Advertisment

ସ୍ମରଣ ଶକ୍ତିକୁ ନେଇ କଣ କହେ ବାସ୍ତୁ

ଦୈନଦିନ ଜୀବନରେ ଲାଗି ରହିଥିବା ବ୍ୟସ୍ତତା ଯୋଗୁ ଆମେମାନେ ବହୁତ କିଛି କଥା ଭୁଲି ଯାଉ । ବ୍ୟସ୍ତ ରହିବା କାରଣରୁ ଏପରି ହେବା ସ୍ୱାଭାବିକ ଅଟେ,କିନ୍ତୁ ଅଧିକାଂଶ ସମୟରେ ଏହା ବାସ୍ତୁଦୋଷ କାରଣରୁ ଏପରି ହୋଇଥାଏ ବୋଲି ବିବେଚନା କରାଯାଏ । ଯଦି ଆପଣଙ୍କ ସ୍ମରଣ ଶକ୍ତି ଠିକ୍ ରହୁନାହିଁ ତେବେ ଘରର ବାସ୍ତୁ ସହିତ ଯୋଡି ହୋଇଥିବା ଏହି ସମସ୍ୟା ଗୁଡିକ ଉପରେ ନଜର ରଖନ୍ତୁ ...

author-image
Pallipuspa Samal
ଅଦ୍ୟତନ ହୋଇଛି
Vastu and memory

Vastu and memory

ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଆମେ ମାନେ ବହୁତ କିଛି ଭୁଲି ଯାଇଥାଉ । ଏପରି ହେବା ସ୍ୱାଭାବିକ ଅଟେ,କିନ୍ତୁ ଅଧିକାଂଶ ସମୟ ବାସ୍ତୁଦୋଷ କାରଣରୁ ମଧ୍ୟ ଏପରି ହୋଇଥାଏ । ଯେପରିକି କିଛି ସମୟ ପୂର୍ବରୁ କଣ ଭାବୁଥିଲେ ଓ କଣ କାମ କରିବାକୁ ଚାହୁଁଛନ୍ତି ସବୁକିଛି ଭୁଲି ଯାଆନ୍ତି । ଆଜି ଆମେ ଆପଣଙ୍କୁ ଏହିଭଳି ବସ୍ତୁ ଦୋଷ ଓ ତାର ଉପାୟ ବିଷୟରେ କହିବୁ....

Advertisment
  • ଘରର ଉତ୍ତର ପୂର୍ବ ଦିଗରେ ଭୁଲରେ ମଧ୍ୟ ନାଲି କିମ୍ବା ଗୋଲାପୀ ରଙ୍ଗର ପ୍ରୟୋଗ କରିବା ଉଚିତ ନୁହେଁ ଓ ଏଠାରେ ପୁରୁଣା ଖବର କାଗଜ କିମ୍ବା ଡଷ୍ଟବିନ ରଖିବା ବିଲକୁଲ ରଖିବା ଉଚିତ ନୁହେଁ ।
  • ଘରର ଉତ୍ତର ପୂର୍ବ ଦିଗରେ ରୋଷେଇ ଘର ରହିବା ଦ୍ୱାରା ଆପଣଙ୍କର ସ୍ମରଣ ଶକ୍ତି ଦୁର୍ବଳ ହୋଇପାରେ । ଏହି ଦିଗ ସିଧା ସଳଖ ଆପଣଙ୍କ ମସ୍ତିସ୍କ ଉପରେ ପ୍ରଭାବ ପକାଇଥାଏ । ଘରର ଉତ୍ତର ପୂର୍ବ ଦିଗ ସଫା ସୁତୁରା ରହିବ ଆବଶ୍ୟକ ।
  • ଉତ୍ତର ପୂର୍ବ ଦିଗ ସର୍ବଦା ସମତଳ ଅବସ୍ଥାରେ ରହିବ ଉଚିତ । ଏହି ଦିଗରେ କୌଣସି ପ୍ରକାରର ବାଧା ରହିବା ଉଚିତ ନୁହେଁ ଏବଂ ଏହି ସ୍ଥାନ ସମ୍ପୂର୍ଣ ଭାବରେ ଖୋଲା ଓ ପବନ ଯୁକ୍ତ ହେବ ଆବଶ୍ୟକ ।
  • ଯଦି ଆପଣଙ୍କର ଭୁଲିବାର ସମସ୍ୟା ଦୂର ହେଉ ନାହିଁ ତେବେ ଠିକ ହେବ ଯେ ଉତ୍ତର ପୂର୍ବ ଦିଗରେ ଓଁକାର କିମ୍ବା ସ୍ୱସ୍ତିକ ଚିହ୍ନ ସ୍ଥାପନା କରିବା ଆବଶ୍ୟକ । ଏହା ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡ ସହିତ ଯୋଡିକି ରଖିବା ।
  • ଉତ୍ତର ପୂର୍ବ ଦିଗରେ ପୁରୁଣା ବସ୍ତୁ କିମ୍ବା ଏପରି ଜିନିଷ ଭୁଲରେ ମଧ୍ୟ ପ୍ରୟୋଗ କରନ୍ତୁ ନାହିଁ କିମ୍ବା ରଖନ୍ତୁ ନାହିଁ । ଯଦି ଏପରି କିଛି ଜିନିଷକୁ ରଖୁଛନ୍ତି ତେବେ ଆପଣ ନିଜ ଅତୀତକୁ ଚାହିଁଲେବି ଭୁଲି ପାରିବେନି ଓ ସର୍ବଦା ଚିନ୍ତା ଗ୍ରସ୍ତ ହୋଇ ରହିବେ ।
Vastu Tips
Advertisment
Advertisment