ଅନୁପମ ଖେର ତାଙ୍କର ଆଗାମୀ ଫିଲ୍ମ 'ବିଜୟ ୬୯' ପାଇଁ ଏବେ ଖବରରେ ଅଛନ୍ତି। ଆଜି ନିର୍ମାତା ଫିଲ୍ମର ଟ୍ରେଲର ରିଲିଜ୍ କରିଛନ୍ତି, ଯେଉଁଥିରେ ହୃଦୟସ୍ପର୍ଶୀ କାହାଣୀର ଝଲକ ଦେଖିବାକୁ ମିଳିଛି।
ଫିଲ୍ମ ‘ଏମର୍ଜେନ୍ସୀ’ ଟ୍ରେଲର ରିଲିଜ ହୋଇଛି। କଙ୍ଗନା ରାଣାୱତଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ସେପ୍ଟେମ୍ବର ମାସରେ ସାରା ବିଶ୍ୱ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। କଙ୍ଗନାଙ୍କ ଏହି ଫିଲ୍ମଟି ଜରୁରୀକାଳୀନ ସମୟର ଘଟଣା ଉପରେ ଆଧାରିତ।
ପୁଣି ଭାଇରାଲ ହେଲେ ଅନୁପମ ଖେର। ଏଥର ନିଜ ଫିଲ୍ମ ପାଇଁ ନୁହଁ ବରଂ ନିଜ ବଡ଼ପଣ ପାଇଁ। ବଡ଼ ଛୋଟର ଭେଦଭାବ ନକରି ନିଜ ପାଖରେ କାମ କରୁଥିବା କର୍ମଚାରୀଙ୍କ ଝିଅ ବାହାଘରେ ପହଞ୍ଚିଲେ। ବରବଧୂଙ୍କୁ ଆଶୀର୍ବାଦ ଦେଲେ, ସୋସିଆଲ ମିଡିଆରେ ଫଟୋ ସେୟାର କଲେ।
ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହରେ ରଜନୀକାନ୍ତ, ଅନୁପମ ଖେର, ଶାହରୁଖ ଖାନ, ବିକ୍ରାନ୍ତ ମୈସେଙ୍କ ସମେତ ଅନେକ ସେଲିବ୍ରେଟି ଯୋଗ ଦେଇଥିଲେ। ଏହି ଶପଥ ସମାରୋହରୁ ବର୍ତ୍ତମାନ ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ଅନୁପମ ଖେରଙ୍କ ଦ୍ୱାରା ଶେୟାର ହୋଇଛି। ଏଥିରେ ରଜନୀକାନ୍ତଙ୍କୁ ଅନୁପମଙ୍କ ସହ ଦେଖିବାକୁ ମିଳନ୍ତି।
ଚଳଚ୍ଚିତ୍ର ନିର୍ମାତା-କୋରିଓଗ୍ରାଫର ଫରାହ ଖାନ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଛୋଟା ଭୀମ ଆଣ୍ଡ୍ ଦ କର୍ସ ଅଫ୍ ଦମୟାନ'ର ନିର୍ମାତାଙ୍କ ସହ ମୁମ୍ବାଇର ଏକ ବଡ ଇଭେଣ୍ଟରେ ଫିଲ୍ମର ଟ୍ରେଲର ଲଞ୍ଚ କରିଛନ୍ତି। ଏହି ଦିନ ହେବ ଫିଲ୍ମ ରିଲିଜ୍।
ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତ ତାଙ୍କ ଆଗାମୀ ଚଳଚ୍ଚିତ୍ର 'ଏମର୍ଜେନ୍ସୀ' ପାଇଁ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ବର୍ତ୍ତମାନ ସେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପରେ ତାଙ୍କ ଚଳଚ୍ଚିତ୍ରର ରିଲିଜ୍ ତାରିଖ ଘୋଷଣା କରିଛନ୍ତି। ସେ ତାଙ୍କ ଇନ୍ଷ୍ଟାଗ୍ରାମ୍ ହ୍ୟାଣ୍ଡେଲରେ ଫିଲ୍ମର ନୂଆ ପୋଷ୍ଟରର ଝଲକ ଦେଖାଇଛନ୍ତି ଯେଉଁଥିରେ ସେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପରି ଦେଖାଯାଉଛନ୍ତି।
