Advertisment

BSNLରେ ଖାଲିପଡିଛି ପଦବୀ, ତୁରନ୍ତ କରନ୍ତୁ ଆବେଦନ

ଭାରତ ସଂଚାର ନିଗମ ଲିମିଟେଡ (BSNL) ପକ୍ଷରୁ ଅନେକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ଆବେଦନ ପ୍ରକ୍ରିୟାର ଶେଷ ତାରିଖ ୨୦ ନଭେମ୍ବର ୨୦୨୧ ରହିଛି । ଏହାଛଡ଼ା ଏହି ପଦବୀରେ ଆବେଦନ କରିବା ପାଇଁ କୌଣସି ପ୍ରକାର ଆବେଦନ ଶୁଳ୍କ ଦେବାକୁ ପଡିବ ନାହିଁ ।

author-image
Pallipuspa Samal
BSNL Recruitment

BSNL Recruitment

ବେକାର ଯୁବକ ଯୁବତୀଙ୍କ ପାଇଁ ଖୁସି ଖବର । ଭାରତ ସଂଚାର ନିଗମ ଲିମିଟେଡ (BSNL) ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । ଭାରତ ସଂଚାର ନିଗମ ଲିମିଟେଡ (BSNL) ରେ ଅନେକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି । ବିଏସଏନଏଲ ପକ୍ଷରୁ ଡିପ୍ଲୋମା ଆପରଣ୍ଟିସ ପଦବୀରେ ନିଯୁକ୍ତି ପାଇଁ ଏହି ଆବେଦନ ଜାରି କରାଯାଇଛି। BSNLରେ ଆବେଦନ ପ୍ରକ୍ରିୟାର ଶେଷ ତାରିଖ ୨୦ ନଭେମ୍ବର ୨୦୨୧ ରହିଛି ।

Advertisment

ମୋଟ୍ ପଦବୀ ସଂଖ୍ୟା ୨୭ ରହିଛି । ଆବେଦନ ପ୍ରକ୍ରିୟା ୬ ନଭେମ୍ବରରୁ ଆରମ୍ଭ ହୋଇଥିବା ବେଳେ ଆବେଦନ କରିବାର ଶେଷ ତାରିଖ ୨୦ ନଭେମ୍ବର ରହିଛି । ମାସିକ ଦରମା ୮ ହଜାର ଟଙ୍କା ରହିଛି । ଏହାଛଡ଼ା ଏହି ପଦବୀରେ ଆବେଦନ କରିବା ପାଇଁ ଆବେଦନକାରୀଙ୍କ ବୟସ ସୀମା ୨୫ ବର୍ଷରୁ ଅଧିକ ହୋଇନଥିବା ଆବଶ୍ୟକ । ଏହାଛଡ଼ା ଏହି ପଦବୀରେ ଆବେଦନ କରିବା ପାଇଁ କୌଣସି ପ୍ରକାର ଆବେଦନ ଶୁଳ୍କ ଦେବାକୁ ପଡିବ ନାହିଁ । ପଦବୀ ପାଇଁ କୌଣସି ମାନ୍ୟତାପ୍ରାପ୍ତ ବୋର୍ଡରୁ ଡିଗ୍ରୀ କିମ୍ବା ଡିପ୍ଲୋମା କରିଥିବା ଜରୁରୀ ।

ଅନ ଲାଇନ୍ କିପରି କରିବେ ଆବେଦନ:

ଏହି ପଦବୀରେ ଆବେଦନ ପାଇଁ ଆବେଦନକାରୀ BSNLର ୱେବସାଇଟକୁ ଯାଇ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁସାରେ ଅନଲାଇନ୍‌ ଆବେଦନ କରିପାରିବେ । ଆବେଦନ କରିବା ପାଇଁ ୨୦ ନଭେମ୍ବର ୨୦୨୧ ପୂର୍ବରୁ ଶେଷ କରନ୍ତୁ ।

Advertisment
  • ପ୍ରଥମେ ବିଏସଏନଏଲର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ ।
  • ଏହାପରେ ବିଏସଏନଏଲ୍‌ କ୍ୟାରିୟରକୁ ଯାଇ ନୋଟିଫିକେସନ ଉପରେ କ୍ଲିକ କରନ୍ତୁ ।
  • ଏହାପରେ BSNL Job Vacancy Notification ଉପରେ କ୍ଲିକ କରନ୍ତୁ
  • BSNL Recruitment Registration Formରେ କ୍ଲିକ କରନ୍ତୁ।
  • ଏହାପରେ BSNL Jobs Application Form ଡାଉନଲୋଡ କରନ୍ତୁ ।
  • ଏହାପରେ ଫର୍ମଟିକୁ ସବ୍‌ମିଟ୍‌ କରନ୍ତୁ।
  • ଧ୍ୟାନ ରଖି ଫର୍ମକୁ ପରୁଣ କରନ୍ତୁ ନଚେତେ ଏହା କ୍ୟାନସଲ୍ ହୋଇଯାଇପାରେ ।
Advertisment
Advertisment