• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Deviprasad Jena

ପୂର୍ବତନ କ୍ରିକେଟ ତାରକା ରାହୁଲ ଦ୍ରାବିଡ ନିଜ ସାଧାରଣ ଜୀବନ ଶୈଳୀ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥା'ନ୍ତି । କିନ୍ତୁ ଦ୍ରାବିଡଙ୍କର ଏମିତି ଏକ ଭିଡିଓ ଭାଇରାଲ ହୋଇଛି ଯାହାକୁ ସହଜରେ ବିଶ୍ୱାସ କରିପାରୁନାହାନ୍ତି ପ୍ରଶଂସକ । ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି ଭାରତ କ୍ରିକେଟ ଦଳର ପୂର୍ବତନ ପ୍ରଶିକ୍ଷକ ରାହୁଲ ଦ୍ରାବିଡ । ବଡ଼ ଅଘଟଣରୁ ବଞ୍ଚିଯାଇଛନ୍ତି ଲିଜେଣ୍ଡ ରାହୁଲ ଦ୍ରାବିଡ଼ । ଜଣେ ଅଟୋ ଡ୍ରାଇଭର ତାଙ୍କ ଗାଡିକୁ ଧକ୍କା ଦେବା ଫଳରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଦୁର୍ଘଟଣା ପରେ ରାଗିଯାଇଥିଲେ ରାହୁଲ ଦ୍ରାବିଡ ।

ଏହାପରେ ଆରମ୍ଭ ହୋଇଯାଇଥିଲା ଯୁକ୍ତି ତର୍କ । ସେହି ରାସ୍ତାଦେଇ ଯାଉଥିବା ଜଣେ ବ୍ୟକ୍ତି ଏହି ଭିଡିଓକୁ ରେକର୍ଡ କରିବା ସହ ସୋସିଆଲ ମିଡିଆରେ ଅପଲୋଡ଼ କରିଥିଲେ । ଏହାପରେ ଏହି ଭିଡିଓ ବିଜୁଳି ବେଗରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦେଖାଯାଇଛି ଦ୍ରାବିଡ ନିଜ ମାତୃଭାଷା କନ୍ନଡରେ ଡ୍ରାଇଭରଙ୍କ ସହ ଯୁକ୍ତିତର୍କ କରୁଛନ୍ତି । ଏଭଳି ଅଭାବନୀୟ ଘଟଣା ବେଙ୍ଗାଲୁରୁର କନିଂହାମ(Cunningham) ରେ ଘଟିଛି ।

ଗୋଟିଏ ମାଲବାହୀ ଅଟୋ ଏବଂ ଦ୍ରାବିଡଙ୍କ କାର ମଧ୍ୟରେ ଧକ୍କା ହେବା ଫଳରେ ଏମିତି ଘଟଣା ଘଟିଥିବା ଜଣାପଡିଛି । ଘଟଣା ସମୟରେ ଦ୍ରାବିଡ ନିଜେ ଡ୍ରାଇଭିଂ କରୁଥିଲେ ନା ଡ୍ରାଇଭର ଗାଡି ଚଳାଉଥିଲେ ସେ ସମ୍ପର୍କରେ ଏଯାଏଁ ସ୍ପଷ୍ଟ ହୋଇପାରିନାହିଁ । ଅପରପକ୍ଷରେ ଦ୍ରାବିଡ କିମ୍ବା ଅଟୋ ଡ୍ରାଇଭରଙ୍କ ପକ୍ଷରୁ ଏନେଇ କୌଣସି ଆନୁଷ୍ଠାନିକ ଅଭିଯୋଗ ଦାଖଲ କରାଯାଇ ନାହିଁ । ସମସ୍ତେ କ୍ରିକେଟ୍‌ ପଡ଼ିଆରେ ତାଙ୍କୁ ଜଣେ ଶାନ୍ତ ସ୍ବଭାବର ଖେଳାଳି ଭାବରେ ଦେଖି ଆସିଛନ୍ତି । ତେଣୁ ଏମ୍. ଚିନ୍ନାସ୍ୱାମୀ ଷ୍ଟାଡିୟମ୍ ନିକଟସ୍ଥ କନିଂହାମ ରୋଡ୍‌ରେ ଜଣେ ଅଟୋରିକ୍ସା ଡ୍ରାଇଭରଙ୍କ ସହ ତାଙ୍କର ଯୁକ୍ତିତର୍କ ଦେଖିବାପରେ ସମସ୍ତେ ଚକିତ ହୋଇଛନ୍ତି ।

ଅଧିକ ପଢ଼ନ୍ତୁ: ଅଷ୍ଟ୍ରେଲୀୟ ଅଧିନାୟକଙ୍କ ନୂଆ ଆଡ ଫିଲ୍ମ, ବିରାଟ କୋହଲିଙ୍କୁ କଲେ ଟ୍ରୋଲ 

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଅଟୋ ଡ୍ରାଇଭରଙ୍କ ସହ କଥାବାର୍ତ୍ତା କରିବା ସମୟରେ ଦ୍ରାବିଡ ବିରକ୍ତ ହେଉଥିବା ଦେଖିବାକୁ ମିଳିଛି । ସୌଭାଗ୍ୟବଶତଃ, ଧକ୍କା ସମୟରେ କେହି ମଧ୍ୟ ଆହତ ହୋଇ ନାହାନ୍ତି ଏବଂ ଗାଡ଼ିରେ ମଧ୍ୟ କୌଣସି ବଡ଼ କ୍ଷତି ହୋଇନାହିଁ । କିନ୍ତୁ, ଦ୍ରାବିଡଙ୍କ କ୍ରୋଧୀ ଅବତାର ଦେଖିବା ପରେ ପ୍ରଶଂସକମାନେ ସୋସିଆଲ୍‌ ମିଡିଆରେ ‘ମିମ୍‌’ କରୁଥିବା ଦେଖିବାକୁ ମିଳିଛି ।

ଅଧିକ ପଢ଼ନ୍ତୁ: ବାରବାଟୀରେ ଟିକେଟ ପାଇଁ ଦଳାଚକଟା; ଧସେଇ ପଶିଲେ, ଧସ୍ତାଧସ୍ତି ହେଲେ

OTV is now on Whatsapp

Join and get latest news update delivered to you via whatsapp

Join Now