Advertisment

ଟନେଲ ଭିତରୁ ପ୍ରଥମ ସିସିଟିଭି ଫୁଟେଜ : ସମସ୍ତେ ଅଛନ୍ତି ସୁରକ୍ଷିତ, ୱକିଟକିରେ କଥା ହେବା ପାଇଁ ପ୍ରୟାସ

୬ ଇଞ୍ଚ ପାଇପ ଯୋଗେ ପଠାଗଲା ଖେଚୁଡ଼ି ଓ ପାଣି....ୱାକିଟକି ସାହାଯ୍ୟରେ ଶ୍ରମିକଙ୍କ ସହ କରାଯାଉଛି ଯୋଗାଯୋଗ...୧୦ ଦିନ ହେଲାଣି ଟନେଲରେ ଫସିଛନ୍ତି ୪୧ ଶ୍ରମିକ..

author-image
Prangyan Parimita
ଅଦ୍ୟତନ ହୋଇଛି
Uttarkashi Tunnel Collapse Rescue Operation

Uttarkashi Tunnel Tragedy

ସୁସ୍ଥ ଅଛନ୍ତି, ଚଲାବୁଲା କରୁଛନ୍ତି ଟନେଲ ଭିତରେ ଫସିଥିବା ଶ୍ରମିକ। ଉତ୍ତରାଖଣ୍ଡ ଟନେଲରେ ଫସିଥିବା ୪୧ ଜଣ ଶ୍ରମିକଙ୍କ ଭିଡିଓ ସାମନାକୁ ଆସିଛି। ପ୍ରଥମ ଥର ପାଇଁ ଶ୍ରମିକମାନଙ୍କ ଭିଜୁଆଲ୍ ସାମନାକୁ ଆସିଛି। ଏଣ୍ଡୋସ୍କୋପି କ୍ୟାମେରା ସହାୟତାରେ ଭିତର ସମ୍ପୂର୍ଣ୍ଣ ଚିତ୍ର ଦେଖିବାକୁ ମିଳିଛି। ଡ୍ରିଲ ସାହାଯ୍ୟରେ ଶ୍ରମିକମାନଙ୍କ ପାଖକୁ ଯାଇଥିବା ୬ ଇଞ୍ଚ ବ୍ୟାସର ଏକ ପାଇପରେ ଏହି ଏଣ୍ଡୋସ୍କୋପି ରହିଛି।

Advertisment

ଅଧିକ ପଢ଼ନ୍ତୁ: ଟନେଲରେ ଶ୍ରମିକ, ବଢୁଛି ଟେନସନ୍: ରେସ୍କ୍ୟୁ ପାଇଁ ୫ ଆକ୍ସନ୍‌ ପ୍ଲାନ୍

Advertisment

ଟନେଲ୍ ଭିତରେ ଶ୍ରମିକମାନେ କେମିତି ଅଛନ୍ତି କଣ କରୁଛନ୍ତି ସବୁ ଗତିବିଧି ଉପରେ ନଜର ରଖିପାରିଛି ଉଦ୍ଧାରକାରୀ ଟିମ୍। କ୍ୟାମେରାରେ ଦେଖି, ୱାକିଟକିରେ ସମ୍ପର୍କ କରିବାକୁ ଫସିଥିବା ଶ୍ରମିକଙ୍କୁ କହୁଥିବା ଭିଡିଓରେ ନଜର ଆସିଛି। ଉଦ୍ଧାରକାରୀ ଟିମ୍ ଏଣ୍ଡୋସ୍କୋପି କ୍ୟାମେରା ଓ ୱାକିଟକି ସହାୟତାରେ ଶ୍ରମିକମାନଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରୁଛନ୍ତି ।

ସେପଟେ, ପାଇପ ସାହାଯ୍ୟରେ ରନ୍ଧାଖାଦ୍ୟ, ଫଳ, ୱାକିଟକି, ଚାର୍ଜର ଓ ଅନ୍ୟ ଆବଶ୍ୟକ ସାମଗ୍ରୀ ସେମାନଙ୍କ ପାଖକୁ ପଠାଯାଉଛି। ଦୀର୍ଘ ୯ ଦିନ ପରେ ଗତରାତିରେ ପ୍ରଥମ ଥର ପାଇଁ ରନ୍ଧାଖାଦ୍ୟ ଖାଇଛନ୍ତି ଫସିଥିବା ୪୧ ଜଣ ଶ୍ରମିକ। ସେମାନଙ୍କୁ ଖିଚୁଡ଼ି, ଡାଲି, ଦଲିଆ ଓ ସେଓ ସହିତ ଏକ ୱାକିଟକି ଏବଂ ଚାର୍ଜର ଦିଆଯାଇଛି। ରନ୍ଧାଖାଦ୍ୟକୁ ସିଲିଣ୍ଡର ଆକୃତିର ଛୋଟଛୋଟ ବୋତଲରେ ଭର୍ତ୍ତି କରିଦିଆଯାଉଛି। ପ୍ରତି ଶ୍ରମିକଙ୍କ ପାଇଁ ୭୫୦ ଗ୍ରାମର ଖାଦ୍ୟ ପଠାଯାଇଛି । ପୂର୍ବରୁ ଭିତରକୁ ଯାଇଥିବା ୪ ଇଞ୍ଚ ଓସାରର ପାଇପରେ କେବଳ ଶୁଖିଲା ଖାଦ୍ୟ ଓ ପାନୀୟ ପଠାଯାଉଥିଲା।

