Advertisment

‘କୁସୁ କୁସୁ’ ଗୀତରେ ଭୂମିକମ୍ପ କଲେ ନୋରା ଫତେହୀ

ନୋରା ଫତେହୀ ନିଜ ବୋଲ୍ଡନେସ୍ ଓ ଡ୍ୟାନ୍ସରେ ଯାହାକୁ ପାଗଳ କରିବାର କ୍ଷମତା ରଖନ୍ତି। ନିକଟରେ ତାଙ୍କର ‘କୁସୁ କୁସୁ’ ଗୀତ ରିଲିଜ୍ ହୋଇଛି। ସୋସିଆଲ୍ ମିଡିଆରେ ଏହି ଗୀତକୁ ଶେୟାର୍ କରି ଭୂମିକମ୍ପ ଆସିଗଲା ବୋଲି ସେ କହିଛନ୍ତି।

author-image
Pramod Behera
Nora Fatehi new song Kusu Kusu

Nora Fatehi new song Kusu Kusu

ମୁମ୍ବାଇ: ନିଜ ବୋଲ୍ଡନେସ୍ ଓ ଡ୍ୟାନ୍ସକୁ ନେଇ ନୋରା ଫତେହୀ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଫିଲ୍ମ ‘ସତ୍ୟମେବ ଜୟତେ ୨’ର ଗୀତ ‘କୁସୁ କୁସୁ’ର ଦମଦାର ଟିଜର ପରେ ବର୍ତ୍ତମାନ ଫିଲ୍ମର ଗୀତ ରିଲିଜ୍ ହୋଇଛି। ଏହାର ସୂଚନା ନିଜେ ନୋରା ଫତେହୀ ସୋସିଆଲ୍ ମିଡିଆରେ ତାଙ୍କ ପ୍ରଶଂସକମାନଙ୍କୁ ଜଣେଇଛନ୍ତି। ଏହି ଗୀତରେ ନୋରା ପୁଣି ଥରେ ହଇଚଇ କରିବାକୁ ଯାଉଛନ୍ତି। ଗୀତରେ ନୋରାଙ୍କର ବେଲୀ ଡ୍ୟାନ୍ସ ତାଙ୍କ ପ୍ରଶଂସକଙ୍କ ହୃଦୟ କିଣିବାରେ ଲାଗିଛି। ଏହି ଗୀତର ଟାଇଟଲ ‘କୁସୁ କୁସୁ’ ରହିଛି।

Advertisment
Nora Fatehi new song Kusu Kusu‘କୁସୁ କୁସୁ’ ଗୀତରେ ଭୂମିକମ୍ପ କଲେ ନୋରା

‘ସତ୍ୟମେବ ଜୟତେ ୨’ରେ ଜନ୍ ଆବ୍ରାହମ ଓ ଦିବ୍ୟା ଖୋସଲା କୁମାର ମୁଖ୍ୟ ଭୂମିକାରେ ଥିବା ବେଳେ ନୋରା ଫତେହୀଙ୍କ ‘କୁସୁ କୁସୁ’ ଗୀତ ଫିଲ୍ମର ମୁଖ୍ୟ ଆକର୍ଷଣ ପାଲଟିଛି। ଏହି ଗୀତରେ ନୋରାଙ୍କୁ ଜବରଦସ୍ତ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳେ। ନୋରାଙ୍କ ନୃତ୍ୟ ଭଙ୍ଗୀ ଏତେ ଆକର୍ଷଣୀୟ ଯେ ଯିଏ ଦେଖୁଛି ତା’ ହୃଦୟର ସ୍ପନ୍ଦନ ବଢିବାରେ ଲାଗିଛି। ଏହି ଗୀତ ବର୍ତ୍ତମାନ ୟୁଟ୍ୟୁବ୍ ଟ୍ରେଣ୍ଡ୍ ମଧ୍ୟ ପାଲଟି ଗଲାଣି।

ସୋସିଆଲ୍ ମିଡିଆ ପ୍ଲାଟ୍‌ଫର୍ମ ଇନ୍‌ଷ୍ଟାଗ୍ରାମ୍‌ରେ ନୋରା ତାଙ୍କ ପ୍ରଶଂସକମାନଙ୍କୁ ଏହି ଖବର ଦେଇଛନ୍ତି। ସେ ଗୀତର ଏକ ଛୋଟ କ୍ଲିପ୍ ସହିତ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ “ଭୂମିକମ୍ପ… ଶେଷରେ ଆସିଗଲା।” ଏହା ଏହିତ ସେ ହାର୍ଟ୍ ଆଉ ଫାୟାର୍ ଇମୋଜୀ ମଧ୍ୟ ଶେୟାର କରିଛନ୍ତି।

Advertisment
Nora Fatehi in boldnessବୋଲ୍ଡନେସ୍‌ରେ ନୋରା ଫତେହୀ

ଏହି ଗୀତରେ ନୋରା ଫତେହୀ ଚକ୍‌ମକ୍‌ ପୋଷାକରେ ଜବରଦସ୍ତ ବେଲୀ ମୁଭ୍ସ କରୁଥିବା ନଜର ଆସୁଛନ୍ତି। ଏହି ଫିଲ୍ମର ନିର୍ମାଣ ଦାୟିତ୍ୱ ଟୀ-ସିରିଜ୍ ଓ ଏମ୍ମେ ଏଣ୍ଟରଟେନ୍‌ମେଣ୍ଟ ନେଇଥିବା ବେଳେ ଏହା ଚଳିତ ବର୍ଷ ନଭେମ୍ବର ୨୫ ତଥା ଗୁରୁବାର ପ୍ରେକ୍ଷାଳୟକୁ ଆସିବାର ଯୋଜନା ରହିଛି।

ଯଦି ରିଲିଜ୍ ହୋଇଥିବା ଏହି ଗୀତର କଥା କୁହାଯାଏ, ତେବେ ଏହି ଗୀତରେ ଜହରା ଖାନ୍ ଓ ଦେବ ନେଗୀ ସ୍ୱର ଦେଇଛନ୍ତି। ତନୀଷ୍କ ବାଗ୍‌ଚୀ ଗୀତର ମ୍ୟୁଜିକ୍ ଦେଇଥିବା ବେଳେ ନିଜେ ମଧ୍ୟ ଏହାର ଲିରିକ୍ସ ଲେଖିଛନ୍ତି।

ପ୍ରକାଶଥାଉ ଯେ ପୂର୍ବରୁ ରିଲିଜ୍ ହୋଇଥିବା ଜନ୍‌ ଆବ୍ରାହମ୍‌ଙ୍କ୍ ଫିଲ୍ମ ‘ସତ୍ୟମେବ ଜୟତେ’ର ପ୍ରିକ୍ୱେଲ୍‌ରେ ମଧ୍ୟ ଆଇଟମ ନମ୍ବର କରିଥିବା ନଜର ଆସିଥିଲେ। ‘ସତ୍ୟମେବ ଜୟତେ’ର ‘ଦୀଲବର’ ଗୀତରେ ନୋରାଙ୍କ ଡ୍ୟାନ୍ସ ଷ୍ଟାଇଲ୍ ଦେଖି ପ୍ରଶଂସକମାନେ ତାଙ୍କୁ ଦୀଲବର ଗାର୍ଲଭାବେ ଡାକିବାକୁ ଆରମ୍ଭ କରିଥିଲେ।

Nora Fatehi Bollywood
Advertisment
Advertisment