଂ ଜଳ)ରୁ ସେ ନିଜର ଶକ୍ତି ପାଇଥିଲେ। ନିକଟରେ ମୁକେଶ ଖାନ୍ନା ନିଶ୍ଚିତ କରିଛନ୍ତି ଯେ ଏକ ଶକ୍ତିମାନକୁ ନେଇ ଏକ ଫିଲ୍ମ ହେବ।

ମାଲ୍‌ଗୁଡି ଡେଜ୍:

ଆର୍‌.କେ ନାରାୟଣଙ୍କ ଲୋକପ୍ରିୟ ପିଲାଙ୍କ ପୁସ୍ତକ ଉପରେ ଆଧାର କରି ଏହି ଧାରାବାହିକ ଟେଲିଭିଜନରେ ପିଲାମାନଙ୍କର ଆଗ୍ରହ ସୃଷ୍ଟି କରିବାରେ ପ୍ରଥମ ସିରିଜ୍ ହୋଇଥିଲା। ୧୯୮୭ରେ DD ନ୍ୟାସନାଲ୍‌ରେ ‘ମାଲ୍‌ଗୁଡି ଡେଜ୍’ ପ୍ରିମିୟର୍ ହୋଇଥିଲା। ଯୁବ ବାଳକ ସ୍ୱାମୀଙ୍କ ଭୂମିକାରେ ଅଭିନୟ କରିଥିବା ମାଷ୍ଟର ମଞ୍ଜୁନାଥ ସେହି ସମୟରେ ଅଧିକାଂଶ ପିଲାଙ୍କ ହିରୋ ବନିଯାଇଥିଲେ।

CID:

୧୯୯୭ରେ ପ୍ରସାରିତ ହୋଇଥିବ କ୍ରାଇମ୍‌ ଟେଲିଭିଜନ ଶୋ CID ପ୍ରତ୍ୟେକ ଥର ଟିଭିରେ ପ୍ରସାରିତ ହେବାବେଳେ ଏହାକୁ ଦେଖିବା ପାଇଁ ଲୋକଙ୍କ ଆଗ୍ରହ ସୃଷ୍ଟି କରୁଥିଲା। ଟେଲିଭିଜନରେ ଦୀର୍ଘତମ ଚାଲୁଥିବା ଶୋ’ ମଧ୍ୟରୁ CID ଅନ୍ୟତମ ଏବଂ ଏହା ୨୧ ବର୍ଷ ପୂରଣ କରି ୨୦୧୮ରେ ଶେଷ ହୋଇଥିଲା।

ରାମାୟଣ:

୧୯୮୬ରେ ରାମାନନ୍ଦ ସାଗରଙ୍କ ସିରିଜ୍ ରାମାୟଣ ଡିଡି ନ୍ୟାସ୍‌ନାଲ୍‌ରେ ପ୍ରିମିୟର ହୋଇଥିଲା। ଏହା ଭାରତକୁ କିଛି ମୂଲ୍ୟବାନ ଶିକ୍ଷା ଦେଇଥିଲା ଆଉ ଟିଭି ଦୁନିଆକୁ ମହାନ କରିଦେଇଥିଲା। ପ୍ରଥମ ଥର ପାଇଁ ଏକ ଟେଲିଭିଜନ୍ ସିରିଜ୍ ଏତେ ଲୋକପ୍ରିୟତା ହାସଲ କଲା। ଗଣମାଧ୍ୟମରେ ଏହା ଏପରି ଏକ କାହାଣୀ ଥିଲା ଯେ ଲୋକମାନେ ନିଜ ଟେଲିଭିଜନ ସାମ୍ନାରେ ପୂଜା କରୁଥିଲେ ଏବଂ ଚରିତ୍ରମାନେ ମଧ୍ୟ ଲୋକଙ୍କ ପୂଜ୍ୟ ହୋଇଗଲେ।

ମହାଭାରତ:

୧୯୮୮ରେ ଯେତେବେଳେ ରାମାୟଣ ଟେଲିଭିଜନରେ ଶେଷ ହେଲା, ସେତେବେଳେ ଭାରତୀୟ ଘରେ ହାହାକାର ଖେଳିଗଲା। ଏହି ସମୟରେ ବିଆର୍ ଚୋପ୍ରା ଆଗକୁ ଯାଇ ‘ମହାଭାରତ’ରେ ଏହି ଶୂନ୍ୟସ୍ଥାନ ପୂରଣ କରିଦେଲେ। ସେତେବେଳେ ‘ମହାଭାରତ’ ଡିଡି ନ୍ୟାସ୍‌ନାଲ୍‌ରେ ପ୍ରସାରିତ ହେଉଥିବାରୁ ଅଧିକାଂଶ ଦୋକାନ ଏବଂ ପ୍ରତିଷ୍ଠାନ ୪୫ ମିନିଟ୍ ପାଇଁ ବନ୍ଦ ହୋଇଯାଉଥିଲା ​​ଏବଂ ଭାରତର ରାସ୍ତାଗୁଡ଼ିକ ଖାଲି ହୋଇଯାଉଥିଲା।

Television Special Story
Advertisment
Advertisment