Advertisment

Health Tips: ଆପଣ ରାଗ ଉପରେ ନିୟନ୍ତ୍ରଣ ରଖିପାରୁ ନାହାନ୍ତି କି… ଆପଣଙ୍କ ପାଇଁ ୬ ଟିପ୍ସ

ରାଗିବା ଦ୍ୱାରା କର୍ଟିସୋଲ ହରମୋନର ସନ୍ତୁଳନ ବିଗିଡିଯାଏ। ଯାହା ପରେ ଅନେକ ଶାରିରୀକ ସମସ୍ୟା ଆଣିଥାଏ। ଚାପ ସମୟରେ ନିଜକୁ କିପରି ଶାନ୍ତ ରଖାଯାଏ, ଆସନ୍ତୁ ଏ ବିଷୟରେ ଜାଣିବା।

author-image
Pramod Behera
ଅଦ୍ୟତନ ହୋଇଛି
How to control angry mood these 6 effective tips will save you

How to control angry mood these 6 effective tips will save you

ଆଜିର ବ୍ୟସ୍ତବହୁଳ ଜୀବନରେ ଲୋକଙ୍କ ମଧ୍ୟରେ ଚିଡିଚିଡାପଣ ବଢିବାରେ ଲାଗିଛି। ଆପଣ ମଧ୍ୟ ଅନେକ ସମୟରେ ଆପଣଙ୍କର ବାପାମାଆ ହୁଅନ୍ତୁ କି ବସ୍‌ଙ୍କ ସହିତ ଯୁକ୍ତିତର୍କ କରିଥିବେ। ଏହି କାରଣରୁ ଆପଣ ନିଶ୍ଚିତ ଭାବରେ ଲଜ୍ଜିତ ଅନୁଭବ କରିଥିବେ। ସେହି ସମୟରେ ଆପଣ ହୁଏତ ଅନୁଭବ କରିଥିବେ ଯେ ବର୍ତ୍ତମାନ ଆପଣଙ୍କର ଧୈର୍ଯ୍ୟର ସୀମା ଭାଙ୍ଗିଯାଇଛି।

Advertisment

ଏହିଭଳି ଚାପ ହେତୁ ଆପଣ ଅସ୍ଥିରତା ଏବଂ ନର୍ଭସେସ୍ ମଧ୍ୟ ଅନୁଭବ କରିପାରନ୍ତି। ଏପରି ପରିସ୍ଥିତିରେ, ଅନେକ ସମୟରେ ଲୋକମାନେ ଉଦାସ ମଧ୍ୟ ହୋଇଯାଆନ୍ତି। ଯଦି ଆପଣ ମଧ୍ୟ ପ୍ରତ୍ୟେକ କଥାକୁ ନେଇ ରାଗୁଛନ୍ତି, ତେବେ ଏପରି ପରିସ୍ଥିତିରେ ନିଜକୁ ଥଣ୍ଡା ଏବଂ ଶାନ୍ତ ରଖିବାକୁ ଚେଷ୍ଟା କରିବା ଜରୁରୀ।

ଏବେ ପ୍ରଶ୍ନ ହେଉଛି ଚାପ ସମୟରେ ଶାନ୍ତ ରହିବା କାହିଁକି ଜରୁରୀ? ଚାପ ସମୟରେ ନିଜକୁ କିପରି ଶାନ୍ତ ରଖାଯାଏ? ଆସନ୍ତୁ ଏ ବିଷୟରେ ଜାଣିବା।

Advertisment

କାହିଁକି ରହିବା ଶାନ୍ତ:

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ରାଗିବା ଦ୍ୱାରା କେବେବି ଉଦ୍ଦେଶ୍ୟ ପୂରଣ ହୁଏ ନାହିଁ। ଏପରି ପରିସ୍ଥିତିରେ, ଆପଣ ନିଜକୁ ସନ୍ତୁଳନ କରିବା ଉଚିତ। ରାଗିବା ଦ୍ୱାରା କର୍ଟିସୋଲ ହରମୋନର ସନ୍ତୁଳନ ବିଗିଡିଯାଏ। ଯାହା ପରେ ଅନେକ ଶାରିରୀକ ସମସ୍ୟା ଆଣିଥାଏ। କୁହାଯାଏ କ୍ରୋଧ ମଣିଷର ପରମ ଶତ୍ରୁ। ତେଣୁ ଏହା ଉପରେ ନିୟନ୍ତ୍ରଣ ରଖିବା ଜରୁରୀ।

ଅଧିକ ପଢ଼ନ୍ତୁ: ମେରୁଦଣ୍ଡ ଓ ଛାତିକୁ ମଜବୁତ କରିବାକୁ ଚାହାନ୍ତି କି… କରନ୍ତୁ ଏହି ୩ ଯୋଗ

ଶାନ୍ତ ରଖିବାର ଉପାୟ:

