ଶିକ୍ଷକ ସାଜିଛନ୍ତି ଭାଗ୍ୟ ବିଧାତା। ୫୦ ଜଣ ଗରିବ ପିଲାଙ୍କୁ ଆଦରୀ ନେଇ ଦେଖୁଛନ୍ତି ସେମାନଙ୍କର ଭବିଷ୍ୟର ସ୍ୱପ୍ନ। ଇଛା ସେମାନେ ବି ଦୁନିଆରେ ବଡ ମଣିଷ ହୋଇ ଠିଆହୁଅନ୍ତୁ।
ମା’ଝିଅଙ୍କ ବୟସରେ ମାତ୍ର ୭ ବର୍ଷର ଫରକ। ଦେଖିଲେ ଲାଗେ ଦୁଇ ସାଙ୍ଗ। ସେମାନେ ସାବତ ମା-ଝିଅ ହୋଇଥିଲେ ବି ସେମାନଙ୍କ ସଂପର୍କ ଏତେ ଦୃଢ ଯେ କେହି କାହାରିକୁ ଛାଡି ରହିପାରନ୍ତି ନାହିଁ।
ସୋସିଆଲ୍ରେ ମିଡିଆରେ ପଶୁଜନ୍ତୁଙ୍କୁ ନେଇ ଅନେକ ଭିଡିଓ ଭାଇରାଲ ହେବା ଆମେ ଦେଖିଛେ। ଏହିସବୁ ଭିଡିଓ ଆମକୁ ହସାଏ ଓ ମଜ୍ଜାଦିଏ। ଏବେ ସେହିଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ମୋବାଇଲ୍କୁ ନେଇ ଏକ ମାଙ୍କଡ କିପରି ଏକ କୁନି ଝିଅ ସହ ଝଗଡା କରୁଛି ତାହା ଦେଖିବାକୁ ମିଳିଛି।
ଉନାକୋଟି ଦୁନିଆର ସବୁଠାରୁ ରହସ୍ୟମୟ ମନ୍ଦିର। ଏଠାରେ ଅଛି ସମୁଦାୟ ୯୯ ଲକ୍ଷ ୯୯ ହଜାର ୯୯୯ ପଥର ମୂର୍ତ୍ତି। ଏହାର କାରଣ ଏବେ ବି ଅଛପା।
ମନୁଷ୍ୟର ଉଚ୍ଚତା କି ଶରୀର ନୁହେଁ ବରଂ ତା କର୍ମ ସ୍ଥିର କରିଥାଏ ତାର ପରିଚୟ । ଏମିତି କିଛି ଲୋକ ଅଛନ୍ତି ଯେଉଁମାନଙ୍କ ଶାରୀରିକ ଉଚ୍ଚତା, କୌଣସି ପ୍ରକାରେ ସେମାନଙ୍କୁ ସଫଳତାର ଶିଖର ଛୁଇଁବାରେ ପ୍ରତିବନ୍ଧକ ସାଜି ପାରିନଥାଏ ।
ଚର୍ଚ୍ଚାରେ ରହୁଛନ୍ତି ମହାରାଷ୍ଟ୍ରର ଏନସିପି ନେତା ନୱାବ ମଲିକ୍ । ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନାଭିସଙ୍କ ଉପରେ ଏନସିପି ନେତା ନୱାବ ମଲିକଙ୍କ ହମଲା ଜାରି ରହିଛି । ଗତକାଲି ଫଡାନାଭିସଙ୍କ ଅଣ୍ଡରୱାଲ୍ଡ ଲିଙ୍କ୍ ଅଭିଯୋଗ ପରେ ନବାବ ମଲିକ ହାଇଡ୍ରୋଜେନ ବୋମା ପକାଇ ଫଡନାଭିସଙ୍କ ପ୍ରକୃତ ଗୁମର ଖୋଲିବେ ବୋଲି କହିଛନ୍ତି ।
