Advertisment

୨୭ ବର୍ଷୀୟ ମା’ର ୨୦ ବର୍ଷିଆ ଝିଅ

ମା’ଝିଅଙ୍କ ବୟସରେ ମାତ୍ର ୭ ବର୍ଷର ଫରକ। ଦେଖିଲେ ଲାଗେ ଦୁଇ ସାଙ୍ଗ। ସେମାନେ ସାବତ ମା-ଝିଅ ହୋଇଥିଲେ ବି ସେମାନଙ୍କ ସଂପର୍କ ଏତେ ଦୃଢ ଯେ କେହି କାହାରିକୁ ଛାଡି ରହିପାରନ୍ତି ନାହିଁ।

author-image
Pramod Behera
ଅଦ୍ୟତନ ହୋଇଛି
Mother’s age is 27 and daughter’s age is 20

Mother’s age is 27 and daughter’s age is 20

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ମାଆ ଝିଅଙ୍କ ଫଟୋ ଖୁବ ହଇଚଇ ଖେଳେଇଛି। ମା’ର ବୟସ ୨୭ ହୋଇଥିବା ବେଳେ ଝିଅର ବୟସ ୨୦ ହୋଇଛି। ଏହା ଶୁଣି ଆପଣ ନିଶ୍ଚିତ ଚମକି ପଡିଥିବେ। ଭାବୁଥିବେ ଏହା କିପରି ସମ୍ଭବ? କିପରି ଝିଅ ମାତ୍ର ୭ ବର୍ଷ ବଡ ହେବ? କିନ୍ତୁ ପ୍ରକୃତ କଥା ହେଉଛି, ଉଭୟ ହେଉଛନ୍ତି ସାବତ ମା-ଝିଅ।

Advertisment

ଆମେ ଦେଖିଛେ ପ୍ରାୟ ସାବତ ମା’ମାନେ ପିଲାମାନଙ୍କୁ ଅଣଦେଖା କରନ୍ତି। ସେମାନଙ୍କ ପ୍ରତି ତାଙ୍କର ନ ଥାଏ ସେଭଳି ସ୍ନେହ ଓ ପ୍ରେମ। କିନ୍ତୁ ଏହି ମା-ଝିଅଙ୍କ ମଧ୍ୟରେ ବୟସର ସାମାନ୍ୟ ଫରକ ଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ରହିଛି ଅତୁଟ ପ୍ରେମ।

ସେମାନଙ୍କ ସଂପର୍କ ଏତେ ମଜବୁତ୍ ଯେ କେହି ବି କହିବେ ନାହିଁ ଏମାନେ ସାବତ ମା-ଝିଅ ବୋଲି। ମା-ଝିଅ ସବୁବେଳେ ସୋସିଆଲ ମିଡିଆରେ ସକ୍ରିୟ ଥାଆନ୍ତି। ସେମାନେ କିଛି ନା କିଛି ଫଟୋ ଓ ଭିଡିଓ ଶେୟାର କରନ୍ତି। କିନ୍ତୁ ଏବେ ସେମାନଙ୍କର ଏକ ବିଶେଷ ଫଟୋ ଲଣ୍ଡନରେ ହଇଚଇ ସୃଷ୍ଟି କରିଛି। ଲୋକେ ଉଭୟଙ୍କୁ ଜମେଇକି ପ୍ରଶଂସା କରିବାରେ ଲାଗିଛନ୍ତି। ସେମାନଙ୍କ ଦୃଢ ସଂପର୍କକୁ ଦେଖି ସେମାନେ ଶୁଭକାମନା ଦେବାକୁ ବାଧ୍ୟ ହେଉଛନ୍ତି।

Advertisment
Mother’s age is 27 and daughter’s age is 20୨୭ ବର୍ଷୀୟ ମା’ର ୨୦ ବର୍ଷିଆ ଝିଅ

