Advertisment

ଗାଁ’ଟାଯାକ ଶାକାହାରୀ; ଲୁଣ, ଚିନି ବି ବାରଣ

ଏ ଦୁନିଆରେ ମାଂସାହାରୀ ଓ ଶାକାହାରୀ ଲୋକେ ବାସ କରନ୍ତି। ଗୋଟିଏ ଗୋଟିଏ ଅଞ୍ଚଳରେ ଅଧିକାଂଶ ମାଂସାହାରୀ ଦେଖାଯାଉଥିବା ବେଳେ ଖୁବ୍ କମ ଶାକାହାରୀ ମିଳନ୍ତି। କିନ୍ତୁ ଏମିତି ଏକ ଗାଁ ଅଛି ଯେଉଁଠି ସମସ୍ତେ ଶୁଦ୍ଧ ଶାକାହାରୀ। ଆସନ୍ତୁ ଜାଣିବା ସେହି ଗାଁ ବିଷୟରେ।

author-image
Pramod Behera
ଅଦ୍ୟତନ ହୋଇଛି
Vegan village, people don’t consume meat milk salt sugar

Vegan village, people don’t consume meat milk salt sugar

ଦୁନିଆରେ ଅନେକ ଶାକାହାରୀ ଲୋକ ଅଛନ୍ତି ଯେଉଁମାନେ ମାଂସ ଖାଆନ୍ତି ନାହିଁ। ଏପରିକି ଅନ୍ୟଜୀନମାନଙ୍କ ଠାରୁ ପ୍ରାପ୍ତ ଦ୍ରବ୍ୟ ମଧ୍ୟ ବ୍ୟବହାର କରନ୍ତି ନାହିଁ। ଏହିପରି ଲୋକ ଓ ସେମାନଙ୍କର ଖାଦ୍ୟକୁ ଭେଗାନ୍ ଡାଏଟ୍ ଶୁଦ୍ଧ ଶାକାହାରୀ କୁହାଯାଏ। ଆଜିର ସମୟରେ, ଭେଗାନ୍ ଏକ ଅଭିଯାନରେ ପରିଣତ ହୋଇଛି ଯାହା ମାଧ୍ୟମରେ ଲୋକମାନେ ଅନ୍ୟମାନଙ୍କୁ ପଶୁଜାତ ଦ୍ରବ୍ୟ ଛାଡିବାକୁ ସଚେତନ କରାଉଛନ୍ତି। କିନ୍ତୁ ଏଭଳି ଲୋକ ଗୋଟିଏ ଗ୍ରାମରେ ପ୍ରାୟ ଜଣେ ଦୁଇ ଜଣେ ଦେଖାଯାଆନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ଗାଁ ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ ବାସ କରୁଥିବା ପ୍ରତ୍ୟେକ ବ୍ୟକ୍ତି ଏକ ଶୁଦ୍ଧ ଶାକାହାରୀ।

Advertisment

ଇସ୍ରାଏଲର ନେଭ୍ ଶାଲୋମ୍‌ରେ ଡିମୋନା ନାମକ ଏକ ଛୋଟ ଗାଁ ଅଛି। ଏହି ଗାଁରେ ୩ ହଜାର ଆଫ୍ରିକୀୟ ହିବ୍ରୁ ବାସ କରନ୍ତି। ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ଗାଁର ଲୋକମାନେ ଗତ ୫୦ ବର୍ଷ ଧରି ଶୁଦ୍ଧ ଶାକାହାରୀ ଅଟନ୍ତି। ଏହି ଗାଁର ଏହା ହେଉଛି ଏକ ଆଦର୍ଶ। ଚିକେନ୍, ମଟନ୍, ମାଛ ଇତ୍ୟାଦି ମାଂସ ଏଠାରେ ଖିଆଯାଏ ନାହିଁ। କ୍ଷୀର ମଧ୍ୟ ଏଠାରେ ପିଆଯାଏ ନାହିଁ।