  • ଚାପ ସମୟରେ, ଶ୍ୱାସରେ ନିୟନ୍ତ୍ରଣ ରଖିବା ଜରୁରୀ। ଏହି ସମୟରେ ଗଭୀର ଶ୍ୱାସ ନେବାକୁ ଚେଷ୍ଟା କରନ୍ତୁ। ୫ ସେକେଣ୍ଡ ପାଇଁ ଶ୍ୱାରକୁ ଭିତରେ ରଖନ୍ତୁ ଏବଂ ପରେ ଛାଡନ୍ତୁ। ଏହାକୁ ଅନେକ ବାର କରନ୍ତୁ। ଏହା ମନକୁ ଶାନ୍ତି ଦିଏ।
  • ସମୟ ସହିତ ସାଧାରଣତଃ ଜିନିଷଗୁଡ଼ିକ ଖରାପ ହୋଇଯାଏ। ତେଣୁ, ନିଜର ଭାବନା ଉପରେ ନିୟନ୍ତ୍ରଣ ଆଣନ୍ତୁ। କେବେ ବି ଉଚ୍ଚ ସ୍ୱରରେ କଥା କୁହନ୍ତୁ ନାହିଁ। ବଡ ପାଟି କରୁଥିବା ହାରିଯାଏ। ଆଗ୍ରହର ସହିତ ନିଜର ମତାମତ ପ୍ରକାଶ କରନ୍ତୁ। ଧୀରେ ଧୀରେ, ଚୁପଚାପ୍ କଥାବାର୍ତ୍ତା କରନ୍ତୁ।
  • ଧୈର୍ଯ୍ୟ ହରାଇବା ପରିବର୍ତ୍ତେ ନିଜକୁ ପଚାରନ୍ତୁ ଏହା ପ୍ରକୃତରେ ଠିକ୍ ନା ଭୁଲ୍। ରାଗିବା ପରିବର୍ତ୍ତେ, ପରିସ୍ଥିତିକୁ ସୁଧାରିବା ପାଇଁ କ’ଣ କରାଯାଇପାରିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ଯଦି ମନରେ ଦ୍ୱନ୍ଦ୍ୱ ଥାଏ, ତେବେ ଭଲ ନିଷ୍ପତ୍ତି ନିଆଯାଇପାରେ ନାହିଁ।
  • ନିଜକୁ ଶାନ୍ତ କରିବା ପାଇଁ ପ୍ରକୃତିର ସାହାଯ୍ୟ ନେଇ ପାରିବେ। ଏହି ସ୍ଥାନ ଘର କିମ୍ବା କାର୍ଯ୍ୟାଳୟର ସବୁଜ ବଗିଚା ମଧ୍ୟ ହୋଇପାରେ। ବାହାରର ସତେଜତା ଅନୁଭବ କରିବା ମାତ୍ରେ ମନର ସ୍ଥିତିରେ ଉନ୍ନତି ହୁଏ। ଏହା ଏକାଗ୍ର କରିବାରେ ସାହାଯ୍ୟ କରେ।
  • ଦୁଇ ପାପୁଲିକୁ ଯୋଡନ୍ତୁ। ବୁଢା ଆଙ୍ଗୁଠି ଛାତି ଉପରେ ରଖନ୍ତୁ। ପ୍ରତ୍ୟେକ ଶ୍ୱାସ ସହିତ ଶରୀରର କୌଣସି ଅଂଶକୁ ଆରାମ ଦେବା ଉପରେ ଧ୍ୟାନ ଦିଅନ୍ତୁ। ଏହା କପାଳରୁ ଆରମ୍ଭ କରନ୍ତୁ। ଏହା ପରେ ଗାଲ, ମାଢି, ବେକ, କାନ୍ଧ ଇତ୍ୟାଦି ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ।
  • ଯଦି ଆପଣଙ୍କୁ ଲାଗୁଛି ଯେ ଆପଣ ଚାପରେ ଅଛନ୍ତି ତେବେ ସେହି ପ୍ରସଙ୍ଗ ଉପରେ ଆଲୋଚନା ନ କରି ସାମ୍ନା ବ୍ୟକ୍ତିଙ୍କୁ କୁଛି ସମୟ ମାଗନ୍ତୁ। ସବୁବେଳେ କେବଳ ନିଜକୁ ଠିକ ବୋଲି ଭାବନ୍ତୁ ନାହିଁ। ସେହିପରି ନିଜ ଭାବନାକୁ ଭାରି କରନ୍ତୁ ନାହିଁ।

ଅଧିକ ପଢ଼ନ୍ତୁ: କିପରି ଜାଣିବେ ସ୍ତନ କର୍କଟର ପ୍ରାରମ୍ଭିକ ଲକ୍ଷଣ; କେଉଁମାନଙ୍କ ପାଇଁ ହୁଏ ସାଙ୍ଘାତିକ…

Health Tips
Advertisment
Advertisment