Advertisment

Choose Perfect Life Partner: ଆସୁଛି ବିବାହ ଋତୁ; ଏମିତି ବାଛନ୍ତୁ ଜୀବନସାଥୀ, ଜୀବନ ହୋଇଯିବ ପ୍ରେମମୟ

ନଭେମ୍ବର-ଡିସେମ୍ବର ମାସରେ, ଅନେକଙ୍କ ଘରେ ଶଙ୍ଖ-ଢୋଲ-ତୂରୀ ବାଜେ। ବାପାମାଆମାନେ ନିଜ ପୁଅ କିମ୍ବା ଝିଅମାନଙ୍କ ପାଇଁ ଉପଯୁକ୍ତ ଜୀବନସାଥୀ ଖୋଜିବାରେ କୌଣସି ରାସ୍ତା ଛାଡନ୍ତି ନାହିଁ। ଆସନ୍ତୁ ଜାଣିବା ଜଣେ ଉପଯୁକ୍ତ ଜୀବନସାଥୀର କେଉଁସବୁ ଗୁଣ ରହିବା ଉଚିତ।

author-image
Pramod Behera
ଅଦ୍ୟତନ ହୋଇଛି
How to Choose the Right Life Partner

Choose Perfect Life Partner

ଆଉ କିଛି ଦିନ ମଧ୍ୟରେ ଆରମ୍ଭ ହୋଇଯିବ ବିବାହ ଋତୁ। ଏହି ନଭେମ୍ବର-ଡିସେମ୍ବର ମାସରେ, ଅନେକଙ୍କ ଘରେ ଶଙ୍ଖ-ଢୋଲ-ତୂରୀ ବାଜେ। ବାପାମାଆମାନେ ନିଜ ପୁଅ କିମ୍ବା ଝିଅମାନଙ୍କ ପାଇଁ ଉପଯୁକ୍ତ ଜୀବନସାଥୀ ଖୋଜିବାରେ କୌଣସି ରାସ୍ତା ଛାଡନ୍ତି ନାହିଁ। ଏଥି ସହିତ, ପୁଅ-ଝିଅମାନେ ମଧ୍ୟ ଚାହାଁନ୍ତି ଯେ ଯଦି ସେମାନେ ବିବାହ କରୁଛନ୍ତି, ତେବେ ସେମାନଙ୍କର ପସନ୍ଦ ଏବଂ ନାପସନ୍ଦ ପ୍ରତି ମଧ୍ୟ ଧ୍ୟାନ ଦିଆଯାଉ।

Advertisment

ତେବେ ସବୁଠାରୁ ବଡକଥା ହେଲା ଜୀବନସାଥୀ ବାଛିବାବେଳେ ଚଞ୍ଚଳତା ରହିବା ଉଚିତ୍ ନୁହେଁ, ନଚେତ୍ ଭବିଷ୍ୟତରେ ସମ୍ପର୍କ ଭାଙ୍ଗିପାରେ। ଯଦି ବି ଆପଣଙ୍କ ନିଜ ପରିବାର ସଦସ୍ୟ କିମ୍ବା ସମ୍ପର୍କୀୟମାନେ ପୁଅ କିମ୍ବା ଝିଅ ଖୋଜୁଛନ୍ତି, ତେବେ ମଧ୍ୟ ଖୋଲାଖୋଲି ଭାବେ ନିଜର ମତାମତ କହିବା ଦରକାର। ଯଦି ବି ପାତ୍ର ଆପଣଙ୍କର ପସନ୍ଦ ନୁହେଁ ତେବେ ଆପଣ ସିଧା ମନା କରିଦେଇ ପାରିବେ। ନିରବରେ କୌଣସି ବି ପ୍ରସ୍ତାବକୁ ହଁ କରିଦେବା ଠିକ ନୁହେଁ।

ଏପରି ପରିସ୍ଥିତିରେ, ଯଦି ଆପଣ ଏକ ଉତ୍ତମ ଜୀବନ ସାଥୀ ଖୋଜୁଛନ୍ତି, ତେବେ ଆପଣ ସେମାନଙ୍କ ଭିତରେ ଥିବା କେତେକ ଗୁଣ ପ୍ରତି ଧ୍ୟାନ ଦେବା ଆବଶ୍ୟକ। ତେବେ ଆସନ୍ତୁ ଜାଣିବା କେଉଁସବୁ ଗୁଣ ଯାହା ଏକ ଉତ୍ତମ ଜୀବନ ସାଥୀ ପାଖରେ ରହିବା ଉଚିତ, ଯାହା ଦ୍ୱାରା ଆପଣଙ୍କର ସମ୍ପର୍କ ଅବିସ୍ମରଣୀୟ ହୋଇ ରହିଯିବ ଏବଂ ବିବାହିତ ଜୀବନ ପ୍ରେମ ଏବଂ ଶାନ୍ତିରେ କଟିଯିବ।

Advertisment

କିପରି ବାଛିବେ ଉପଯୁକ୍ତ ଜୀବନ ସାଥୀ:

