• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭିଣ୍ଡ୍ : ପ୍ରେମରେ ବାୟା ଯୁବକ । ପ୍ରେମିକାକୁ ଭଳି କି ଭଳି ଉପହାର ଦେବାକୁ ଷଡ଼ଯନ୍ତ୍ର ରଚିଲା ରସିକିଆ ପ୍ରେମିକ । ପରିବାର ଲୋକଙ୍କ ସାମ୍ନାରେ ଅପହରଣର ହୋଇଥିବା ନାଟକ କଲା । ହେଲେ ଆଇନ୍‌ର ହାତ ଲମ୍ବା ପରି ଅଭିଯୁକ୍ତକୁ ଧରିନେଲେ ମାଁମୁ । ମଧ୍ୟପ୍ରଦେଶର ଭିଣ୍ଡ ଜିଲ୍ଲାରେ ଏପରି ଏକ ସମ୍ବେଦନଶୀଳ ଘଟଣା ଘଟିଛି । ଜଣେ ଯୁବକ ନିଜ ପ୍ରେମିକାର ଖର୍ଚ୍ଚ ତୁଲାଇବା ପାଇଁ ନିଜର ଅପହରଣ ଷଡଯନ୍ତ୍ର କରି ପରିବାର ସଦସ୍ୟଙ୍କଠାରୁ ୨.୫ ଲକ୍ଷ ଟଙ୍କା ମାଗିଥିଲେ । ପୋଲିସ ତଦନ୍ତ ପରେ ପୂରା ସତ ସାମ୍ନାକୁ ଆସିଛି । ଏହି ଘଟଣା ପାଇଁ ଅଭିଯୁକ୍ତ ଯୁବକ ଏକ ମୋବାଇଲ୍ ଆପର ମଧ୍ୟ ବ୍ୟବହାର କରିଥିଲେ । ବର୍ତ୍ତମାନ ପୋଲିସ ଯୁବକଙ୍କୁ ଗିରଫ କରିଛି ।

ଭିଣ୍ଡର ଗୋହଦ ପୋଲିସ ଷ୍ଟେସନରେ ନଭେମ୍ବର ୬ରେ ସୁରେନ୍ଦ୍ର ସିଂ କୁଶୱା ନାମକ ଜଣେ ବ୍ୟକ୍ତି ତାଙ୍କ ଅଠର ବର୍ଷର ପୁଅ ସନ୍ଦୀପ ନିଖୋଜ ହୋଇଥିବା ନେଇ ଅଭିଯୋଗ କରିଥିଲେ । ସନ୍ଦୀପ କୌଣସି କାମ ଥିବା କହି ଘରୁ ବାହାରକୁ ଯାଇଥିଲା, ହେଲେ ଆଉ ଘରକୁ ଫେରି ନଥିବା ସୂଚନା ଦେଇଥିଲେ । ନଭେମ୍ବର ୮ ରେ ସନ୍ଦୀପଙ୍କ ବାପାଙ୍କ ନିକଟକୁ ଏକ ଫୋନ୍ କଲ୍ ଆସିଥିଲା । ପୁଅକୁ ଅପହରଣ କରାଯାଇଥିବା କଥା ଫୋନ୍‌ରେ କୁହାଯାଇଥିଲା । ଏହା ସହ ପୁଅର ମଙ୍ଗଳ ଚିନ୍ତା କଲେ ତୁରନ୍ତ ୨.୫ ଲକ୍ଷ ଦେବାକୁ କୁହାଯାଇଥିଲା । ପୁଅର ଅପହରଣ କଥା ଶୁଣି ଭୟଭୀତ ହୋଇପଡ଼ିଥିଲେ ପରିବାର ଲୋକ । ପୋଲିସ ଷ୍ଟେସନରେ ପହଞ୍ଚି ଫୋନରେ ହୋଇଥିବା ବାର୍ତ୍ତାଳାପ ପୋଲିସକୁ ସୂଚନା ଦେଇଥିଲେ ସୁରେନ୍ଦ୍ର ।

ଅଭିଯୋଗ ତୁରନ୍ତ ପରେ ସନ୍ଦୀପକୁ ଖୋଜିବା ଆରମ୍ଭ କରିଥିଲା ପୋଲିସ୍ । ସାକ୍ଷ୍ୟ ପ୍ରମାଣ ଆଧାରରେ ସନ୍ଦୀପ ଗ୍ୱାଲିଅରରେ ଥିବା ସୂଚନା ମିଳିଥିଲା ​​। ମୋବାଇଲ୍ ଲୋକେସନ ମାଧ୍ୟମରେ ଟ୍ରାକ କରି ତାଙ୍କ ନିକଟରେ ପହଞ୍ଚିଥିଲା ପୋଲିସ୍ । ଉଦ୍ଧାର ପରେ ବିଭିନ୍ନ ପ୍ରକାର କଥା କହିଥିଲା ସନ୍ଦୀପ, ଯଦ୍ୱାରା ପୋଲିସ୍ ଘେରକୁ ଆସିଥିଲା ।

ତଦନ୍ତକାରୀ ଅଧିକାରୀମାନେ ତାଙ୍କୁ ପଚରାଉଚରା କରିଥିଲେ । ସେ ନିଜେ ନିଜକୁ ଅପହରଣ କରିବାର ଯୋଜନା ପ୍ରସ୍ତୁତ କରିଥିବା ଜଣାପଡ଼ିଥିଲା । ତାଙ୍କୁ ଅପହରଣ କରାଯାଇ ନଥିଲା, ସେ ନିଜ ଇଚ୍ଛାରେ ଘରୁ ବାହାରି ଯାଇଥିଲେ । ତାଙ୍କୁ ଟଙ୍କା ଦରକାର ଥିଲା । ହେଲେ ଘରୁ ଟଙ୍କା ନମିଳିବାରୁ, ସେ ଏପରି ପଦକ୍ଷେପ ନେଇଥିଲେ । ଏହି ଘଟଣାର ଖୁଲାସା ପରେ ପୋଲିସ ଅଭିଯୁକ୍ତ ଯୁବକଙ୍କ ବିରୋଧରେ ମାମଲା ରୁଜୁ କରି ଗିରଫ କରିଛି ।