Advertisment

ଲୁଣ ଓ ଚିନି ଠାରୁ ବି ଦୂରେଇ ରୁହନ୍ତି

ମାଂସ ଏବଂ କ୍ଷୀର ବ୍ୟତୀତ, ଡିମୋନା ଗାଁର ଲୋକମାନେ ସପ୍ତାହରେ ୩ ଦିନ ଲୁଣ ଖାଆନ୍ତି ନାହିଁ ଏବଂ ବର୍ଷରେ ୪ ସପ୍ତାହ ଚିନି ଖାଆନ୍ତି ନାହିଁ। ସେମାନଙ୍କର ଖାଦ୍ୟ ଏତେ ସରଳ ଯେ ସେମାନେ ଏଥିରେ ଅଧିକ ମସଲା କିମ୍ବା ଅନ୍ୟ କିଛି ମିଶାନ୍ତି ନାହିଁ। ଲୋକମାନେ କୁହନ୍ତି ଯେ ଖାଦ୍ୟ ଟେଷ୍ଟ କରିବାକୁ ମଧ୍ୟ କେହିବି ଏହି ଗାଁକୁ ଯାଆନ୍ତି ନାହିଁ, କାରଣ ଏଠାରେ ଥିବା ଖାଦ୍ୟ ଅନ୍ୟ ଲୋକଙ୍କ ପାଇଁ ସ୍ୱାଦହୀନ ହୋଇପାରେ। ହିବ୍ରୁ ଇସ୍ରାଏଲୀୟମାନେ ବିଶ୍ୱାସ କରନ୍ତି ଯେ ଆଦମ ଓ ଈବ୍ ମଧ୍ୟ ଶାକାହାରୀ ଥିଲେ, ତେଣୁ ଏହି ଲୋକମାନେ ମଧ୍ୟ ମାଂସ ଖାଆନ୍ତି ନାହିଁ। ଏଠାକାର ଲୋକମାନେ ଶରୀରକୁ ମନ୍ଦିର ପରି ପବିତ୍ର ବୋଲି ଭାବନ୍ତି ଏବଂ ଏହାକୁ ମାଂସ କିମ୍ବା ମସଲା ସହିତ ଅପବିତ୍ର କରିବାକୁ ଚାହାଁନ୍ତି ନାହିଁ।

ଶରୀରକୁ ଦିଅନ୍ତି ବିଶେଷ ଧ୍ୟାନ

ଡିମୋନା ଗାଁର ଲୋକଙ୍କ ସହ ଜଡିତ ଆଉ ଏକ ବିଶେଷ କଥା ହେଉଛି ଯେ ଏଠାରେ ଥିବା ଲୋକମାନେ ସେମାନଙ୍କର ଶରୀରର ଖୁବ୍ ଯତ୍ନ ନିଅନ୍ତ୍। ନାସ୍ ଡେଲିର ଏକ ଭିଡିଓ ଅନୁଯାୟୀ, ମାଂସ ବ୍ୟତୀତ ଏଠାକାର ଲୋକମାନେ ମଦ୍ୟପାନ ଓ ସିଗାରେଟ୍ ମଧ୍ୟ ଟାଣନ୍ତି ନାହିଁ। କେବଳ ଏତିକି ନୁହେଁ, ଲୋକମାନେ ସପ୍ତାହରେ ତିନିଥର ବ୍ୟାୟାମ ମଧ୍ୟ କରନ୍ତି। ଏହା ସହିତ, ସେମାନେ ପ୍ରତି ମାସରେ ଶରୀରର ମସାଜ୍ ମଧ୍ୟ କରନ୍ତି। ଶରୀରର ଏତେ ଯତ୍ନ ନେବା ହେତୁ, ଏଠାରେ ଥିବା ଲୋକମାନଙ୍କୁ ଦେଖି ସେମାନଙ୍କର ପ୍ରକୃତ ବୟସ ଅନୁମାନ କରିବା ମଧ୍ୟ କଷ୍ଟକର।

Special Story Vegan Village
Advertisment
Advertisment