ଅକ୍ଷୟଙ୍କ ଏହି ଫିଲ୍ମ 'କେସରୀ ୨'କୁ ସକାରାତ୍ମକ ସମୀକ୍ଷା ମିଳୁଛି। ସନ୍ନି ଦେଓଲଙ୍କ 'ଜାଟ୍' ବକ୍ସ ଅଫିସରେ ରହିବା ସତ୍ତ୍ୱେ, ଅକ୍ଷୟଙ୍କ ଫିଲ୍ମ ଦ୍ୱିତୀୟ ଦିନରେ ଦମଦାର ରୋଜଗାର କରିଛି।
ମୁମ୍ବାଇରେ ‘କେଶରୀ ୨’ ର ସ୍କ୍ରିନିଂ ବେଳେ ସୁହାନା ଖାନ୍ଙ୍କୁ ଏକ ଗ୍ଲାମରସ୍ ଲୁକ୍ରେ ଦେଖିବାକୁ ମିଳିଥିଲା। କିନ୍ତୁ ସେ ବର୍ତ୍ତମାନ ତାଙ୍କ ଲୁକ୍ ଅପେକ୍ଷା ତାଙ୍କ ଘଣ୍ଟାକୁ ନେଇ ଅଧିକ ଆଲୋଚିତ ହେଉଛନ୍ତି। ପ୍ରକୃତରେ, ଅଭିନେତ୍ରୀ ଜଣକ ରେଡ୍ କାର୍ପେଟରେ କୋଟି କୋଟି ଟଙ୍କାର ଏକ ଘଣ୍ଟା ଦେଖାଇଛନ୍ତି। ଏହାର ମୂଲ୍ୟ ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ...
ଫିଲ୍ମର କାହାଣୀ, ଅଭିନେତାମାନଙ୍କ ଅଭିନୟ ଏବଂ ସିନେମାଟୋଗ୍ରାଫି ପୂରା ଚମତ୍କାର ହୋଇଛି। ଫିଲ୍ମରେ ଅକ୍ଷୟ କୁମାର ଏବଂ ଆର୍. ମାଧବନଙ୍କ କୋର୍ଟ ରୁମ୍ରେ ଯୁକ୍ତି ଦେଖିବା ଭଳି ହୋଇଛି।। ଫିଲ୍ମରେ ସବୁକିଛି ଠିକ୍ଠାକ୍ ଅଛି, ସେଥିପାଇଁ ଲୋକମାନେ ଏହି ଫିଲ୍ମକୁ ବହୁତ ପସନ୍ଦ କରିବେ
୯୦ ଦଶକରେ ନିଜର ଗ୍ଲାମରସ୍ ଲୁକ୍ ସହିତ ଲୋକଙ୍କ ହୃଦୟ ଜିତିଥିବା ଅଭିନେତ୍ରୀ ଶାନ୍ତିପ୍ରିୟା ଏବେ ତାଙ୍କର ନୂତନ ଅବତାର ପାଇଁ ଚର୍ଚ୍ଚାରେ ଅଛନ୍ତି। ଅକ୍ଷୟ କୁମାରଙ୍କ ବିପକ୍ଷରେ ଫିଲ୍ମ 'ସୌଗାନ୍ଦ'ରେ ସହିତ ବଲିଉଡରେ ପ୍ରବେଶ କରିଥିଲେ ଶାନ୍ତିପ୍ରିୟା। ବର୍ତ୍ତମାନେ ସେ ଫିଲ୍ମରୁ ଦୂରରେ ଥିଲେ ବି ସୋସିଆଲ୍ ମିଡିଆରେ ଖୁବ୍ ସକ୍ରିୟ। ଦେଖନ୍ତୁ ତାଙ୍କର ଅପ୍ଡେଟ୍ ଫଟୋ।
