Advertisment

ଭାରସାମ୍ୟ ହରାଇ ସ୍କୁଟିରୁ ତଳେ ପଡ଼ିଗଲେ; ଫାଟିଗଲା ମୋବାଇଲ୍‌, ହେଲା ଏମିତି ଅବସ୍ଥା...

ମୋବାଇଲ ଫାଟି ଯିବା ଯୋଗୁ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଭାରସାମ୍ୟ ହରାଇ ଗାଡ଼ିରୁ ତଳେ ପଡ଼ି ଯାଇଥିଲେ। ଫଳରେ ତାଙ୍କ ପକେଟ୍‌ରେ ଥିବା ମୋବାଇଲ ଫୋନ୍ ଫାଟି ଯାଇଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Mobile Blast

Mobile Blast

ମୋବାଇଲ ଫାଟି ଯିବା ଯୋଗୁ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଟାଙ୍ଗୀ ହରିଅନ୍ତା ପଞ୍ଚାୟତ ତେରୁଆଁ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଆହତ ଯୁବକଙ୍କ ନାଁ କାହ୍ନୁ ଚରଣ ବେହେରା। ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି।

Advertisment

ସୂଚନା ଅନୁସାରେ, କାହ୍ନୁ ଚରଣ ସ୍କୁଟିରେ ମଙ୍ଗୁଳି ଛକରୁ ଘରକୁ ଯାଉଥିଲେ। ଏହି ସମୟରେ ସେ ଭାରସାମ୍ୟ ହରାଇ ତେରୁଆଁ ଗାଁ ନିକଟରେ ଗାଡ଼ିରୁ ତଳେ ପଡ଼ି ଯାଇଥିଲେ। ଫଳରେ ତାଙ୍କ ପକେଟ୍‌ରେ ଥିବା ମୋବାଇଲ ଫୋନ୍ ଫାଟି ଯାଇଥିଲା। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ଚିକିତ୍ସା ଚାଲିଛି। 

ଆହତ କାହ୍ନୁ ଚରଣଙ୍କ ଭାଇ ଘଟଣାକୁ ନେଇ କହିଛନ୍ତି, ‘ମୋ ଭାଇ ମଙ୍ଗୁଳିରୁ ଫେରୁ ଥିବାବେଳେ ଗାଡ଼ିର ଚକ ସ୍ଲିପ୍‌ କରିବା ଯୋଗୁ ସେ ତଳେ ପଡ଼ି ଯାଇଥିଲେ। ଏହାପରେ ମୋବାଇଲ୍‌ ଫୋନ୍‌ ଫାଟି ଯାଇଥିଲା। ଫଳରେ ସେ ଗୁରୁତର ଆହତ ହୋଇଛନ୍ତି।’

Advertisment
Mobile Blast
Advertisment
Advertisment