/odishatv-khabar/media/post_attachments/uploadimage/library/16_9/16_9_0/IMAGE_1636555479.jpg)
tamilnadu flood
ଚେନ୍ନାଇ: ପ୍ରବଳ ବର୍ଷାରେ ଉବୁଟୁବୁ ତାମିଲନାଡୁ । ଯମ ପାଲଟିଛି ପ୍ରଳୟଙ୍କାରୀ ବର୍ଷା । ତାମିଲନାଡୁରେ ପ୍ରବଳ ବର୍ଷାରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି । ରାଜ୍ୟର ରାଜସ୍ୱ ମନ୍ତ୍ରୀ ଏନେଇ ସତର୍କତାର ସୂଚନା ଦେଇଛନ୍ତି । ବୁଧବାର ଓ ଗୁରୁବାର ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ପୂର୍ବାନୁମାନ ରହିଛି । ପାଣିପାଗ ବିଭାଗ ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବର୍ଷା ପାଇଁ ୯ଟି ଜିଲ୍ଲାରେ ଥିବା ସମସ୍ତ ସ୍କୁଲ ଓ କଲେଜକୁ ଦୁଇ ଦିନ ପାଇଁ ଛୁଟି ମଧ୍ୟ ଘୋଷଣା କରାଯାଇଛି । ଏହି ଜିଲ୍ଲାମାନଙ୍କରେ ଲୋକମାନଙ୍କୁ ଯଥା ସମ୍ଭବ ଘର ଭିତରେ ରହିବାକୁ ପରାମର୍ଶ ଦିଆଯାଇଛି ।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି । ତେଣୁ ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଆଶଙ୍କା ରହିଛି । ଆଜି ୫ଟି ଜିଲ୍ଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ରେଡ ଆଲର୍ଟ ଜାରି କରାଯାଇଛି ।
ସେହିପରି ଚେନ୍ନାଇ, କାଞ୍ଚୀପୁରମ, ଚେଙ୍ଗାଲପାଟ୍ଟୁ, ଭିଲ୍ଲାପୁରମ ଓ ତିରୁଭାନ୍ନାମାଲାଇରେ ଗୁରୁବାର ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ତେଣୁ ଗୁରୁବାର ପାଇଁ ଏହି ସବୁ ଜିଲ୍ଲା ମାନଙ୍କରେ ରେର୍ଡ ଆଲର୍ଟ ଜାରି କରାଯାଇଛି । ନଭେମ୍ବର ୧୩ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।
ବର୍ଷା ପରିମାଣ ହ୍ରାସ ପାଇଥିଲେ ବି ଏବେବି ଅନେକ ସ୍ଥାନ ପାଣି ଘେରରେରେ ଥିବାର ଦେଖିବାକୁ ମିଳିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମୁଖ୍ୟ ରାସ୍ତା ଠାରୁ ଆରମ୍ଭ କରି ତଳିଆ ଅଞ୍ଚଳରେ ବର୍ଷା ପାଣି ଜମି ରହି ସାଂଘାତିକ ସ୍ଥିତି ସୃଷ୍ଟି କରିଛି । ବିଭିନ୍ନ ସ୍ଥାନରେ ଲୋକେ ଜଲବନ୍ଦୀ ଅବସ୍ଥାରେ ରହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)