/odishatv-khabar/media/post_attachments/uploadimage/library/16_9/16_9_0/MP_Lads_1636554858.jpg)
MP Lads
ଫେରିଲା ଏମ୍ପି ଲ୍ୟାଡ୍ । ୨ ବର୍ଷ ପରେ ପୁଣି ସାଂସଦ ହାତପାଣ୍ଠି ଫେରିବା ନେଇ କେନ୍ଦ୍ର କ୍ୟାବିନେଟ ନିଷ୍ପତ୍ତି ନେଇଛି । ଏମ୍ପି ଲ୍ୟାଡ୍ ଫଣ୍ଡ କ୍ରୀୟାଶୀଳ ନେଇ ମିଳିଛି କ୍ୟାବିନେଟ ମଂଜୁରୀ । ୨୦୨୧-୨୨ ବର୍ଷ ପାଇଁ ଏମ୍ପି ଲ୍ୟାଡ୍ ଭାବେ ପ୍ରତ୍ୟେକ ସାଂସଦଙ୍କୁ ୨ କୋଟି ଲେଖାଏଁ ମିଳିବ । ଏନେଇ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
Advertisment
୨୦୨୫-୨୬ ଯାଏଁ ଏହି ସ୍କିମ୍ ଜାରି ରହିବ । ୨୦୨୨-୨୩ ରୁ ୨୦୨୫-୨୬ ଯାଏଁ ପ୍ରତି ସାଂସଦଙ୍କୁ ବର୍ଷକୁ ୫ କୋଟି ଟଙ୍କା ମିଳିବ । ୨ଟି ପର୍ଯ୍ୟାୟରେ ଏହାକୁ ଯୋଗାଇ ଦିଆଯିବ । ଗତବର୍ଷ ଏପ୍ରିଲରେ କେନ୍ଦ୍ର ସରକାର ୨୦୨୦-୨୧ ଓ ୨୦୨୧-୨୨ ପାଇଁ ଏମ୍ପି ଲ୍ୟାଡ୍ ବାତିଲ କରିଥିଲେ । ଏହି ଅର୍ଥ କୋଭିଡ୍ ମୁକାବିଲା ଓ ସ୍ୱାସ୍ଥ୍ୟସେବା ପରିଚାଳନାରେ ବିନିଯୋଗ ହେବ ବୋଲି କୁହାଯାଇଥିଲା ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)