Advertisment

୯ ଦିନ ପରେ ଖେଚୁଡ଼ି, ଡାଲି ଖାଇଲେ ଟନେଲରେ ଫସିଥିବା ଶ୍ରମିକ...ପାଇପ୍‌ ଯୋଗେ ପଠାଗଲା ଖାଦ୍ୟ

ଦୀର୍ଘ ୯ ଦିନ ପରେ ଗତ ରାତିରେ ପ୍ରଥମ ଥର ପାଇଁ ରନ୍ଧା ଖାଦ୍ୟ ଖାଇଛନ୍ତି ଫସିଥିବା ୪୧ ଜଣ ଶ୍ରମିକ। ସେମାନଙ୍କୁ ଖେଚୁଡ଼ି, ଡାଲି, ଦଲିଆ ଓ ସେଓ ସହିତ ଏକ ୱାକିଟକି ଏବଂ ଚାର୍ଜର ଦିଆଯାଇଛି ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Uttarkashi Tunnel Collapse Rescue Operation

New Ray of Hope arises for trapped workers as 6 inch pipe pushed to carry food inside tunnel

ରେସ୍କ୍ୟୁ କାମ ଠିକ୍‌ ଭାବରେ ଚାଲିଥିବା ବେଳେ ଟନେଲ ଭିତରେ ଫସିଥିବା ଶ୍ରମିକ ସୁସ୍ଥ ଥିବା ଭିଡିଓ ସାମ୍ନାକୁ ଆସିଛି ।ଉତ୍ତରାଖଣ୍ଡର ଉତ୍ତରକାଶୀ ଟନେଲରେ ଫସିଥିବା ୪୧ ଜଣ ଶ୍ରମିକଙ୍କ ସ୍ଥିତି ଉପରେ ପୁରା ନଜର ରହିଛି । 

Advertisment

ଏଣ୍ଡୋସ୍କୋପି କ୍ୟାମେରା ସହାୟତାରେ ଭିତର ସମ୍ପୂର୍ଣ୍ଣ ଚିତ୍ର ଦେଖିବାକୁ ମିଳିଛି । ଡ୍ରିଲ୍‌ ସାହାଯ୍ୟରେ ଶ୍ରମିକଙ୍କ ପାଖକୁ ଯାଇଥିବା ୬ ଇଞ୍ଚ ବ୍ୟାସର ଏକ ପାଇପରେ ଏହି ଏଣ୍ଡୋସ୍କୋପି ରହିଛି । ଟନେଲ୍ ଭିତରେ ଶ୍ରମିକମାନେ କେମିତି ଅଛନ୍ତି କ’ଣ କରୁଛନ୍ତି ସବୁ ଗତିବିଧି ଉପରେ ନଜର ରଖିଛି ଉଦ୍ଧାରକାରୀ ଟିମ୍ ।

ଅଧିକ ପଢ଼ନ୍ତୁ: ଟନେଲ ଭିତରୁ ପ୍ରଥମ ସିସିଟିଭି ଫୁଟେଜ : ସମସ୍ତେ ଅଛନ୍ତି ସୁରକ୍ଷିତ, ୱକିଟକିରେ କଥା ହେବା ପାଇଁ ପ୍ରୟାସ

Advertisment

ସେପଟେ, ପାଇପ ସାହାଯ୍ୟରେ ରନ୍ଧା ଖାଦ୍ୟ, ଫଳ, ୱାକିଟକି, ଚାର୍ଜର ଓ ଅନ୍ୟ ଆବଶ୍ୟକ ସାମଗ୍ରୀ ସେମାନଙ୍କ ପାଖକୁ ପଠାଯାଉଛି । ଦୀର୍ଘ ୯ ଦିନ ପରେ ଗତ ରାତିରେ ପ୍ରଥମ ଥର ପାଇଁ ରନ୍ଧା ଖାଦ୍ୟ ଖାଇଛନ୍ତି ଫସିଥିବା ୪୧ ଜଣ ଶ୍ରମିକ। ସେମାନଙ୍କୁ ଖେଚୁଡ଼ି, ଡାଲି, ଦଲିଆ ଓ ସେଓ ସହିତ ଏକ ୱାକିଟକି ଏବଂ ଚାର୍ଜର ଦିଆଯାଇଛି ।

ରନ୍ଧା ଖାଦ୍ୟକୁ ସିଲିଣ୍ଡର ଆକୃତିର ଛୋଟ ଛୋଟ ବୋତଲରେ ଭର୍ତ୍ତି କରି ଦିଆଯାଉଛି । ପ୍ରତି ଶ୍ରମିକଙ୍କ ପାଇଁ ୭୫୦ ଗ୍ରାମର ଖାଦ୍ୟ ପଠାଯାଇଛି । ପୂର୍ବରୁ ଭିତରକୁ ଯାଇଥିବା ୪ ଇଞ୍ଚ ଓସାରର ପାଇପରେ କେବଳ ଶୁଖିଲା ଖାଦ୍ୟ ଓ ପାନୀୟ ପଠାଯାଉଥିଲା। 

ସୂଚନାଥାଉ କି, ନଭେମ୍ବର ୧୨ ରୁ ଟନେଲ ଭିତରେ ଫସି ରହିଛନ୍ତି ୪୧ ଜଣ ଶ୍ରମିକ । 

ଅଧିକ ପଢ଼ନ୍ତୁ: ଟନେଲରେ ଶ୍ରମିକ, ବଢୁଛି ଟେନସନ୍: ରେସ୍କ୍ୟୁ ପାଇଁ ୫ ଆକ୍ସନ୍‌ ପ୍ଲାନ୍

Tunnel Collapsed
Advertisment
Advertisment