ସୂଚନା ମୁତାବକ ସେଭ ମାର୍ଟିନ୍ ଯେତେବେଳେ ୨୩ ବର୍ଷର ଥିଲେ ସେ ୪୪ ବର୍ଷୀୟ ସେଲୁନ ମାଲିକ କ୍ରିସ୍‌ଙ୍କୁ ଡେଟ୍ କରିବା ଆରମ୍ଭ କରିଥିଲେ। ଏହି ସମୟରେ କ୍ରିସ୍‌ଙ୍କର ତିନୋଟି ପିଲା ମଧ୍ୟ ଥିଲେ। ସେ ତାଙ୍କ ପିଲାମାନକୁ ମାର୍ଟିନଙ୍କ ସହିତ ସାକ୍ଷାତ ମଧ୍ୟ କରେଇଥିଲେ। ସେତେବେଳେ ତାଙ୍କ ଝିଅ ଟିଜିୟାନାଙ୍କୁ ୧୭ ବର୍ଷ ହୋଇଥିଲା। ବର୍ତ୍ତମାନ ଟିଜିୟାନାଙ୍କୁ ୨୦ ବର୍ଷ ହୋଇଥିବା ବେଳେ ଟେଜ୍‌ଙ୍କୁ ୧୭ ଓ ଟ୍ରିନିଟୀଙ୍କୁ ୧୩ ବର୍ଷ।

ସେଭ୍ ମାର୍ଟିନ୍ କୁହନ୍ତି ଯେ ପ୍ରଥମେ ତାଙ୍କୁ କ୍ରିସ୍‌ଙ୍କ ପିଲାମାନଙ୍କ ସହ ଭେଟିବା ସହଜ ନ ଥିଲା। କାରଣ ତାଙ୍କ ବଡ ଝିଅ ୧୭ ବର୍ଷର ହୋଇଯାଇଥିଲେ। ସେତେବେଳେ କ୍ରିସ୍‌ଙ୍କ ଝିଅ ଏସବୁ ପସନ୍ଦ କରୁ ନଥିଲା ଯେ ତାଙ୍କ ବାପା ଏଭଳି ଜଣେ ଯୁବତୀଙ୍କୁ ଡେଟ୍ କରୁଛନ୍ତି ଯିଏ ତାଙ୍କ ବୟସର ପାଖାପାଖି ଅଧା। କିନ୍ତୁ ପରେ ସେଭ୍‌ ଓ ଟିଜିୟାନାଙ୍କ ମଧ୍ୟ ଧିରେ ଧିରେ ସଂପର୍କ ବଢିବାରେ ଲାଗିଲା। ଏବେ ସେମାନଙ୍କ ବନ୍ଧୁତା ଏତେ ଦୃଢ ଯେ ସେମାନେ ପ୍ରତି ମୁହୂର୍ତ୍ତରେ ଏକାଠି ରହିବାକୁ ପସନ୍ଦ କରୁଛନ୍ତି।

ସେଭ୍‌ ମାର୍ଟିନ କୁହନ୍ତି ଯେ ସେମାନଙ୍କ ସଂପର୍କର ୪ ମାସରେ ସେ ଗର୍ଭବତୀ ହୋଇଥିଲେ। ବର୍ତ୍ତମାନ ଉଭୟଙ୍କ ଠାରୁ ମଧ୍ୟ ଦୁଇ ଜଣ ପିଲା ଅଛନ୍ତି। ସେମାନେ ସମସ୍ତେ ମିଳିମିଶି ରହୁଛନ୍ତି। ସେହିଭଳି କ୍ରିସ୍ କହିଛନ୍ତି ଯେ ସେ ଏବେ ବି ନିଜକୁ ୩୦ ବର୍ଷର ଅନୁଭବ କରୁଛନ୍ତି। ଆଜି ବି ତାଙ୍କ ପାଖରେ ଭରପୂର ଉର୍ଜା ରହିଛି ବୋଲି ସେ କୁହନ୍ତି।

Special Story
Advertisment
Advertisment