• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆଦିଲ୍ଲୀ : ଯମୁନା ନଦୀରେ ପ୍ରଦୂଷଣ ମାତ୍ରା ବଢ଼ିବା ପରେ ଏବେ ଦିଲ୍ଲୀ ସରକାର ଆକ୍ସନ୍ ମୁଡକୁ ଆସିଛନ୍ତି । ଯମୁନା ନଦୀ କୂଳରେ ଆଜି ଦିଲ୍ଲୀ ଜଳ ବୋର୍ଡର କର୍ମଚାରୀ ପହଞ୍ଚି ପାଣି ଛିଞ୍ଚିଛନ୍ତି । କୂଳକୁ ଯେପରି ଫେଣ ନଆସିବ ସେ ନେଇ ଚେଷ୍ଟା କରୁଛନ୍ତି । ବର୍ତ୍ତମାନ ନଦୀ କୂଳରେ ବହୁ ଲୋକ ଆସି ଛଟ ପୂଜା କରୁଛନ୍ତି । ଫେଣ ଯୋଗୁଁ ସମସ୍ୟା ଉପୁଜୁଥିବାରୁ ଏପରି କରାଯାଉଛି । ଆଜି ଦିନସାରା ଏପରି ସ୍ପ୍ରେ କରାଯିବ ।

ସେପଟେ ଏହାକୁ ନେଇ ଲୋକେ ଦିଲ୍ଲୀ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ଲୋକେ । ପ୍ରତିବର୍ଷ ଏଭଳି ସମସ୍ୟା ଉପୁଜୁଛି । ସରକାର ସ୍ଥାୟୀ ସମାଧାନ ନକରି ଏଭଳି କରିବାକୁ ନାପସନ୍ଦ କରିଛନ୍ତି । ଏବେ ଦିଲ୍ଲୀ ଯମୁନା ନଦୀ କୂଳରେ ଛଟ ପୂଜା କରୁଛନ୍ତି ବହୁ ସଂଖ୍ୟାରେ ମହିଳା । ତେବେ ନଦୀ ଏତେ ମାତ୍ରାରେ ପ୍ରଦୂଷିତ ହୋଇଛି କି ଯେ, ଏହା ମଧ୍ୟକୁ ଯିବାକୁ ସୁରକ୍ଷିତ ମଣୁନାହାନ୍ତି ଲୋକେ ।

ସୂଚନାଯୋଗ୍ୟ ଦୀପାବଳି ପରେ ରାଜଧାନୀର ସ୍ଥିତି ସଙ୍ଗୀନ୍ ହୋଇପଡ଼ିଛି । ଦିଲ୍ଲୀରେ ଉତ୍କଟ ହୋଇଛି ଜଳ ଓ ବାୟୁ ପ୍ରଦୂଷଣ । ଦୁଇ ଦିନ ପୂବଆରୁ ଛଟ୍ ପୂଜା ଆରମ୍ଭ ହେଉଥିବା ବେଳେ ଚିନ୍ତାରେ ପଡ଼ିଛନ୍ତି । ଯମୁନା ନଦୀରେ ବିଷାକ୍ତ ଫେଣ ଭାସୁଥିବା ଦେଖିବାକୁ ମିଳୁଛି । ଆଉ ଭକ୍ତମାନେ ସେହି ବିଷାକ୍ତ ଫେଣରେ ଗାଧୋଇବାକୁ ବାଧ୍ୟ ହେଉଛନ୍ତି ।

ଛଟ୍ ପୂଜାର ନଦୀରେ ବୁଡ଼ ପକାଇବାର ପରମ୍ପରା ରହିଛି । ହେଲେ ବୁଡ଼ ପକାଇବାକୁ ଆସିଥିବା ଶ୍ରଦ୍ଧାଳୁ ଫେଣ ମିଶ୍ରିତ ପାଣିରେ ଗାଧୋଇବା ପାଇଁ ଅସହଜ ମନେ କରୁଛନ୍ତି । ବିଷାକ୍ତ ଜଳରେ ଗାଧୋଇବା ଠିକ୍ ନୁହେଁ, ବିଭିନ୍ନ ପ୍ରକାର ଇନଫେକ୍ସିନ୍ ହୋଇପାରେ କହି କ୍ଷୋଭ ପ୍ରକାଶ କରିଛନ୍ତି । ତେବେ ଦିଲୀ ସରକାର ଏଥିପାଇଁ ୟୁପି ଓ ହରିଆଣା ସରକାରଙ୍କ ଉପରକୁ ଦୋଷ ଠେଲିଛନ୍ତି । ଯମୁନା ନଦୀକୁ ଉଭୟ ରାଜ୍ୟ ମଇଳା ପାଣି ଛାଡୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ।