• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ମୁମ୍ବାଇ: ଚର୍ଚ୍ଚାରେ ରହୁଛନ୍ତି ମହାରାଷ୍ଟ୍ରର ଏନସିପି ନେତା ନୱାବ ମଲିକ୍ । ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନାଭିସଙ୍କ ଉପରେ ଏନସିପି ନେତା ନୱାବ ମଲିକଙ୍କ ହମଲା ଜାରି ରହିଛି । ଗତକାଲି ଫଡାନାଭିସଙ୍କ ଅଣ୍ଡରୱାଲ୍ଡ ଲିଙ୍କ୍ ଅଭିଯୋଗ ପରେ ନବାବ ମଲିକ ହାଇଡ୍ରୋଜେନ ବୋମା ପକାଇ ଫଡନାଭିସଙ୍କ ପ୍ରକୃତ ଗୁମର ଖୋଲିବେ ବୋଲି କହିଛନ୍ତି ।

ଏହି କ୍ରମରେ ଆଜି ସେ ସାମ୍ବାଦିକ ସମ୍ମିଳନୀ କରି ଫଡନାଭିସଙ୍କ ସମ୍ପର୍କ ଅଣ୍ଡରୱାଲ୍ଡ ଡନ ଦାଉଦ ଇବ୍ରାହିମର ସହଯୋଗୀ ରିୟାଜ ଭାଟି ସହ ରହିଛି ବୋଲି କହିଛନ୍ତି । ଗ୍ୟାଙ୍ଗଷ୍ଟର ଓ ଅପରାଧିକ ପୃଷ୍ଠଭୂମି ଥିବା ବ୍ୟକ୍ତିଙ୍କୁ ବିଭିନ୍ନ ସରକାରୀ ବୋର୍ଡର ଅଧ୍ୟକ୍ଷ କାହିଁକି କରିଥିଲେ, ସେନେଇ ନୱାବ ମଲିକ୍ ଉଠାଇଛନ୍ତି । ଏଥି ସହ ରାଜ୍ୟରେ ନକଲି ନୋଟ କାରବାର ପାଇଁ ଫଡନାଭିସଙ୍କୁ ଦାୟୀ କରି ଏହି ରାକେଟକୁ ଘଣ୍ଟ ଘୋଡ଼ାଇ ଚାଲିଥିଲେ ବୋଲି ସାଂଘାତିକ ଅଭିଯୋଗ କରିଛନ୍ତି ।

ମହାରାଷ୍ଟ୍ରରେ ଫଡନାଭିସଙ୍କ ଜାଣତରେ ନକଲି ନୋଟ କାରବାର ଚାଲୁଥିଲା ବୋଲି ଅଭିଯୋଗ ହୋଇଛି । ତେଣୁ ବିମୁଦ୍ରାକରଣ ଯୋଗୁଁ ବର୍ଷକ ଯାଏ ରାଜ୍ୟରେ ସେପରି କୌଣସି ଘଟଣା ସାମ୍ନାକୁ ଆସିଲାନି ବୋଲି ନୱାବ କହିଛନ୍ତି । ନକଲି ପାସପୋର୍ଟ ଓ ଦାଉଦ ଇବ୍ରାହିମ୍ ସହ ସମ୍ପର୍କ ରଖିଥିବା ଘଟଣାରେ ଧରାପଡ଼ିଥିବା ରିୟାଜ ଭଟି ସହ ଫଡନାଭିସଙ୍କ ସମ୍ପର୍କ ଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି । ଧରାପଡିବାର ୨ ଦିନ ଭିତରେ ସେ କିଭଳି ଖଲାସ ହୋଇଗଲା, ସେନେଇ ପ୍ରଶ୍ନ କରିଛନ୍ତି । ଏକାଧିକ ବିଜେପି କାଯର୍ୟକ୍ରମରେ ମଧ୍ୟ ତାକୁ ଦେଖିବାକୁ ମିଳିଥିବାର ଅଭିଯୋଗ କରିଛନ୍ତି ନୱାବ । ରାଜନୀତିକୁ ଦେବେନ୍ଦ୍ର ଫଡନାଭିସ ଅପରାଧିକରଣ କରିଛନ୍ତି ବୋଲି ମଧ୍ୟ ନବାବ ମଲିକ ଅଭିଯୋଗ କରିଛନ୍ତି ।

ସେପଟେ ନୱାବ ମଲିକଙ୍କ ଏହି ସମସ୍ତ ଅଭିଯୋଗକୁ ବିଜେପି ପକ୍ଷରୁ ଖଣ୍ଡନ କରଯାଇଛି । ନୱାବ ମଲିକ କରିଥିବା ସମସ୍ତ ଅଭିଯୋର ତଥ୍ୟ ଉପସ୍ଥାପନ କରିପାରିନାହାନ୍ତି ବୋଲି ବିଜେପି ନେତା ଆଶିଷ ସେଲାର କହିଛନ୍ତି । ଏଭଳି ଅଭିଯୋଗ ଆଣି ନୱାବ ମଲିକ ଯେଉଁ ବାତାବରଣ ସୃଷ୍ଟି କରିବାକୁ ଚେଷ୍ଟା କରୁଥିଲେ ସେଥିରେ ସେ ଅସଫଳ ହେଲେ ବୋଲି ଆଶିଷ କହିଛନ୍ତି ।