ଅକ୍ଷୟ କୁମାର ନୂଆ ଫିଲ୍ମ 'କେସରୀ ୨'ରେ ତାଙ୍କ ଚରିତ୍ର ସହିତ ଜଡିତ ଏକ ପୋଷ୍ଟ ଶେୟାର କରିଛନ୍ତି। ଏହାକୁ ନେଇ ପ୍ରଶଂସକଙ୍କ ସହିତ ଶିଳ୍ପର ଷ୍ଟାର୍ମାନେ ମଧ୍ୟ ସେମାନଙ୍କର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି।
ଦର୍ଶକଙ୍କ ଉତ୍ସାହ ବଢାଇବା ପାଇଁ ନିର୍ମାତା 'କେସରୀ ଚାପ୍ଟର ୨'ର ଏକ ଦମଦାର୍ ପ୍ରୋମୋ ରିଲିଜ୍ କରିଛନ୍ତି। ନିର୍ମାତା ଫିଲ୍ମର ଏକ ଛୋଟ ଝଲକ ଶେୟାର କରିଛନ୍ତି, ଯାହା ଦର୍ଶକଙ୍କ ଉତ୍ସାହକୁ ଦ୍ୱିଗୁଣିତ କରିଛି।
'କନ୍ନପ୍ପା'ର ଟିଜର ଲୋକଙ୍କ ଆଗ୍ରହକୁ ଆହୁରି ବଢାଇ ଦେଇଛି। ଟିଜରରେ ବିଷ୍ଣୁ ମାଞ୍ଚୁ ଥିନ୍ନାଣୁଙ୍କ ଭୂମିକାରେ ନଜର ଆସିଛନ୍ତି, ଯିଏକି ତାଙ୍କ ପରିବାରକୁ ଶତ୍ରୁମାନଙ୍କଠାରୁ ରକ୍ଷା କରିବା ପାଇଁ ଲଢୁଛନ୍ତି।
ଅକ୍ଷୟ କୁମାରଙ୍କ 'ସ୍କାଏ ଫୋର୍ସ' ସମାଲୋଚକମାନଙ୍କ ଦ୍ୱାରା ମଧ୍ୟ ବହୁତ ପ୍ରଶଂସା ପାଇଛି। ଫିଲ୍ମର ବଜେଟ୍ ଅନୁଯାୟୀ ଏକ ଭଲ ଓପନିଂ କରିବାରେ ଏହା ସଫଳ ହୋଇଛି। ତେବେ ଆସନ୍ତୁ ଜାଣିବା ଦୁଇ ଦିନରେ ଏହାର ମୋଟ ରୋଜଗାର କେତେ ହୋଇଛି।
ଅକ୍ଷୟ କୁମାର ତାଙ୍କର ବହୁ ପ୍ରତୀକ୍ଷିତ ଫିଲ୍ମ ‘କନ୍ନପ୍ପା’ର ପ୍ରଥମ ଝଲକକୁ ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି, ଯାହା ସୋସିଆଲ ମିଡିଆରେ ଆଲୋଚନାର ବିଷୟ ହୋଇଛି।
ଅକ୍ଷୟ କୁମାରଙ୍କ ୨୦୨୪ ଫ୍ଲପ୍ ପ୍ରମାଣିତ ହୋଇଛି। କିନ୍ତୁ ବର୍ତ୍ତମାନ ଅକ୍ଷୟ କୁମାରଙ୍କ ୨୦୨୫ର ପ୍ରଥମ ଚଳଚ୍ଚିତ୍ରର ଟ୍ରେଲର୍ ସାମ୍ନାକୁ ଆସିଛି। କିଛି ଲୋକ କହୁଛନ୍ତି ଯେ ଅକ୍ଷୟ କୁମାରଙ୍କ ଏହି ନୂଆ ଫିଲ୍ମ ରିମେକ୍ ନୁହେଁ ତ?