ପ୍ରବଳ ବର୍ଷାରେ ଉବୁଟୁବୁ ତାମିଲନାଡୁ । ଯମ ପାଲଟିଛି ପ୍ରଳୟଙ୍କାରୀ ବର୍ଷା । ତାମିଲନାଡୁରେ ପ୍ରବଳ ବର୍ଷାରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି । ରାଜ୍ୟର ରାଜସ୍ୱ ମନ୍ତ୍ରୀ ଏନେଇ ସତର୍କତାର ସୂଚନା ଦେଇଛନ୍ତି । ବୁଧବାର ଓ ଗୁରୁବାର ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ପୂର୍ବାନୁମାନ ରହିଛି ।
୨୦୨୧-୨୨ ବର୍ଷ ପାଇଁ ଏମ୍ପି ଲ୍ୟାଡ୍ ଭାବେ ପ୍ରତ୍ୟେକ ସାଂସଦଙ୍କୁ ୨ କୋଟି ଲେଖାଏଁ ମିଳିବ । ଏନେଇ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ପୁଣି ବଢିଲା ସୁନା ଦର । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୭,୧୭୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୪୮,୨୨୦ ଟଙ୍କା ରହିଛି । ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୫,୨୭୦ ଟଙ୍କା ଓ ୫୦,୪୦୦ ଟଙ୍କା ହୋଇଛି । ଏହାଛଡ଼ା ଆଜି ରୁପା ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି।
ନୋରା ଫତେହୀ ନିଜ ବୋଲ୍ଡନେସ୍ ଓ ଡ୍ୟାନ୍ସରେ ଯାହାକୁ ପାଗଳ କରିବାର କ୍ଷମତା ରଖନ୍ତି। ନିକଟରେ ତାଙ୍କର ‘କୁସୁ କୁସୁ’ ଗୀତ ରିଲିଜ୍ ହୋଇଛି। ସୋସିଆଲ୍ ମିଡିଆରେ ଏହି ଗୀତକୁ ଶେୟାର୍ କରି ଭୂମିକମ୍ପ ଆସିଗଲା ବୋଲି ସେ କହିଛନ୍ତି।
ଭାରତ ସଂଚାର ନିଗମ ଲିମିଟେଡ (BSNL) ପକ୍ଷରୁ ଅନେକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ଆବେଦନ ପ୍ରକ୍ରିୟାର ଶେଷ ତାରିଖ ୨୦ ନଭେମ୍ବର ୨୦୨୧ ରହିଛି । ଏହାଛଡ଼ା ଏହି ପଦବୀରେ ଆବେଦନ କରିବା ପାଇଁ କୌଣସି ପ୍ରକାର ଆବେଦନ ଶୁଳ୍କ ଦେବାକୁ ପଡିବ ନାହିଁ ।
ରାଜସ୍ଥାନର ବାରମେର-ଯୋଧପୁର ଜାତୀୟ ରାଜପଥରେ ଘଟିଲା ମର୍ମନ୍ତୁଦ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ଘଟିଥିବାର ସୂଚନା ମିଳିଛି । ଦୁର୍ଘଟଣା ପରେ ଯାତ୍ରୀବାହୀ ବସଟି ହୁତୁହୁତୁ ହୋଇ ଜଳିଯାଇଥିଲା । ଫଳରେ ନିଆଁରେ ପୋଡ଼ି ହୋଇ ୮ ଜଣ ଲୋକ ପ୍ରାଣ ହରାଇଛନ୍ତି ।
