/odishatv-khabar/media/post_attachments/uploadimage/library/16_9/16_9_0/Accident_1738847070.jpg)
Accident
ମୃତ୍ୟୁର କିଛି ରୂପ ନ ଥାଏ। ଏହା କେଉଁ ମୂହୁର୍ତ୍ତରେ କେଉଁଠାରୁ ଆସିବ ତାର କିଛି ଠିକଣା ନ ଥାଏ। କୁମ୍ଭ ମେଳାରେ ବୁଡ ପକାଇବାକୁ ଯାଉଥିବା ଏକ ପରିବାର ସହିତ ଘଟିଛି ଏମିତି ଘଟଣା। କୁମ୍ଭ ମେଳାକୁ ଯାଉଥିବା ବେଳେ ରାସ୍ତାରେ ଛକି ରହିଥିଲେ ମୃତ୍ୟୁ ଦେବତା। ପ୍ରୟାଗରାଜ ଅଭିମୁଖେ ଯାଉଥିବା ବେଳେ କାରଟି ନିୟନ୍ତ୍ରଣ ହରାଇବା ସହ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା।
ଏଭଳି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ରାଜସ୍ଥାନର ଜୟପୁର ଅଞ୍ଚଳରେ। ଜାତୀୟ ରାଜପଥ ୪୮ ନିକଟସ୍ଥ ମୋଖମପୁରାରେ କାରର ଚକା ଫାଟି ଯାଇଥିବା ବେଳେ ସମସ୍ତ ଯାତ୍ରୀ ପ୍ରାଣ ହରାଇଥିଲେ। କାରର ଚକା ଅଚାନକ ଫାଟିଯିବା ଫଳରେ କାରଟି ଡିଭାଇଡରରେ ମାଡ ହୋଇ ରାସ୍ତାର ଆର ପଟକୁ ଚଢି ଯାଇଥିଲା। କାରଟି ରାସ୍ତାର ଅପର ପାର୍ଶ୍ବକୁ ମାଡି ଯାଇଥିବା ବେଳେ ସେପଟରୁ ଆସୁଥିବା ଏକ ରୋଡ ଟ୍ରାନ୍ସପୋର୍ଟ ବସ କାରକୁ ଧକ୍କା ଦେଇଥିଲା।
ଘଟଣାସ୍ଥଳରେ କାରରେ ଉପସ୍ଥିତ ସମସ୍ତଙ୍କ ପ୍ରାଣହାନି ଘଟିଥିଲା। ଉଲ୍ଲେଖଯୋଗ୍ୟ ଯେ, ଚଳିତ ବର୍ଷ କୁମ୍ଭମେଳା ୪୪ ଦିନ ବ୍ୟାପୀ ପ୍ରୟାଗରାଜରେ ଅନୁଷ୍ଠିତ ହେଉଛି। ଜାନୁଆରୀ ୧୩ ତାରିଖରୁ ଏହା ଆରମ୍ଭ ହୋଇଥିବା ବେଳେ ଫେବୃଆରୀ ୨୬ ମହାଶିବରାତ୍ରିରେ ଏହା ସମାପ୍ତ ହେବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)