/odishatv-khabar/media/post_attachments/uploadimage/library/16_9/16_9_0/IMAGE_1636513584.jpg)
Covishield & Covaxin
ନୂଆଦିଲ୍ଲୀ: କୋଭିଡ୍ ଟିକା ପ୍ରସ୍ତୁତିରେ ଭାରତକୁ ସଫଳତା ମିଳିଛି। ଭାରତରେ ପ୍ରସ୍ତୁତ କୋଭିସିଲ୍ଡ ଓ କୋଭାକ୍ସିନ୍ ଟିକାକୁ ଏପର୍ଯ୍ୟନ୍ତ ୯୬ଟି ଦେଶ ମଞ୍ଜୁରୀ ପ୍ରଦାନ କରିସାରିଲେଣି। ଆମେରିକା, କାନାଡା, ଅଷ୍ଟ୍ରେଲିଆ, ସ୍ପେନ, ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ, ରୁଷିଆ ଓ ସ୍ୱିଜରଲ୍ୟାଣ୍ଡ୍ ସମେତ ୯୬ଟି ଦେଶ ଭାରତରେ ପ୍ରସ୍ତୁତ ଏହି ୨ ଟିକାକୁ ସବୁଜ ସଙ୍କେତ ଦେଇଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ସୂଚନା ଦେଇଛନ୍ତି।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) କୋଭିସିଲ୍ଡ ଓ କୋଭାକ୍ସିନ୍କୁ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଛି। ଏପର୍ଯ୍ୟନ୍ତ ୮ଟି ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅନୁମତି ଦେଇଥିବା ବେଳେ ଏଥିରେ ଭାରତର ଏହି ୨ଟି ଟିକା ସାମିଲ ଅଛି।
ଏଯାବତ୍ ଭାରତରେ ୧୦୯ କୋଟି ଲୋକଙ୍କ ଟିକାକରଣ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟମନନ୍ତ୍ରୀ କହିଛନ୍ତି। ଯେଉଁମାନେ ବର୍ତ୍ତମାନ ସୁଦ୍ଧା ଟିକା ନେଇ ନାହାନ୍ତି ସେମାନଙ୍କୁ ଘର ଘର ବୁଲି ଚିହ୍ନଟ କରାଯାଇ ଟିକା ପ୍ରଦାନ କରାଯାଉଛି।
Also Read
ଅନ୍ୟପକ୍ଷେ, ପିଲାଙ୍କ ପାଇଁ କୋଟିଏ ଡୋଜ୍ ଜାଇଡସ୍ କ୍ୟାଡିଲା କରୋନା ଟିକା କିଣିବ ସ୍ୱାସ୍ଥ୍ୟ ବିଭାଗ। ଏଥିପାଇଁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କମ୍ପାନୀକୁ ଅର୍ଡର ଦିଆଯାଇଛି। ଦେଶରେ ୧୨ରୁ ଊର୍ଦ୍ଧ ବୟସ ବର୍ଗର ପିଲାମାନଙ୍କୁ ଏହି ଟିକା ଦିଆଯିବ। ତିନିଟି ଡୋଜରେ ଏହି ଟିକା ମିଳିବାକୁ ଥିବା ବେଳେ ପ୍ରତି ଟିକା ମଧ୍ୟରେ ୨୮ ଦିନର ବ୍ୟବଧାନ ରହିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)