ପୁଅ ଯେତେ ଉଚ୍ଚକୁ ଗଲେ ବି ମା’ ପାଇଁ ସେ ତା’ର ସେଇ ଅଜ୍ଞାନ ବାଳକ। ପୁଅ ଯେତେ ବଡ ହେଲେ ବି ମା ପାଇଁ ସେ ସବୁବେଳେ ସେଇ ଗେଲ୍ହା ବସର। ବଲିଉଡ୍ର ବରିଷ୍ଠ ଅଭିନେତା ଅନୁପମ ଖେର୍ ମଧ୍ୟ ଏଥିରୁ ମୁକ୍ତ ନୁହନ୍ତି। ତାଙ୍କ ମା’ ପାଇଁ ସେ ଆଜିବି କୁନି ପିଲାଟିଏ।
ଦୈନଦିନ ଜୀବନରେ ଲାଗି ରହିଥିବା ବ୍ୟସ୍ତତା ଯୋଗୁ ଆମେମାନେ ବହୁତ କିଛି କଥା ଭୁଲି ଯାଉ । ବ୍ୟସ୍ତ ରହିବା କାରଣରୁ ଏପରି ହେବା ସ୍ୱାଭାବିକ ଅଟେ,କିନ୍ତୁ ଅଧିକାଂଶ ସମୟରେ ଏହା ବାସ୍ତୁଦୋଷ କାରଣରୁ ଏପରି ହୋଇଥାଏ ବୋଲି ବିବେଚନା କରାଯାଏ । ଯଦି ଆପଣଙ୍କ ସ୍ମରଣ ଶକ୍ତି ଠିକ୍ ରହୁନାହିଁ ତେବେ ଘରର ବାସ୍ତୁ ସହିତ ଯୋଡି ହୋଇଥିବା ଏହି ସମସ୍ୟା ଗୁଡିକ ଉପରେ ନଜର ରଖନ୍ତୁ ...
ବାପାଙ୍କୁ ଶେଷ ବିଦାୟ ! ଯବାନ୍ ବାପାଙ୍କୁ ମୁଖାଗ୍ନି ଦେଲା ଚାରି ବର୍ଷର କୁନି ପୁଅ
ଯୁବକଙ୍କ ଅପହରଣ ନାଟକ ମହଙ୍ଗା ପଡ଼ିଲା । ପ୍ରେମ ବି ଫସର ଫାଟିଗଲା । ଜେଲରେ ପୂରାଇଲେ ମାମୁଁ ।
ସ୍ୱାସ୍ଥ୍ୟ ଦୃଷ୍ଟିରୁ ଶୀତ ଋତୁ ବହୁତ ଭଲ ବୋଲି ବିବେଚନା କରାଯାଏ । ଶରୀରକୁ ସୁସ୍ଥ ରଖିବା ପାଇଁ ଏହି ଋତୁ ସବୁଠାରୁ ଅନୁକୂଳ ଅଟେ । ଶୀତଦିନେ ଆସୁଥିବା ଫଳଗୁଡ଼ିକ କେବଳ ଖାଇବା ପାଇଁ ସ୍ୱାଦିଷ୍ଟ ନୁହେଁ, ବରଂ ସ୍ୱାସ୍ଥ୍ୟକୁ ଭଲ ରଖିବାରେ ମଧ୍ୟ ବହୁତ ସାହାଯ୍ୟ କରିଥାଏ ।
ଯମୁନା ନଦୀ କୂଳରେ ଆଜି ଦିଲ୍ଲୀ ଜଳ ବୋର୍ଡର କର୍ମଚାରୀ ପହଞ୍ଚି ପାଣି ଛିଞ୍ଚିଛନ୍ତି । କୂଳକୁ ଯେପରି ଫେଣ ନଆସିବ ସେ ନେଇ ଚେଷ୍ଟା କରୁଛନ୍ତି
ବାହା ହେଲେ ନୋବେଲ୍ ଶାନ୍ତି ପୁରସ୍କାର ବିଜୟିନୀ । ବର୍ମିଂହାମରେ ପରିବାର ସହିତ ମିଶି ଏକ ଛୋଟ ଧରଣର ବିବାହ ଉତ୍ସବର ଆୟୋଜନ କରାଯାଇଥିଲା ।
