• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଓଲଟିଲା ରାଫେଲ ବାଜି, ବିଜେପି ଟାର୍ଗେଟରେ କଂଗ୍ରେସ ।

  • ୨୦୦୭-୧୨ ମଧ୍ୟରେ ୬୫ କୋଟି କିକ୍‌ବ୍ୟାକ୍‌ ନେଇ ଫରାସୀ ପତ୍ରିକାରେ ରିପୋର୍ଟ ।

  • କାହିଁକି ସିବିଆଇ କି ଇଡି ତଦନ୍ତ କରାଇନଥିଲେ ମୋଦି ସରକାର-କଂଗ୍ରେସ ।

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ରାଫେଲ୍ ଡିଲ୍ । ଘୋଟାଲା ଅଭିଯୋଗକୁ ନେଇ ପୁଣି ତେଜିଛି ଘମାସାନ୍ । ତେବେ ଏଥର ବାଜି ଓଲଟି ଯାଇଛି । ଏଥର ବିଜେପିର ପଲ୍ଲା ଭାରି । ପୂର୍ବରୁ ସଂସଦଠୁ ଆରମ୍ଭ କରି ଜନସଭା ଯାଏଁ, ସବୁଠି ରାଫେଲ୍ ପ୍ରସଙ୍ଗରେ କଂଗ୍ରେସ ବିଜେପିକୁ ଟାର୍ଗେଟ୍ କରୁଥିବା ବେଳେ, ଏବେ ନିଜେ କଂଗ୍ରେସ ନିଶାନାକୁ ଆସିଯାଇଛି । ୨୦୦୭ରୁ ୨୦୧୨ ଅର୍ଥାତ୍ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ବେଳେ ରାଫେଲ୍ ଡିଲ୍‌ରେ ୬୫ କୋଟି ଟଙ୍କା କିକ୍‌ବ୍ୟାକ୍ ହୋଇଥିବା ଖବର ପ୍ରକାଶ ପାଇବା ପରେ କଂଗ୍ରେସକୁ କଡ଼ା ସମାଲୋଚନା କରିଛି ବିଜେପି ।

ରାଫେଲ୍ ଡିଲ୍‌ରେ କମିଶନ୍‌ ଚୋରି ଅଭିଯୋଗରେ କଂଗ୍ରେସକୁ ବିଜେପି କଡ଼ା ସମାଲୋଚନା କରିଛି । INC ଅର୍ଥ ଇଣ୍ଡିଆନ୍ ନ୍ୟାସନାଲ୍ କଂଗ୍ରେସ ନୁହେଁ, ଆଇ ନିଡ୍ କମିଶନ୍ ବୋଲି କଟାକ୍ଷ କରିଛନ୍ତି ବିଜେପି ମୁଖପାତ୍ର ସମ୍ବିତ ପାତ୍ର । ୨୦୧୯ ନିର୍ବାଚନ ପୂର୍ବରୁ ରାଫେଲ୍ ଡିଲ୍‌କୁ ନେଇ ବିଜେପିକୁ ହରଡ଼ଘଣାରେ ପକାଇବାକୁ ଭରପୁର ପ୍ରୟାସ କରିଥିଲେ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ । ତେବେ ଫ୍ରାନ୍ସ ପତ୍ରିକା ମିଡିଆପାର୍ଟର ସଦ୍ୟତମ ରିପୋର୍ଟରେ ପ୍ରକାଶ ପାଇଛି ଚାଞ୍ଚଲ୍ୟକର ତଥ୍ୟ । ରାଫେଲ୍ ଫାଇଟର୍ ଜେଟ୍ ନିର୍ମାତା ଦାସୋ ଏଭିଏସନ୍ ଭାରତକୁ ବିମାନ ବିକିବା ଲାଗି, ୨୦୦୭ରୁ ୨୦୧୨ ଭିତରେ ସୁଶେନ୍ ଗୁପ୍ତା ନାମକ ଜଣେ ଦଲାଲ୍‌କୁ ମରିସସ୍‌ରେ ସାଢ଼େ ୭ ମିଲିୟନ୍ ୟୁରୋ ବା ପ୍ରାୟ ୬୫ କୋଟି ଟଙ୍କା ଦେଇଥିଲା ଏବଂ ଜାଲ୍ ବିଲ୍ ଜରିଆରେ ଏହି ଟଙ୍କା ପରିଶୋଧ କରାଯାଇଥିଲା ।

୨୦୦୭ରୁ ୨୦୧୨ ବେଳେ ଭାରତରେ କଂଗ୍ରେସ ନେତୃତ୍ୱଧୀନ ୟୁପିଏ ସରକାର କ୍ଷମତାରେ ଥିବାରୁ ବିଜେପି ଖଡ୍‌ଗହସ୍ତ ହୋଇଛି । କମିଶନ ପାଇଁ ମୂଲଚାଲ ଯୋଗୁଁ ରାଫେଲ୍ ଡିଲ୍ କଂଗ୍ରେସ ଅମଳରେ ୧୦ ବର୍ଷ ଗଡ଼ିଥିଲା ବୋଲି ଅଭିଯୋଗ କରିଛି ବିଜେପି । ଏଥିସହ କଂଗ୍ରେସ ପାର୍ଟି ଜାଣିଶୁଣି ୨୦୧୯ ନିର୍ବାଚନ ବେଳେ ରାଫେଲ୍‌କୁ ନେଇ ଭ୍ରମର ବାତାବରଣ ସୃଷ୍ଟି କରିବାକୁ ଅପଚେଷ୍ଟା କରୁଥିବା ବୋଲି ମଧ୍ୟ ଆକ୍ଷେପ କରିଛି ।

ସେପଟେ କଂଗ୍ରେସ ବି ରାଫେଲ୍ ପ୍ରସଙ୍ଗକୁ ନେଇ ନଛଡୋବନ୍ଧା । ମିଡିଆପାର୍ଟର ରିପୋର୍ଟକୁ ଆଧାର କରି ଦଳ ଅଭିଯୋଗ ଆଣିିଛି ଯେ, ବିଜେପି ସରକାର ଜାଣିଶୁଣି ଏହି ଦୁର୍ନୀତିକୁ ଚାପି ଦେଇଥିଲେ । ୨୦୦୭ରୁ ୧୨ ଭିତରେ ହୋଇଥିବା କିକ୍‌ବ୍ୟାକ୍ ସଂପର୍କିତ ତଥ୍ୟ ପ୍ରମାଣ ୨୦୧୮ ଅକ୍ଟୋବର ସୁଦ୍ଧା ସିବିଆଇ ଓ ଇଡି ହାତରେ ଲାଗିସାରିଥିଲା । ଅଥଚ ଏହାର ତଦନ୍ତ କାହିଁକି କରାନଗଲା ବୋଲି ପଚାରିଛନ୍ତି କଂଗ୍ରେସ ମୁଖପାତ୍ର ପବନ ଖେରା । ରାହୁଲ ବି ଟୁଇଟ୍ କରି କେନ୍ଦ୍ର ସରକାର ବିରୋଧରେ ଲଢ଼େଇ ଜାରି ରଖିବାକୁ କଂଗ୍ରେସ ସାଥୀଙ୍କୁ ଆହ୍ୱାନ ଦେଇଛନ୍ତି । ରାଫେଲ୍ ଡିଲ୍‌ରେ କମିଶନି ନେଇଥିବା ସୁଶେନ୍ ଗୁପ୍ତା, ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ମହାଘୋଟାଲାର ବି ମୁଖ୍ୟ ଅଭିଯୁକ୍ତ ।