/odishatv-khabar/media/post_attachments/uploadimage/library/16_9/16_9_0/VOTE_1643218643.jpg)
VOTE
ବ୍ରହ୍ମପୁର, କଟକ, ଭୁବନେଶ୍ୱର ପାଇଁ ଚୂଡ଼ାନ୍ତ ଓ୍ୱାର୍ଡ ସୀମା ନିର୍ଦ୍ଧାରଣ । ସୀମା ନିର୍ଦ୍ଧାରଣ ସହ ପ୍ରକାଶ ପାଇଲା ଚୂଡ଼ାନ୍ତ ସଂରକ୍ଷଣ ତାଲିକା । ବ୍ରହ୍ମପୁରର ମୋଟ୍ ୪୨ଟି ଓ୍ୱାର୍ଡରୁ ୨୩ଟି ଓ୍ୱାର୍ଡ ସଂରକ୍ଷିତ ରହିଛି । ସେହିଭଳି କଟକରେ ମୋଟ୍ ୫୯ଟି ଓ୍ୱାର୍ଡରୁ ୩୩ଟି ୱାର୍ଡ ସଂରକ୍ଷିତ ରହିଥିବା ବେଳେ ଭୁବନେଶ୍ୱରର ୬୭ଟି ଓ୍ୱାର୍ଡରୁ ୩୮ଟି ୱାର୍ଡ ସଂରକ୍ଷିତ ନେଇ ତାଲିକା ପ୍ରକାଶ ପାଇଛି ।
Advertisment
ତେବେ ଏହି ୩ ମଳହାନଗର ନିଗମ ତଥା ଭୁବନେଶ୍ୱର, କଟକ, ବ୍ରହ୍ମପୁର ମେୟର ପଦବୀ ପାଇଁ ମଧ୍ୟ ସଂରକ୍ଷଣ ଚୂଡ଼ାନ୍ତ ହୋଇଛି । ନଗର ଓ ଉନ୍ନୟନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଭୁବନେଶ୍ୱର ଓ ବ୍ରହ୍ମପୁର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ବେଳେ କଟକ ମେୟର ପଦବୀ ଅଣସଂରକ୍ଷିତ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)