Advertisment

ଟ୍ରେଲର ପଛରେ ପିଟି ହେଲା ବସ୍‌, ଗାଡ଼ିରେ ଥିଲେ ୩୫ ଯାତ୍ରୀ

ଟ୍ରେଲର ପଛରେ ପିଟି ହେଲା ବସ୍‌। ଦୁର୍ଘଟଣାରେ ଟ୍ରେଲରର ଡ୍ରାଇଭର କ୍ୟାବିନ ଛାତ ସମ୍ପୂର୍ଣ୍ଣ ଚୂରମାର୍‌ ହୋଇ ଯାଇ ଥିବାବେଳେ କିଛି କ୍ଷୟକ୍ଷତି ହୋଇ ନ ଥିବା ଜଣାପଡ଼ିଛି।

author-image
Rajalaxmi Sahoo
Road Accident

Road Accident

ଟ୍ରେଲର ପଛରେ ପିଟି ହେଲା ବସ୍‌। କଟକ ଟାଙ୍ଗୀ ୧୬ନଂ ଜାତୀୟ ରାଜପଥ ବଇଁଚୁଆ ନିକଟରେ ଆଜି ଅପରାହ୍ଣରେ ଏହି ଦୁର୍ଘଟଣା ଘଟିଛି। ‘ମାତୃକରୁଣା’ ନାମକ ଏକ ଘରୋଇ ବସ୍‌ ଏକ ଟ୍ରେଲର ପଛରେ ପିଟି ହୋଇଯାଇଥିଲା। ଦୁର୍ଘଟଣାରେ ଟ୍ରେଲରର ଡ୍ରାଇଭର କ୍ୟାବିନ ଛାତ ସମ୍ପୂର୍ଣ୍ଣ ଚୂରମାର୍‌ ହୋଇ ଯାଇ ଥିବାବେଳେ କିଛି କ୍ଷୟକ୍ଷତି ହୋଇ ନ ଥିବା ଜଣାପଡ଼ିଛି।

Advertisment

ସୂଚନାଯୋଗ୍ୟ, ‘ମାତୃକରୁଣା’ ନାମକ ଏକ ଘରୋଇ ବସ୍‌ ଆଜି କଟକରୁ ଯାଜପୁର ଆଡ଼କୁ ଯାଉଥିଲା। ଏହି ସମୟରେ ବଇଁଚୁଆ ନିକଟରେ ବସ୍‌ଟି ଏକ ଟ୍ରେଲର ପଛରେ ପିଟି ହୋଇଯାଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଟ୍ରେଲରରେ ଥିବା ଲୁହା ପାଇପ୍‌ କ୍ୟାବିନ ଭାଙ୍ଗି ଆଗକୁ ବାହାରି ଯାଇଥିଲା। ବହୁତ ପାଇପ୍‌ ରାସ୍ତା ସାରା ବିଛାଇ ହୋଇ ପଡ଼ିଥିଲା।

ମାତ୍ର ଏହି ଦୁର୍ଘଟଣାରେ ଟ୍ରେଲର ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ବସ୍‌ରେ ପ୍ରାୟ ୩୫ ଜଣ ଯାତ୍ରୀ ଥିଲେ ଓ ସୌଭାଗ୍ୟବଶତଃ ସମସ୍ତେ ସୁରକ୍ଷିତ ଅଛନ୍ତି। 

Advertisment

ବଡ଼ ବଡ଼ ଲୁହା ପାଇପ୍‌ ରାସ୍ତା ସାରା ବିଛାଇ ହୋଇ ପଡ଼ିଥିବାରୁ ୨ଘଣ୍ଟା ଧରି ରାଜପଥର ଏକ ପାଖରେ ଯାନବାହାନ ଚଳାଚଳ ଠପ୍ ହୋଇଯାଇଥିଲା। ଟାଙ୍ଗୀ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କୁ ଅନ୍ୟ ବସ୍‌ରେ ଗନ୍ତବ୍ୟ ସ୍ଥଳ ଅଭିମୁଖେ ପଠାଇଥିଲେ। ପରେ ପାଇପ୍‌ ଉଠାଯିବା ପରେ ଯାନବାହାନ ଚଳାଚଳ ସ୍ୱାଭାବିକ ହୋଇଛି।

Bus Accident Road Accident
Advertisment
Advertisment