ନିର୍ଦ୍ଧାରିତ ୨୦ ଓଭରରେ ନ୍ୟୁଜିଲାଣ୍ଡ ୬ଟି ୱିକେଟ୍ ହରାଇ ୧୬୪ ରନ୍ କରିଥିବା ବେଳେ ୧୬୫ ରନ୍ର ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଥିଲା ଭାରତ ।ଭାରତ ମୋଟ୍ ୫ ୱିକେଟ୍ ହରାଇ ୧୯.୪ ଓଭରରେ ୧୬୬ ରନ୍ କରି ବିଜୟ ହୋଇଛି ।
USFO ଯୋଜନାରେ ୬ ହଜାର ୪୬୬ କୋଟି ଟଙ୍କା ମଂଜୁର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅପହଞ୍ଚ ଜିଲ୍ଲାଗୁଡ଼ିକରେ 4G ଇଣ୍ଟରନେଟ୍ ସେବା ପାଇଁ କ୍ୟାବିନେଟ ନିଷ୍ପତ୍ତି ସଂପର୍କରେ ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି ।
ରବୀନା ଟଣ୍ଡନ୍ଙ୍କ ସହ ସଲମାନ ଖାନଙ୍କ ଝଗଡା ହେବାରୁ ସଲମାନ୍ ତାଙ୍କ ସହ ଆଉ କାମ ନ କରିବାକୁ ଜିଦି ଧରିଥିଲେ। କିନ୍ତୁ ଦୀର୍ଘ ୬ ବର୍ଷ ପରେ ସେମାନେ ‘କହୀଁ ପ୍ୟାର୍ ନା ହୋ ଯାଏ’ରେ ପୁଣି କାମ କରିଥିଲେ।
କଥାରେ ଅଛି 'ପାଟିକୁ ପିତା ଦେହକୁ ହିତ' । ସ୍ୱାସ୍ଥ୍ୟ ପାଇଁ ପିତା ଅତ୍ୟନ୍ତ ଲାଭଦାୟକ ଅଟେ । ଆମେ ଦୈନଦିନ ଜୀବନରେ ଖାଉଥିବା ଖାଦ୍ୟ ମଧ୍ୟରୁ କିଛି ଖାଦ୍ୟ ପାଟିକୁ ପିତା ଲାଗିଥାଏ । କିନ୍ତୁ ଏହି ପିତା ଖାଦ୍ୟ ଶରୀର ପାଇଁ ଲାଭଦାୟକ ଅଟେ ।
ଆଗକୁ ଆସୁଛି ଅନନ୍ୟା ପାଣ୍ଡେଙ୍କ ‘ଲାଇଗର୍’। ଏହି ଫିଲ୍ମରେ କାମ କରୁଛନ୍ତି ହଲିଉଡ୍ ଅଭିନେତା ମାଇକ୍ ଟାୟସନ୍। ଅନନ୍ୟା ତାଙ୍କ ସହ ଏକ ମଜାଳିଆ ଫଟୋ ଶେୟାର କରିଛନ୍ତି।
ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟା ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ ବିଜେପିର ଦସ୍ତଖତ ଅଭିଯାନ । ଦିବ୍ୟଶଙ୍କରଙ୍କୁ ତଦନ୍ତ ପରିସରଭୁକ୍ତ ଓ ତୁରନ୍ତ ଗିରଫ ଦାବିରେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ପକ୍ଷରୁ ଦସ୍ତଖତ ଅଭିଯାନ ଆରମ୍ଭ କରାଯାଇଛି ।