ସେପଟେ ଶ୍ରମିକଙ୍କୁ ଉଦ୍ଧାର ପାଇଁ ସବୁ ପ୍ରକାର ଉଦ୍ୟମ ଜାରି ରହିଛି।ଏବେ କରାଯାଇଛି ନୂଆ ରଣନୀତି। ଟନେଲର ତିନି ପଟୁ ଡ୍ରିଲିଂ କରିବାକୁ ଯୋଜନା କରାଯାଇଛି। ଯେଉଁଠି ଶ୍ରମିକମାନେ ଫସିଛନ୍ତି ତାର ବାମ ଓ ଡାହାଣ ପଟୁ ଡ୍ରିଲିଂ କରାଯିବ। ତା ସହିତ ଉପରୁ ମଧ୍ୟ ହୋଲ୍ ଯାଇ ଯେ କୌଣସି ମତେ ସେମାନଙ୍କ ଉଦ୍ଧାର ପାଇଁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ୫ଟି ଟିମ୍ ରାତି ଦିନ କାମ କରୁଛନ୍ତି। ସେପଟେ ବାୟୁସେନାର ବିମାନରେ ବଡ଼ ବଡ଼ ମେସିନ ଟନେଲ ପାଖକୁ ନିଆଗଲାଣି। ବଡ଼ ଓସାରିଆ ପାଇପ ଅଣାଯାଇଛି।

ଏବେ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି ଡିଆରଡିଓ ର ରୋବୋଟିକ ଟିମ୍ ଓ ଏକ ଇଣ୍ଟରନ୍ୟାସନାଲ ଟନେଲ ଏକ୍ସପର୍ଟ ଟିମ୍। ନଭେମ୍ବର ୧୨ ତାରିଖରୁ ଟନେଲ ଭିତରେ ଫସି ରହିଛନ୍ତି ୪୧ ଜଣ ଶ୍ରମିକ। ଡ୍ରିଲିଂ କରି ପ୍ରାୟ ୧ ମିଟର ଓସାରର ପାଇପ ପ୍ରବେଶ କରାଇ ସେମାନଙ୍କୁ ବାହାରକୁ ଆଣିବାର ଚେଷ୍ଟା କରାଯାଉଛି, କିନ୍ତୁ ତାହା ଫଳପ୍ରଦ ହୋଇନି। ସମସ୍ତ ୪୧ ଜଣ ଯାକ ଶ୍ରମିକ ସୁସ୍ଥ ଥିବା ସୂଚନା ମିଳିଛି।....

ସେହିପରି ଟନେଲରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଉଦ୍ଧାର କାର୍ଯ୍ୟ ଲାଗି ଆବଶ୍ୟକ ବଡ଼ବଡ଼ ଭାରି ଉପକରଣ ସବୁକୁ ଅଣାଯାଉଛି। ଉପକରଣକୁ ଉତ୍ତରକାଶୀ ନେବା ପାଇଁ ଭାରତୀୟ ବାୟୁସେନାସହଯୋଗ କରୁଛି। ବାୟୁସେନାର C-17 ଏବଂ C-130 ଏୟାରକ୍ରାଫ୍ଟ ଯୋଗେ ଭାରି ମେସିନ ସବୁ ଏୟାରଲିଫ୍ଟ କରାଯାଉଛି। ଆଜି ମଧ୍ୟ ଏୟାରଲିଫ୍ଟ କରାଯାଇ ଏକ ୩୬ ଟନର ଉପକରଣ ଉତ୍ତରକାଶୀ ଅଣାଯାଇଛି। ..

ସୂଚନାଯୋଗ୍ୟ ଅନ୍ତର୍ଜାତୀୟ ସ୍ତରର ସୁନାମଧନ୍ୟ ଟନେଲ ବିଶେଷଜ୍ଞ ପ୍ରଫେସର ଆର୍ଣ୍ଣଲଡ ଡିକ୍ସଦୁର୍ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ଅନୁଧ୍ୟାନ ଶେଷ କରିବା ସହ ରେସ୍କ୍ୟୁ ଟିମ୍ ସହଆଲୋଚନା କରିଛନ୍ତି। ଶ୍ରମିକଙ୍କୁ ଉଦ୍ଧାର ଲାଗି ଚାଲିଥିବା ପ୍ରୟାସ ଠିକ ବାଟରେ ଚାଲିଥିବା ସେ ସୂଚନା ଦେଇଛନ୍ତି। ଅତି ସତର୍କତାର ସହ ଉଦ୍ଧାର କାମ କରାଯାଉଛି। ଟନେଲ ଭିତରେ ଫସିଥିବା ଶ୍ରମିକ ଓ ବାହାରେ କାମ କରୁଥିବା ଶ୍ରମିକ ସମସ୍ତଙ୍କ ଜୀବନ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ତେଣୁ ସବୁ ଦିଗକୁ ବିଚାର କରି କାମ ଚାଲିଛି ଓ ପରିଣାମ ଭଲ ଆସିବା ତାଙ୍କ ବିଶ୍ୱାସ ବୋଲି କହିଛନ୍ତି ଆର୍ନଲଡ।...

Tunnel Collapsed
Advertisment
Advertisment