ଆଜି ଆମେ ଯେଉଁ ଫିଲ୍ମ ବିଷୟରେ କହିବାକୁ ଯାଉଛୁ ତାହା ହେଉଛି ଏକ ଫିଲ୍ମ, ଯାହାର ତୃତୀୟ ଭାଗର ରିଲିଜ୍କୁ ଲୋକମାନେ ଅପେକ୍ଷା କରିଛନ୍ତି। ଏହି ଫିଲ୍ମଟି କମେଡିରେ ଭରପୂର ଥିବା ବେଳେ ଫିଲ୍ମର କ୍ଲାଇମାକ୍ସ ସିନ୍ ପାଇଁ ବିଶେଷ ଅପେକ୍ଷା ରହିଛି।
ଗୋଟିଏ ଫିଲ୍ମ ଅନେକ ତାରକା ଏବଂ ତାହା ପୁଣି ସବୁ ସୁପର୍ଷ୍ଟାର୍। ଏହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିବାକୁ ବାଧ୍ୟ କରିଛି। ‘ସିଙ୍ଗମ୍ ଏଗେନ୍’ ୩୫୦ କୋଟି ଟଙ୍କାର ବିପୁଳ ବଜେଟରେ ପ୍ରସ୍ତୁତ ହୋଇଛି। ପ୍ରଶଂସକଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠୁଛି ଯେ କିଏ କେତେ ଟଙ୍କା ନେଇଛନ୍ତି। ଆସନ୍ତୁ ସେ ବିଷୟରେ ଜାଣିବା।
‘ସିଂଘମ୍ ଏଗେନ୍’କୁ ଏବେ ଲୋକଙ୍କ ବଡ ଅପେକ୍ଷା। ରୋହିତ ଶେଟ୍ଟୀଙ୍କ କପ-ୟୁନିଭର୍ସର ଏହି ପଞ୍ଚମ ଫିଲ୍ମ, ଆକ୍ସନ୍-ଡ୍ରାମାରେ ଭରପୂର। ରିଲିଜ୍ ହେବାର କିଛି ସପ୍ତାହ ପୂର୍ବରୁ ଏହା ୨୦୦ କୋଟି ଟଙ୍କା ରୋଜଗାର କରିସାରିଲାଣି। ଜାଣନ୍ତୁ କେମିତି…
ଫିଲ୍ମ 'ଭୁଲ୍ ଭୁଲୈୟା ୩' ର ଟିଜର ରିଲିଜ ହୋଇଛି। ଏଥର ଫିଲ୍ମରେ କାର୍ତ୍ତିକ ଅର୍ଥାତ୍ ରୁହ ବାବାଙ୍କ ପ୍ରତିଦ୍ୱନ୍ଦ୍ୱିତା ବିଦ୍ୟା ବାଲାନ୍ ଅର୍ଥାତ୍ ମଞ୍ଜୁଲିକାଙ୍କ ସହିତ ହେବାକୁ ଯାଉଛି।
ଖିଲାଡି କୁମାରଙ୍କ ‘ସରଫିରା’ ବଡ ପରଦାରେ ଆସୁଛି। ରିଲିଜ୍ ତାରିଖ ହେଉଛି ୧୨ ଜୁଲାଇ। ଏହି ଫିଲ୍ମର ଅଗ୍ରୀମ ବୁକିଂ ଆରମ୍ଭ ହୋଇଛି। ଅକ୍ଷୟ କୁମାରଙ୍କ ଫିଲ୍ମର ପ୍ରଥମ ଶୋ’ ଦେଖିବା ପାଇଁ ଆଗ୍ରହୀ ପ୍ରଶଂସକମାନେ ଏବେ ଠାରୁ ସେମାନଙ୍କ ସିଟ୍ ରିଜର୍ଭ କରିନେବାର ସମୟ ଆସିଛି।
ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘ସର୍ଫିରା’ ଇଣ୍ଟର୍ନେଟ୍ରେ ଝଡ ସୃଷ୍ଟି କରିଛି। ଏହାର ଟ୍ରେଲର୍ ୨୦୨୪ରେ ଦେଖାଯାଇଥିବା ସର୍ବାଧିକ ହିନ୍ଦୀ ଚଳଚ୍ଚିତ୍ର ଟ୍ରେଲର୍ରେ ପରିଣତ ହୋଇଛି। ଏହି ମାମଲାରେ ‘କଳ୍କୀ ୨୮୯୮ ଏଡି’କୁ ମଧ୍ୟ ପଛରେ ପକେଇଦେଇଛି। ଏହି ଜବରଦସ୍ତ ପ୍ରତିକ୍ରିୟାର କାରଣ ହେଉଛି ଫିଲ୍ମର ଜବରଦସ୍ତ କଣ୍ଟେଣ୍ଟ୍।
'ୱେଲକମ୍ ୩' କୁ ନେଇ ଏକ ନୂଆ ଅପଡେଟ୍ ଆସିଛି। ଏହି ସିନେମାରେ ଆଉ ଜଣେ ଅଭିନେତା ପ୍ରବେଶ କରିଛନ୍ତି। ସେ ହେଉଛନ୍ତି ଅଫତାବ ଶିବଦାସନୀ। ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର୍ କରି ସେ ତାଙ୍କ ପ୍ରଶଂସକଙ୍କୁ ଏହି ସୂଚନା ଦେଇଛନ୍ତି।
ଏବେ ଏହା ନିଶ୍ଚିତ ହୋଇଯାଇଛି ଯେ ସେ ବିଷ୍ଣୁ ମଞ୍ଚୁଙ୍କ ଫିଲ୍ମ ‘କନ୍ନପ୍ପା’ରେ ନଜର ଆସିବେ। ଏହା ଏକ ପୌରାଣିକ ଆଧାରିତ ଚଳଚ୍ଚିତ୍ର ହେବ, ଯେଉଁଥିରେ ପ୍ରଭାସ, ମୋହନଲାଲଙ୍କ ଭଳି ଦକ୍ଷିଣ ସିନେମାର ତାରକାମାନେ ମଧ୍ୟ ନଜର ଆସିବେ।
'ବଡେ ମିୟାଁ ଛୋଟେ ମିୟାଁ' ରିଲିଜ୍ ହେବା ମାତ୍ରେ କେବଳ ଦେଶରେ ନୁହେଁ ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି କରିବାରେ ଲାଗିଛି। ପ୍ରଥମ ଦିନରେ ଏହି ଫିଲ୍ମ ଦେଶରେ ଯେତିକି ରୋଜଗାର କରିଛି ତା’ଠାରୁ ଅଧିକ ଟଙ୍କା ସାରା ବିଶ୍ୱରେ ଆୟ କରିଛି। ବକ୍ସ ଅଫିସରେ ସାରା ବିଶ୍ୱରେ ରୋଜଗାର ଦୃଷ୍ଟିରୁ ଏହି ଫିଲ୍ମ ଏକ ଆଲୋଡ଼ନ ସୃଷ୍ଟି କରିଛି।
ବଲିଉଡରେ ଅନେକ ବଡ ବଡ ତାରକା ଅଛନ୍ତି ଯେଉଁମାନେ ଏବେ ସାଉଥ୍ ଫିଲ୍ମରେ ଆଡକୁ ଢଳୁଛନ୍ତି। ଅନେକ ଚଳଚ୍ଚିତ୍ର ନିର୍ମାତା ବଲିଉଡ୍ ସୁପରଷ୍ଟାରଙ୍କ ସହଯୋଗରେ ବ୍ଲକ୍ବଷ୍ଟର ଫିଲ୍ମ ମଧ୍ୟ ଦେଇଛନ୍ତି। ସେ ଶାହରୁଖ ଖାନ ହୁଅନ୍ତୁ କି ରଣବୀର କପୁର। ବର୍ତ୍ତମାନ ଅକ୍ଷୟ କୁମାର ମଧ୍ୟ ଏହି ଦୁଇ ସୁପରଷ୍ଟାରଙ୍କ ପଥ ଅନୁସରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି।