କଥାରେ ଅଛି ରାଗ ବ୍ରହ୍ମ ଚଣ୍ଡାଳ । ମଣିଷ ରାଗିଥିବା ସମୟରେ ନିଜର ସତ୍ତା ହରାଇ ଦେଇଥାଏ । ସେଥିପାଇଁ ନିଜର ରାଗ ବା କ୍ରୋଧକୁ ନିୟନ୍ତ୍ରଣ କରିବା ଉଚିତ୍ । କାରଣ କ୍ରୋଧ ସମୟରେ ବ୍ୟକ୍ତି ଭୁଲ ଓ ଠିକ ମଧ୍ୟରେ ଅନ୍ତର ଭୁଲି ଯାଇଥାଏ ଓ ଏପରି କିଛି କାର୍ଯ୍ୟ କରି ବସେ ଯାହା ନିଜପାଇଁ କ୍ଷତିକାରକ ହୋଇଥାଏ । ତେବେ ନୀତିଶାସ୍ତ୍ରରେ କ୍ରୋଧ ଉପରେ ଅନେକ ତଥ୍ୟ ଦିଆ ଯାଇଛି ।
କଙ୍ଗନାଙ୍କ ବିବାଦୀୟ ବୟାନ୍ ପାଇଁ ଟ୍ୱିଟର ପକ୍ଷରୁ ତାଙ୍କ ଆକାଉଣ୍ଟକୁ ରଦ୍ଦ କରାଯାଇଥିଲା । ହେଲେ ତଥାପି ସେ ଚୁପ୍ ବସି ନାହାନ୍ତି । ଇନ୍ଷ୍ଟାଗ୍ରାମରେ ଗୋଟିଏ ପରେ ଗୋଟିଏ ବିବାଦୀୟ ବୟାନ୍ ଦେଉଛନ୍ତି । ବର୍ତ୍ତମାନ କଣ୍ଟ୍ରୋଭର୍ସି କ୍ୱିନଙ୍କ ଟାର୍ଗେଟରେ ମହାତ୍ମାଗାନ୍ଧୀ । ମହାତ୍ମା ଗାନ୍ଧୀଙ୍କୁ ଭୋକିଲା ଏବଂ ଚତୁର ବୋଲି ସେ ଦର୍ଶାଇଛନ୍ତି ।
ମିଶ୍ର ସଭ୍ୟତାର ପ୍ରାଚୀନତା ସମ୍ପର୍କରେ ଆମେ ସମସ୍ତେ ଉଣା ଅଧିକେ ଜାଣିଛୁ । ଏହି ସଭ୍ୟତା ସବୁଠାରୁ ପ୍ରାଚୀନ ଓ ଭବ୍ୟ । ସେହି କ୍ରମରେ ମିଶ୍ର, ଇଜିପ୍ଟରେ ରହିଛି ବିଶ୍ୱର ସବୁଠାରୁ ବଡ଼ ଓ ପୁରାତନ ମନ୍ଦିର । ଯାହାର ନାଁ 'କର୍ଣ୍ଣାକ' ମନ୍ଦିର ପରିସର । ଏହି ମନ୍ଦିରର ବିଶେଷତ୍ୱ ହେଉଛି ବର୍ଷକୁ କେବଳ ୨ ଥର ହିଁ ସୂର୍ଯ୍ୟକିରଣ ମନ୍ଦିରରେ ପହଞ୍ଚିଥାଏ ।
ରାଜଧାନୀରେ ବଢ଼ୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ସମସ୍ତ କର୍ମଚାରୀଙ୍କ ୱାର୍କ ଫ୍ରମ୍ ହୋମ୍ ବ୍ୟବସ୍ଥା କରିବାକୁ ସୁପାରିଶ ହୋଇଥିଲା । କିନ୍ତୁ ଏଥିରେ ରାଜି ନୁହଁନ୍ତି କେନ୍ଦ୍ର ସରକାର ।
ଦୀପିକା ସ୍ମାଇଲ୍ । ବୟସ ମାତ୍ର ମାତ୍ର ୧୩ ମାସ । ହେଲେ ଏ ବୟସରେ ମଧ୍ୟ ସେ ବଡ଼ କାମ କରିଛନ୍ତି । ହେତୁ ହୋଇ ନଥିଲେ ସୁଦ୍ଧା କ୍ୟାନସର୍ ରୋଗୀଙ୍କ ଦୁଃଖ ବୁଝିଛନ୍ତି, ଆଉ ସେଥିରେ ସାମିଲ ହୋଇଛନ୍ତି ।
ଟିକେ ଅସାବଧାନତା ହେଲେ ପାହାଡ଼ରୁ ଖସି ଆହତ ହେବାର ଭୟ ଥାଏ। ହେଲେ ଏସବୁକୁ ଖାତିର ନକରି ଆଫ୍ରିକାର ଉଚ୍ଚତମ ଶୃଙ୍ଗ ଚଢ଼ି କିଲିମଞ୍ଜାରୋରେ ତ୍ରିରଙ୍ଗା ଉଡ଼ାଇ ଚର୍ଚ୍ଚାରେ ହାଇଦ୍ରାବାଦର ୧୩ ବର୍ଷୀୟ ଝିଅ ପୁଲକିତା।