ସୁଖୀ ଏବଂ ସୁସ୍ଥ ଦାମ୍ପତ୍ୟ ଜୀବନଯାପନ ପାଇଁ ଭବିଷ୍ୟତ ଜୀବନସାଥୀ ପାଖରେ କିଛି ଗୁଣ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦି ଆପଣ ନିଜ ପାଇଁ ଉପଯୁକ୍ତ ବର କିମ୍ବା କନ୍ୟା ଖୋଜୁଛନ୍ତି, ତେବେ ଏଥିରେ ହରବର ହୁଅନ୍ତୁ ନାହିଁ। ପରିବାର ସହିତ ଏକାଠି ବସି ବିବାହ ବିଷୟରେ ଆଲୋଚନା କରନ୍ତୁ। ଯଦି ଆପଣଙ୍କ ଇଛା ଅନୁଯାୟୀ ଜୀବନ ସାଥୀ ମିଳୁ ନାହାନ୍ତି, ତେବେ ଆଉ କିଛି ଦିନ ଅପେକ୍ଷା କରନ୍ତି ଆଉ ଖୋଜନ୍ତୁ। ତା’ପରେ ବିବାହ ପ୍ରସଙ୍ଗକୁ ଆଗକୁ ନିଅନ୍ତୁ।

ଆପଣ କାହାକୁ ଭେଟିବା ପୂର୍ବରୁ କିମ୍ବା ବିବାହ ପାଇଁ କଥାବାର୍ତ୍ତା ହେବା ପୂର୍ବରୁ କିଛି ସମୟ ପାଇଁ ତାଙ୍କ ସହିତ ଏକାକୀ କଥା ହୁଅନ୍ତୁ। ଦୁଇ-ତିନି ଦିନ ସେମାନଙ୍କୁ ଭେଟନ୍ତୁ। ସେମାନଙ୍କ ଚିନ୍ତାଧାରା ଏବଂ ବିଚାରକୁ ବୁଝିବାକୁ ଚେଷ୍ଟା କରନ୍ତୁ। ସେ ପୁଅ ହୁଅନ୍ତୁ କି ଝିଅ ହୁଅନ୍ତୁ ଏପରି କରିବା ଦ୍ୱାରା କିଛି ମାତ୍ରାରେ ଜାଣିହେବ ଯେ ସେମାନେ ବିବାହରେ ବିଶ୍ୱାସ କରନ୍ତି କି ନାହିଁ।

ଜୀବନସାଥୀ ଏପରି ହେବା ଉଚିତ ଯାହାଙ୍କ ହବି ଏବଂ ଆଗ୍ରହ ଆପଣଙ୍କ ସହ ସମାନ ହେବା ଉଚିତ। ଜୀବନସାଥୀ ବାଛିବାବେଳେ, ଏହି ଗୁଣ ପ୍ରତି ଧ୍ୟାନ ଦେବା ଆବଶ୍ୟକ। ଏହାର କାରଣ ବେଳେବେଳେ ଆପଣ ଯେଉଁ ଜିନିଷକୁ ନେଇ ଆଗ୍ରହୀ ଥିବେ ଆପଣଙ୍କା ସାଥୀଙ୍କର ଏହା ପସନ୍ଦ ହେଉ ନ ଥିବ। ଏଭଳି ପରିସ୍ଥିତିରେ ପରସ୍ପର ସହ ସମନ୍ୱୟ ରକ୍ଷା କରିବା କଷ୍ଟକର ହୋଇପଡେ।

କିଛି ଲୋକ ପ୍ରଥମ ଭେଟରେ ପ୍ରଭାବ ପକେଇବା ପାଇଁ ବଢେଇ ଚଢେଇ କଥା କୁହନ୍ତି। ଏପରି ପରିସ୍ଥିତିରେ, ନିଜର ଭବିଷ୍ୟତ ଜୀବନସାଥୀଙ୍କ ବୁଦ୍ଧି ପ୍ରତି ଧ୍ୟାନ ଦେବା ଜରୁରୀ ମଧ୍ୟ। ଏଥିସହିତ, ଶିକ୍ଷାଗତ ଯୋଗ୍ୟତା ଏବଂ ଚାକିରି ପ୍ରତି ମଧ୍ୟ ଧ୍ୟାନ ଦେବା ଉଚିତ। ଯଦି ଆପଣ ଚାହାନ୍ତି ଯେ ଆପଣଙ୍କ ଜୀବନସାଥୀ ଆପଣଙ୍କୁ ବୁଝନ୍ତୁ ଏବଂ ଆପଣଙ୍କର କାମକୁ ସମର୍ଥନ କରନ୍ତୁ, ତେବେ ଏପରି ସାଥୀ ସବୁଠାରୁ ଭଲ।

ଜୀବନସାଥୀ ଏମିତି ଜଣେ ହେବା ଉଚିତ୍ ଯେଉଁମାନେ ପରସ୍ପରଙ୍କୁ ସମ୍ମାନ ଦେଉଥିବେ ଏବଂ ସମ୍ପର୍କର ମହତ୍ତ୍ୱକୁ ବୁଝିଥିବେ। ଯେଉଁ ବ୍ୟକ୍ତି ସବୁବେଳେ ନିଜର ଦବଦବା ଜାରି ରଖେ, ସବୁ କଥାରେ ନିଜର ମନମାନୀ କରେ, ସବୁକିଛି ଏକୁଟିଆ ନିଷ୍ପତ୍ତି ନିଏ, ନିଜକୁ ସବୁବେଳେ ଠିକ୍ ମନେ କରେ ଏବଂ ଅନ୍ୟକୁ ଭୁଲ୍ ଭାବେ ସେଭଳି ବ୍ୟକ୍ତି ଉପଯୁକ୍ତ ନୁହେଁ। ବିବାହ ପୂର୍ବରୁ ଯଦି ଆପଣ ଏମିତି କିଛି ସୁରାଗ ପାଆନ୍ତୁ ତେବେ ଏଭଳି ପ୍ରସ୍ତାବକୁ ଆଦୌ ଗ୍ରହଣ କରନ୍ତୁ ନାହିଁ।

Couple Marriage
Advertisment
Advertisment