‘ବଡେ ମିୟାଁ ଛୋଟେ ମିୟାଁ’ର ଟ୍ରେଲର ରିଲିଜ୍ ହୋଇଛି, ଯଦି ଏହି ତିନି ମିନିଟ୍ ୩୧ ସେକେଣ୍ଡ୍ ଟ୍ରେଲରରେ କିଛି ଦେହିବାକୁ ମିଳେ ତାହା ହେଉଛି କେବଳ ଆକ୍ସସ୍ ହିଁ ଆକ୍ସନ୍। କିନ୍ତୁ ଯଦି ଆପଣ ସିନେମାର ଜଣେ ପ୍ରଶଂସକ ଏବଂ ଲାଗାତର ସର୍ବଶେଷ ଫିଲ୍ମ ଉପରେ ନଜର ରଖନ୍ତି, ତେବେ ଏହି ୨୧୧ ସେକେଣ୍ଡର ଭିଡିଓରେ ଆପଣ ଅନେକ ଫିଲ୍ମର ଝଲକ ପାଇବେ।
‘ଶକ୍ତିମାନ’ ଚରିତ୍ର ସହିତ ଲୋକଙ୍କ ହୃଦୟରେ ମୁକେଶ ଖାନ୍ନା ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ। ଯେତେବେଳେ ଏହି ଚରିତ୍ରକୁ ବଡ ପରଦାରେ ଆଣିବା ନେଇ ଆଲୋଚନା ହୋଇଥିଲା, ସେତେବେଳେ ଏହି ଭୂମିକା ପାଇଁ ରଣବୀର ସିଂହଙ୍କ ନାମ ଶୁଣିବା ପରେ ଅଭିନେତା କ୍ରୋଧିତ ହୋଇଥିଲେ ଏବଂ ତାଙ୍କୁ ଗାଳି ମଧ୍ୟ ଦେଇଥିଲେ।
ଲୋକସଭା ନିର୍ବାଚନ ପାଇଁ ରାଜନୈତିକ ଦଳ ମଧ୍ୟରେ ଟଣାଓଟରା ବଢିବାରେ ଲାଗିଛି। ଏହାରି ଭିତରେ ସବୁଠାରୁ ଆକର୍ଷଣ ସାଜୁଛନ୍ତି ସେଲିବ୍ରେଟି। ବର୍ତ୍ତମାନ ସୁଦ୍ଧା ଅନେକ ବଲିଉଡ୍ ତାରକା ରାଜନୀତିରେ ସକ୍ରିୟ ଥିବାବେଳେ ଏବେ ଆଉଜଣେ ସୁପର୍ଷ୍ଟାର ଏହି ଧାରାରେ ପାଦ ଦେଇଥିବା ଶୁଣିବାକୁ ମିଳୁଛି।
ବର୍ତ୍ତମାନ ଏକ ଭିଡିଓ ଇନଷ୍ଟାଗ୍ରାମରେ ଖୁବ୍ ଜୋର୍ରେ ଭାଇରାଲ୍ ହେବାରେ ଲାଗିଛି, ଯାହା ମନୋରଞ୍ଜନର ଢେର୍ ସାରା ଖୋରାକ ଯୋଗାଉଛି। ଏହି ଭିଡିଓରେ, ଅନେକ ବଡ ବଡ ତାରକାଙ୍କୁ ଦେଖିବାକୁ ମିଳେ। ସେମାନେ ସେଓ ଆଉ କଦଳୀର ବିଶେଷତା ବିଷୟରେ ବର୍ଣ୍ଣନା କରୁଛନ୍ତି।
୨୦୨୪ ଚଳଚ୍ଚିତ୍ର ଶିଳ୍ପ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ହେବାକୁ ଯାଉଛି। ଏହାରି ଭିତରେ ଏମିତି ଏକ ମଲ୍ଟି ଷ୍ଟାରର ଫିଲ୍ମ ଅଛି ଯାହା ୨୦୦ କୋଟି ଟଙ୍କାରେ ନିର୍ମିତ ହେଉଛି। ସବୁଠାରୁ ବଡ କଥା ହେଲା ଦୀର୍ଗ ୧୨ ବର୍ଷ ଧରି ଲଗାତାର ଫ୍ଲପ୍ ଫିଲ୍ମ ଦେଉଥିବା ହିରୋଙ୍କୁ ଏହି ଚଳଚ୍ଚିତ୍ରରେ ଭୟଙ୍କର ଭିଲେନ୍ ଭୂମିକାରେ ଦେଖିବାକୁ ମିଳିବ।