ଆଜିଠୁ ଆରମ୍ଭ ହେବ ନ୍ୟୁଜିଲାଣ୍ଡ-ଭାରତ ମଧ୍ୟରେ ତିନି ଟିକିଆ ଟି-୨୦ ସିରିଜ୍ । ଜୟପୁରରେ ଆଜି ପ୍ରଥମ ମ୍ୟାଚ୍ ଖେଳାଯିବ । ଟି୨୦ ବିଶ୍ୱକପରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଏହି ସିରିଜ ଏବେ ଭାରତ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।
ପ୍ରଥମେ ଯୁବକମାନଙ୍କୁ ନିଜ ସୌନ୍ଦର୍ଯ୍ୟ ଜାଲରେ ଫସାଉ ଥିଲେ। ପରେ ସେମାନଙ୍କ ଦ୍ୱାରା ଡ୍ରଗ୍ସ କାରବାର କରୁଥିଲେ। ଏଭଳି ଅଭିଯୋଗ ଆସିଛି ରାଞ୍ଚିର ଜଣେ ମଡେଲ୍ଙ୍କ ବିରୋଧରେ....
ଟେନିସ୍ ତାରକା ରାଫେଲ ନାଦାଲଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ନାଦାଲ ଜଣେ ବୃଦ୍ଧ ବ୍ୟକ୍ତିଙ୍କ ସହ ଟେନିସ୍ ଖେଳୁଥିବା ନଜର ଆସୁଛନ୍ତି । ଭିଡିଓରେ ନାଦାଲଙ୍କ ସହ ଟେନିସ୍ ଖେଳୁଥିବା ବୃଦ୍ଧଙ୍କୁ ୯୭ ବର୍ଷ ବୟସର ।
ଭୟଙ୍କର ସଡ଼କ ଦୁର୍ଘଟଣାରେ ଦିବଙ୍ଗତ ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ୫ ଜଣ ସମ୍ପର୍କୀୟଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏଥିରେ ୪ ଜଣ ଆହତ ହୋଇଛନ୍ତି।
୨୦୧୭ରୁ ସେମିଳିଗୁଡା ଶ୍ମଶାନର ଉନ୍ନତି ପାଇଁ ସର୍ବଦା ଉଦ୍ୟମ କରୁଛନ୍ତି ତେଜେଶ୍ୱର । ଶବ ସତ୍କାର କରିବା ପାଇଁ ମାଗଣାରେ ଯୋଗାଇ ଆସୁଛନ୍ତି କାଠ । ଯିଏ ଯେଉଁ ସମୟରେ ଶବ ଦାହ ପାଇଁ ଆସୁଛନ୍ତି, ସେ ସାହାଯ୍ୟ କରୁଛନ୍ତି । ଲୋକଙ୍କ ସହାୟତା ପାଇଁ ନିଜ ଖର୍ଚ୍ଚରେ ମଶାଣି ପାଖରେ ସେ ଗୋଟିଏ ଛୋଟ ଘରେ ଗଦା କରି ରଖିଲେ କ୍ୱିଣ୍ଟାଲ କ୍ୱିଣ୍ଟାଲ କାଠ।
ପ୍ରକୃତିର ସୃଷ୍ଟି ନିଆରା। ଆମେ ବିଭିନ୍ନ ସମୟରେ ଅଜବ ଅଜବ ଜୀବ ଦେଖୁଥିବା ବେଳେ ବର୍ତ୍ତମାନ ସେମିତି ଏକ ଜୀବ ଭାଇରାଲ୍ ହେଉଛି। ଭାଇରାଲ୍ ହେଉଥିବା ଭିଡିଓଟି ହେଉଛି ଏକ ୪ କାନିଆ ବିଲେଇର।