ଆପଣ କେବେ ଜେଲି ଫିସ୍ ଦେଖିଛନ୍ତି । ଗଭୀର ଅଥଳ ଜଳରାଶିରେ ଏହି ଫିସ୍ ଦୃଶ୍ୟମାନ ହୁଅନ୍ତି । କିନ୍ତୁ କେବେ ଶୁଣିଛନ୍ତି ଗୋଟେ ଲେକ୍ ବା ହ୍ରଦ ହିଁ ସମ୍ପୂର୍ଣ୍ଣ ଭାବେ ଜେଲିଫିସ୍ ପାଇଁ ପ୍ରସିଦ୍ଧ ହୋଇଥିବ । ଆମ ବିଶ୍ୱରେ ଏଭଳି ଏକ ହ୍ରଦ ରହିଛି, ଯେଉଁଠି ଚାରିଆଡେ ଆପଣ କେବଳ ଜେଲିଫିସ୍ ହିଁ ପାଇଯିବେ । ହ୍ରଦ ଭିତରେ ଜେଲିଫିସଙ୍କ ସହ ପହଁରିବା ସହ ଏଠାକାର ଶାନ୍ତ ପରିବେଶର ମଜା ମଧ୍ୟ ନେଇପାରିବେ …
ଭାରତରେ ପ୍ରସ୍ତୁତ କୋଭିସିଲ୍ଡ ଓ କୋଭାକ୍ସିନ୍ ଟିକାକୁ ଏପର୍ଯ୍ୟନ୍ତ ୯୬ଟି ଦେଶ ମଞ୍ଜୁରୀ ପ୍ରଦାନ କରିସାରିଲେଣି। ଯାହାକି କୋଭିଡ୍ ଟିକା ପ୍ରସ୍ତୁତିରେ ଭାରତକୁ ସଫଳତା ବୋଲି କୁହାଯାଉଛି।
ଏ ଦୁନିଆରେ ମାଂସାହାରୀ ଓ ଶାକାହାରୀ ଲୋକେ ବାସ କରନ୍ତି। ଗୋଟିଏ ଗୋଟିଏ ଅଞ୍ଚଳରେ ଅଧିକାଂଶ ମାଂସାହାରୀ ଦେଖାଯାଉଥିବା ବେଳେ ଖୁବ୍ କମ ଶାକାହାରୀ ମିଳନ୍ତି। କିନ୍ତୁ ଏମିତି ଏକ ଗାଁ ଅଛି ଯେଉଁଠି ସମସ୍ତେ ଶୁଦ୍ଧ ଶାକାହାରୀ। ଆସନ୍ତୁ ଜାଣିବା ସେହି ଗାଁ ବିଷୟରେ।
ଦୁନିଆରେ ବିଭିନ୍ନ ଦେଶରେ ବିଭିନ୍ନ ଆଇନ ରହିଛି। କିନ୍ତୁ ଏମିତି ଏକ ଦେଶ ଅଛି ଯେଉଁଠି ପତ୍ନୀଙ୍କ ଜନ୍ମଦିନକୁ ଭୁଲିଗଲେ ଅପରାଧ। ଏହାକୁ ନେଇ ପତ୍ନୀ ଯଦି ଅଭିଯୋଗ କରନ୍ତି ତେବେ ସ୍ୱାମୀଙ୍କୁ ହୋଇପାରେ ଜେଲ୍!
ସୋସିଆଲ୍ ମିଡିଆରେ ହୃଦୟ ଜିତୁଛନ୍ତି କୁନି ଝିଅ। ସେ ଅମୃତା ପ୍ରୀତମଙ୍କ ପ୍ରତିଷ୍ଠିତ କବିତା ‘ମେଁ ତେନୁ ଫିର୍ ମିଲାଙ୍ଗି’କୁ ପରିବେଷଣ କରି ଇଣ୍ଟର୍ନେଟ୍ ଭାଇରାଲ ଗାର୍ଲ ହୋଇଯାଇଛନ୍ତି।
୨୦୦୭ରୁ ୨୦୧୨ ଅର୍ଥାତ୍ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ବେଳେ ରାଫେଲ୍ ଡିଲ୍ରେ ୬୫ କୋଟି ଟଙ୍କା କିକ୍ବ୍ୟାକ୍ ହୋଇଥିବା ଖବର ପ୍ରକାଶ ପାଇବା ପରେ କଂଗ୍ରେସକୁ କଡ଼ା ସମାଲୋଚନା କରିଛି ବିଜେପି ।