ଅନୁପମ ଖେର ରବିବାର ଦିନ ରାମଲାଲାଙ୍କ ସହରରେ ପହଞ୍ଚି ଆଜି ହନୁମାନ ଗଡୀ ମନ୍ଦିରରେ ପହଞ୍ଚି ସେଠାରେ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି। ତେବେ ଏହି ଭବ୍ୟ ସମାରୋହରେ ଯୋଗ ଦେଇ ନଥିବା ବିରୋଧୀମାନଙ୍କୁ ସେ ଟାର୍ଗେଟ୍ କରି ପରିହାସ କରିଛନ୍ତି।
ବିଜୟାଦଶମୀର ଶୁଭ ଅବସରରେ ବଲିଉଡ ଅଭିନେତା ଅନୁପମ ଖେର୍ ମଧ୍ୟ ପ୍ରଶଂସକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କିନ୍ତୁ ଏହା ତାଙ୍କ ପାଇଁ ଅସୁବିଧାର କାରଣ ହୋଇଛି ଏବଂ ତାଙ୍କୁ ଟ୍ରୋଲ୍ କରାଯାଉଛି। ଲୋକେ ତାଙ୍କୁ କହୁଛନ୍ତି ନକଲି ହିନ୍ଦୁ। ହେଲେ କାହିଁକି…
ଅନୁପମ ଖେର ଧର୍ମେନ୍ଦ୍ରଙ୍କ ଏକ ଭାବପୂର୍ଣ୍ଣ ଭିଡିଓ କରିଛନ୍ତି। ଏହି ଭିଡିଓରେ ଧର୍ମେନ୍ଦ୍ର ତାଙ୍କ ଦ୍ୱାରା ଲିଖିତ ଏକ କବିତା ପାଠ କରୁଥିବା ଦେଖିବାକୁ ମିଳେ। ଏହି କବିତା ଶୁଣିଲେ ଆପଣଙ୍କ ପିଲାଦିନ, ଆପଣଙ୍କ ଘର ଏବଂ ଆପଣଙ୍କ ମାଆ ବହୁତ ମନେପଡିବେ।
ବର୍ତ୍ତମାନ ଅନୁପମ ଖେର ତାଙ୍କର ଆଗାମୀ ଚଳଚ୍ଚିତ୍ର 'ବିଜୟ ୬୯' ପାଇଁ ବ୍ୟସ୍ତ ଅଛନ୍ତି ଆଉ ଏହି ସମୟରେ ସେ ଆହତ ହେବା ଖବର ଆସିଛି। ଏହି ଚଳଚ୍ଚିତ୍ରରେ ଅନୁପମ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି।
ପ୍ରକାଶ ରାଜ 'ଦ କାଶ୍ମୀର ଫାଇଲ୍ସ'କୁ ନିନ୍ଦା କରିଛନ୍ତି। ଚଳଚ୍ଚିତ୍ର ଉପରେ ଏକ ସମାଲୋଚନାମୂଳକ ମତ ଦେଇଛନ୍ତି, ଯାହାକୁ ଅନୁପମ ଖେର ଆଦୌ ପସନ୍ଦ କରି ନାହାନ୍ତି। ଅନୁପମ ଖେର ବର୍ତ୍ତମାନ ଏହାର ଜବାବରେ କହିଛନ୍ତି….
'ଦ କାଶ୍ମୀର ଫାଇଲ୍ସ୍' ଏବେ ପୁଣି ଚର୍ଚ୍ଚାରେ। ଇସ୍ରାଏଲର ଫିଲ୍ମ ନିର୍ମାତା ଏହାକୁ 'ଋଚିହୀନ' କହି ବିବାଦକୁ ଆସିଛନ୍ତି। ଏହି ଫିଲ୍ମ ମାଧ୍ୟମରେ ସତ ସାମ୍ନାକୁ ଆସିଥିବାରୁ କିଛି ଲୋକ ଏହାକୁ ହଜମ କରିପାରୁ ନାହାନ୍ତି ବୋଲି ଜବାବ ଦେଇଛନ୍ତି ଅନୁପମ ଖେର୍।
ଏବେ ସାଉଥ୍ ଓ ବଲିଉଡ୍କୁ ନେଇ ଚାଲିଛି ଟଣା ଓଟରା। ଏହାରି ଭିତରେ ଅନୁପମ ଖେର୍ଙ୍କ ମତ ଚର୍ଚ୍ଚାରେ ରହିଛି। ଆସନ୍ତୁ ଜାଣିବା ସେ କ’ଣ କହିଛନ୍ତି।
ଫିଲ୍ମ ସହ ଜଡ଼ିତ ଏକ ମିଡିଆ ରିପୋର୍ଟକୁ ଆଧାର କରି ଶଶି ଥରୁର କହିଥିଲେ ଯେ, ଫିଲ୍ମକୁ ସିଙ୍ଗାପୁରରେ ବ୍ୟାନ୍ କରାଯାଇଛି।