ବେକାର ଯୁବକ ଯୁବତୀଙ୍କ ପାଇଁ ଖୁସି ଖବର । ଦକ୍ଷିଣ ପୂର୍ବ ରେଲୱେ ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । ଦକ୍ଷିଣ ପୂର୍ବ ରେଲୱେରେ ଆପାରଣ୍ଟିସ ପଦ ପାଇଁ ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ଆବେଦନ କରିପାରିବେ ।
ବୟସ ଚାଲିଗଲେ ମନ ମରିଯାଏ। ଶିକ୍ଷା କଥା ତ ଛାଡ ଉଠିବସିବାକୁ ବି ବଳ ପାଏ ନାହିଁ। କିନ୍ତୁ ୧୦୪ ବର୍ଷର ଜଣେ ଆଇମା’ ଏକ ପରୀକ୍ଷା ଦେଇ ୧୦୦ରୁ ୮୯ ମାର୍କ ରଖି ଉଦାହରଣ ପାଲଟିଛନ୍ତି।
ଘୋଷଣା ହେଲା ୨୦୨୪ରୁ ୨୦୩୧ ଯାଏଁ ହେବାକୁ ଥିବା ୮ଟି ପୁରୁଷ ଟୁର୍ଣ୍ଣାମେଣ୍ଟ ପାଇଁ ତାଲିକା ଓ ଆୟୋଜକଙ୍କ ନାଁ । ୨୦୨୪ରୁ ୨୦୩୧ ପଯର୍ୟନ୍ତ ICC କ୍ୟାଲେଣ୍ଡର ଘୋଷିତ ।
ରିପୋର୍ଟରେ କୁହାଯାଇଛି ଯେ ଧନୀ ତାଲିକାର ପ୍ରଥମ ସ୍ଥାନରେ ଥିବା ଚାଇନା ଓ ଦ୍ୱିତୀୟ ସ୍ଥାନରେ ଥିବା ଆମେରିକାରର ମୋଟ ସମ୍ପତ୍ତିର ଗୋଟିଏ ବଡ଼ ଅଂଶ କେବଳ କିଛି ଧନୀ ଲୋକଙ୍କ ମଧ୍ୟରେ ସୀମିତ ରହିଛି ।
ଭାରତୀୟ ପାରା ବ୍ୟାଡମିଣ୍ଟନ୍ ଟିମ୍, ପାରା ବ୍ୟାଡମିଣ୍ଟନ ଇଣ୍ଟରନ୍ୟାଶନାଲ୍-୨୦୨୧ରେ ଭାଗ ନେବା ପାଇଁ ଦୁଇଦିନ ତଳେ ଉଗାଣ୍ଡାରେ ପହଞ୍ଚିଥିଲା । ଏହି ଟିମରେ ଟୋକିଓ ପାରାଲିମ୍ପିକ୍ସରେ ପଦକ ଜିତିଥିବା ଖେଳାଳି ପ୍ରମୋଦ ଭଗତ, ମନୋଜ ସରକାର ଓ ବାକି ଖେଳାଳି ସାମିଲ ଅଛନ୍ତି ।
ଟି-୨୦ ବିଶ୍ୱକପରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଏବେ ଚ୍ୟାଲେଞ୍ଜ ନ୍ୟୁଜିଲାଣ୍ତ । ନୂଆ କୋଚ୍ ରାହୁଲ ଦ୍ରାବିଡ଼ ଓ ନୂଆ କ୍ୟାପଟେନ୍ ରୋହିତ ଶର୍ମାଙ୍କ ସହ ଟିମ୍ ପ୍ରଥମ ଥର ପାଇଁ ପଡିଆକୁ ଓହ୍ଲାଇବ । ଟି୨୦ କ୍ୟାପଟେନସିପ୍ରୁ କୋହଲି ଓହରିବା ପରେ ରୋହିତଙ୍କୁ ଦାୟିତ୍ୱ ମିଳିଛି ।
ଶକ୍ତିଶାଳୀ ଯୁଦ୍ଧ ବିମାନ ଧରି ବୀର ଭାରତୀୟ ଯବନା ଦେଖାଇଛନ୍ତି ବିରତ୍ୱ । ଗୋଟେ ପରେ ଗୋଟେ ଶକ୍ତିଶାଳୀ ଯୁଦ୍ଧ ବିମାନ ଏଠାରେ ନିଜର ବୀରତ୍ୱ ପ୍ରଦର୍ଶନ କରିଛନ୍ତି ।