ଟିଭି ହେଉଛି ପ୍ରାୟ ସମସ୍ତଙ୍କ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ। ବିଶ୍ୱର କୋଟି କୋଟି ଲୋକଙ୍କୁ ଏହା ମନୋରଞ୍ଜନ, ଶିକ୍ଷା ଏବଂ ସୂଚନା ପ୍ରଦାନ କରୁଛି। ମନୋରଞ୍ଜନ ବ୍ୟତୀତ ଟେଲିଭିଜନ ଲୋକମାନଙ୍କୁ ବିଭିନ୍ନ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ସାମାଜିକ ପରିବର୍ତ୍ତନକୁ ପ୍ରୋତ୍ସାହିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।
ଆଜି ‘ବିଶ୍ୱ ଟେଲିଭିଜନ ଦିବସ’। ଟିଭି ଯୋଗୁଁ ଆଜି ସୂଚନାର ଆଦାନପ୍ରଦାନ ସରଳ ଏବଂ ସହଜ ହୋଇଯାଇଛି। କଳା-ଧଳାରୁ ଆଜି ଆମେ ଟିଭିର ସ୍ମାର୍ଟ ଦୁନିଆରେ ପହଞ୍ଚିଛେ। ଏହି ଅବସରରେ ଆସନ୍ତୁ ଟିଭି ଦୁନିଆର ୫ ଲୋକପ୍ରିୟ ସିରିଜ୍ ବିଷୟରେ ଜାଣିନେବା।