ଅନୁପମ ଖେର୍ଙ୍କ ଘରେ ପଣ୍ଡିତ। ଅନୁପମଙ୍କ ଉପରେ ପକଉଛନ୍ତି ଫୁଲ। ପଢୁଛନ୍ତି ଲଗାତର ମନ୍ତ୍ର। କରୁଛନ୍ତି ପୂଜା-ପାଠ।
'ଦ କାଶ୍ମୀର ଫାଇଲ୍ସ'କୁ ନେଇ ବିବାଦର ଅଛନ୍ତି କପିଲ୍ ଶର୍ମା। ‘ଦ କପିଲ ଶର୍ମା ଶୋ’ରେ ଫିଲ୍ମର ପ୍ରମୋଶନ କରିବାର ସୁଯୋଗ ଦିଆଯାଇ ନଥିବା କହିଛନ୍ତି ନିର୍ଦ୍ଦେଶକ। କିନ୍ତୁ ଏହାକୁ ନେଇ ଭିନ୍ନ ମତ ରଖିଛନ୍ତି ଅନୁପମ ଖେର୍। ସେ କ’ଣ କହିଛନ୍ତି ଆସନ୍ତୁ ଜାଣିବା।
କାଶ୍ମୀର ପଣ୍ଡିତଙ୍କୁ ରାତାରାତି ନିଜ ଜନ୍ମ ମାଟି ଛାଡ଼ିବାକୁ ପଡ଼ିଥିଲା। ଆଖି ସାମ୍ନାରେ ପରିବାର ଲୋକଙ୍କୁ ହତ୍ୟା କରିଥିଲେ ଆତଙ୍କବାଦୀ। ୯୦ ଦଶକରେ କାଶ୍ମୀରରେ ଘଟିଥିବା ଏହି ବର୍ବରତାପୂର୍ଣ୍ଣ ଘଟଣାକୁ ନେଇ ନିର୍ମାଣ ହୋଇଛି ବଲିଉଡ୍ ଫିଲ୍ମ ‘The Kashmir Files’।
ଅନୁପମ ଖେର୍ ଇନଷ୍ଟାଗ୍ରାମରେ ନିଜର ଏକ ଫଟୋ ଶେୟାର କରିଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ତାଙ୍କର ଏହି ଫଟୋରେ ସେ ଟୋନ୍ଡ ବଡି ଦେଖେଇଛନ୍ତି। ଜନ୍ମଦିନ ଅବସରରେ ସେ ତାଙ୍କ ଫିଟ୍ନେସ୍ ସ୍ୱପ୍ନକୁ ନେଇ ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି।
କୁହାଯାଏ ମା’ ଗାଳି ଦାଣ୍ଡ ଧୂଳି। ଏଇଥିରେ ଥାଏ ସବୁ କିଛି। ମା’ର ମମତା, ସ୍ନେହ, ତାଗିଦ୍ ଆଉ ଦରଦ ଭରା ଭଲପାଇବା। ଅନୁପମ ଖେର୍ ହେଉଛନ୍ତି ସେଭଳି ଭାଗ୍ୟବାନ ବ୍ୟକ୍ତି ଯିଏ ଏବେ ବି ମା’ ଗାଳିକୁ ଗଣ୍ଠିକରି ରଖିଛନ୍ତି।
ପୁଅ ଯେତେ ଉଚ୍ଚକୁ ଗଲେ ବି ମା’ ପାଇଁ ସେ ତା’ର ସେଇ ଅଜ୍ଞାନ ବାଳକ। ପୁଅ ଯେତେ ବଡ ହେଲେ ବି ମା ପାଇଁ ସେ ସବୁବେଳେ ସେଇ ଗେଲ୍ହା ବସର। ବଲିଉଡ୍ର ବରିଷ୍ଠ ଅଭିନେତା ଅନୁପମ ଖେର୍ ମଧ୍ୟ ଏଥିରୁ ମୁକ୍ତ ନୁହନ୍ତି। ତାଙ୍କ ମା’ ପାଇଁ ସେ ଆଜିବି କୁନି ପିଲାଟିଏ।
ବଲିଉଡର ଜଣାଶୁଣା ଅଭିନେତା ଅନୁପମ ଖେର ଆଜିକାଲି ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଖୁବ ଚର୍ଚ୍ଚାରେ ରହୁଥିବା ଦେଖାଯାଏ। ଏହି ଅଭିନେତା ତାଙ୍କ ବ୍ୟକ୍ତିଗତ ଜୀବନର ଏକ କଥା ପ୍ରକାଶ କରିଛନ୍ତି ଯେ ମୁମ୍ବାଇର ଯେଉଁ ଘରେ ସେ ରହୁଛନ୍ତି ତାହା ତାଙ୍କ ନିଜର ନୁହେଁ ବରଂ ସେ ଏଠାରେ ଭଡାଟିଆ ଭାବେ ରହୁଛନ୍ତି। ଅନୁପମ ଖେର କହିଛନ୍ତି ଯେ ସେ କେବଳ ଶିମଲାରେ ଏକ ସମ୍ପତ୍ତି କିଣିଛନ୍ତି ଯାହା ତାଙ୍କ ମା ଦୁଲାରୀ ଖେର୍ଙ୍କ ନାମରେ ଅଛି।