/odishatv-khabar/media/post_attachments/uploadimage/library/16_9/16_9_0/IMAGE_1645415239.jpg)
2 Critically Injuried In Clash Of Two Factions Of A Party In Choudwar's Bada Samantapur Panchayat
ପଞ୍ଚାୟତ ନିର୍ବାଚନ ପୂର୍ବରୁ ପ୍ରାକ୍ ନିର୍ବାଚନୀ ହିଂସା । କଟକ ଚୌଦ୍ଵାର ଥାନା ଅନ୍ତର୍ଗତ ବଡସାମନ୍ତପୁର ପଞ୍ଚାୟତରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା । ଗତକାଲି ବିଳମ୍ୱିତ ରାତିରେ ଗୋଟିଏ ଦଳର ଦୁଇ ଗୋଷ୍ଠୀ ମଧ୍ୟରେ ମାର୍ପିଟ୍ ହୋଇଛନ୍ତି ।
ସୂଚନା ଅନୁସାରେ , ବିଜେଡିର ସନ୍ତୁଷ୍ଟ ଗୋଷ୍ଠୀ ଓ ଅସନ୍ତୁଷ୍ଟ ଗୋଷ୍ଠୀ ମଧ୍ୟରେ ଏହି ଗଣ୍ଡଗୋଳ ହୋଇଛି । ବିଜେଡିର ଅସନ୍ତୁଷ୍ଟ ଗୋଷ୍ଠୀ ବିରୁଦ୍ଧରେ ଟଙ୍କା ବାଣ୍ଟିବା ନେଇ ଅଭିଯୋଗ ହୋଇଥିଲା । ଯାହାକୁ ବିଜେଡ଼ିର ସନ୍ତୁଷ୍ଠ ଗୋଷ୍ଠୀର ଲୋକେ ବିରୋଧ କରିଥିଲେ । ଘଟଣାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ମାର୍ପିଟ୍ ହୋଇଥିଲେ ।
ଏଥିରେ ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀ ଲୋକଙ୍କୁ ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି । ଯାହା କାରଣରୁ ବିଜେଡି ଗୋଷ୍ଠୀର ୩ ଜଣଙ୍କ ମୁଣ୍ଡ ଫାଟିଥିବାର ଜଣାପଡ଼ିଛି । ଗୁରୁତର ଅବସ୍ଥାରେ ସେମାନଙ୍କୁ କଟକ ବଡ ମେଡିକାଲ୍ରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ସେମାନେ ଚିକିତ୍ସିତ ହେଉଥିବାର ସୂଚନା ମିଳିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)