• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଆଜିକାଲି ଫେସ୍‌ବୁକ୍‌ରେ ଅନେକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଗୁଡିକ ଆମକୁ ହସଉଛି, ମଜ୍ଜା ଦଉଛି ଆଉ ଆମ ଦିନଗୁଡିକୁ ସତେଜ କରିଦେଉଛି। ଅନେକ ସମୟରେ ସୋସିଆଲ୍‌ ମିଡିଆରେ ପଶୁଜନ୍ତୁଙ୍କ ଭିଡିଓ ଭାଇରାଲ ହେବା ଆମେ ଦେଖିଛେ। କେଉଁଠି ବିଲେଇ ପିଲାକୁ ମରଣ ମୁହଁରୁ ରକ୍ଷା କରୁଛି ତ ପୁଣି କେଉଁଠି ଗାଈ କୁକୁରକୁ କ୍ଷୀର ଦେଉଛି। ସେହିପରି ଏହା ବି ଦେଖିଛେ ଯେ କେଉଁଠି ଛୋଟ ଛୁଆକୁ ମା’ର ମମତା ଦେଇ ପାଳୁଛି ମାଙ୍କଡ।

ଏବେ ସେହିଭଳି ମଧ୍ୟ ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍ ହେଉଛି। ଏହି ଭିଡିଓରେ ଏକ ମାଙ୍କଡ ଜଣେ କୁନି ଝିଅ ସହ ଖେଳୁଥିବା ଦେଖାଯାଏ। ଝିଅଟି ମୋବାଇଲ୍ ଧରି ଖେଳୁଥିବା ବେଳେ ମାଙ୍କଡଟି ହଠାତ୍ ଆସି ତା’ ପାଖରେ ବସିଯାଉଛି ଆଉ ତା’ ଠାରୁ ମୋବାଇଲ୍ ଛଡେଇ ନେଉଛି। ଏହି ଭିଡିଓଟି ଏତେ କୌତୁକିଆ ହୋଇଛି ଯେ ଲୋକେ ଦେଖି ଖୁବ୍ ମଜ୍ଜା ନେଉଛନ୍ତି। ଭିଡିଓଟି ସୋସିଆଲ୍ ମିଡିଆରେ ଚର୍ଚ୍ଚାର ବିଷୟ ମଧ୍ୟ ହୋଇଛି।

ଏହି କୌତୁକିଆ ଭିଡିଓରେ ଦେଖିବାକୁ ମିଳୁଛି ଯେ ଏକ କୁନି ଝିଅ ଖଟ ଉପରେ ବସି ଏକ ମୋବାଇଲ ଧରି ଖେଳୁଛି। ଏହି ସମୟରେ ହଠାତ ଏକ ମାଙ୍କଡ ତା’ ପାଖକୁ ଚାଲିଆସୁଛି। ଜଣେ ପିଲା କୌଣସି ଏକ ଖେଳନାରେ ଖେଳିବା ବେଳେ ଆଉ ଜଣେ ପିଲା ଆସି ଯେପରି ତା’ ଠାରୁ ସେ ଖେଳନାଟି ଛଡେଇ ନିଏ ଠିକ୍ ସେହିପରି ଛୁଆଟି ଠାରୁ ମାଙ୍କଡଟି ମଧ୍ୟ ମୋବାଲ୍‌ଟିକୁ ଛଡେଇ ନେଉଛି। କୁନି ଝିଅଟି ଯେତେବେଳେ ମାଙ୍କଡ ଠାରୁ ମୋବାଇଟି ନେଇ ଆସୁଛି, ମାଙ୍କଡ ମଧ୍ୟ ତା’ ଜିଦି ଛାଡୁ ନାହିଁ। ସେ ପୁଣି ଥରେ ପିଲାଟି ଠାରୁ ମୋବାଇଲ ଛଡେଇ ଆଣି ପେଟରେ ଜାକି ଧରୁଛି, ଯେପରି ପିଲାଟି ଆଉ ନେଇ ପାରିବ ନାହିଁ।

ଏହି ଭିଡିଓଟି ଏତେ ମଜ୍ଜାଳିଆ ହୋଇଛି ଯେ ଲୋକେ ଦେଖି ଖୁବ୍ ହସୁଛନ୍ତି। ଭିଡିଓଟି ଦେଖି ଲୋକେ କହୁଛନ୍ତି ଯେ ଏଠି ମାଙ୍କଡ ଅଭିଭାବକର ଭୂମିକାରେ ନଜର ଆସିଛି। ସେ ପିଲାଟିକୁ ବାରଣ କରୁଛି ଯେ ମୋବାଇଲ୍‌ ଛୋଟ ପିଲାଙ୍କ ପାଇଁ ଭଲ ନୁହେଁ।

ଭାଇରାଲ ହେଉଥିବା ଏହି ଭିଡିଓକୁ @jagadeeshmadinenimadineni ନାମର ଇନ୍‌ଷ୍ଟାଗ୍ରାମ୍‌ ଉପଭୋକ୍ତା ସୋସିଆଲ୍ ମିଡିଆରେ ଶେୟାର କରିଛନ୍ତି। ଏହି ଭିଡିଓରେ ଅନେକ ଲୋକ ନିଜର ପ୍ରତିକ୍ରିୟା ଦେଉଥିବା ଦେଖାଯାଏ। ଖବର ଲେଖା ହେବା ବେଳକୁ ଭିଡିଓକୁ ୧ ଲକ୍ଷ ୩୯ ହଜାରରୁ ଅଧିକ ଲୋକ ଦେଖିସାରିଥିଲେ। ସେହିପରି ହଜାର ହଜାର ଲୋକ ଏହି ଭିଡିଓ ଉପରେ କମେଣ୍ଟ ମଧ୍ୟ ଦେଇଛନ୍ତି।