ସାର୍ଥକ ହେଲା ଶ୍ରମ ଦାନ । ଯାହା ଅସମ୍ଭବ କୁହାଯାଉଥିଲା, ତାହାକୁ ସମ୍ଭବ କରି ଦେଖାଇଲେ ଚାଷୀ । ପୁଣି ଜୈବିକ ପଦ୍ଧତିରେ ପଥୁରିଆ ମାଟିରୁ ଉତ୍ପାଦନ କଲେ କ୍ୱିଣ୍ଟାଲ କ୍ୱିଣ୍ଟାଲ ଆଳୁ।
ସାର୍ଥକ ହେଲା ଶ୍ରମ ଦାନ । ଯାହା ଅସମ୍ଭବ କୁହାଯାଉଥିଲା, ତାହାକୁ ସମ୍ଭବ କରି ଦେଖାଇଲେ ଚାଷୀ । ପୁଣି ଜୈବିକ ପଦ୍ଧତିରେ ପଥୁରିଆ ମାଟିରୁ ଉତ୍ପାଦନ କଲେ କ୍ୱିଣ୍ଟାଲ କ୍ୱିଣ୍ଟାଲ ଆଳୁ।
ବିନା ହଳରେ କମ୍ ଖର୍ଚ୍ଚ, କମ୍ ସାର ଓ କମ୍ ପରିଶ୍ରମରେ କରାଯାଉଛି ଆଳୁ ଚାଷ । କଟକ ଜିଲ୍ଲା ତିହୁଡ଼ି ଗାଁରେ ଏହି ଭିନ୍ନ ଚାଷ କରାଯାଇଥିବାର ଦେଖିବାକୁ ମିଳିଛି । ଅନ୍ତର୍ଜାତୀୟ ଆଳୁ କେନ୍ଦ୍ର ସିଆଇପି ଏବଂ ଓଡିଶା ସରକାରଙ୍କ ଉଦ୍ୟାନ ବିଭାଗର ମିଳିତ ଉଦ୍ୟମରେ ଏକ ନୂତନ ପ୍ରଣାଳୀରେ ଆଳୁ ଚାଷ କରାଯାଉଛି ।
ଜମିରେ ଧାଡି ଧାଡି ହୋଇ ଲାଗିଛି ଆଳୁ ଗଛ । ହେଲେ ଗଛଗୁଡିକ ଛନଛନିଆ ବଦଳରେ କେଉଁଠି ପତ୍ର ପୋଡି ଯାଇଛି, କେଉଁଠି ମୁହଁ ମାଡି ପଡିଛି ଗଛ ତ ଆଉ କେଉଁଠି ମାଟି ତଳେ ବିହନ ଗୁଡ଼ିକ ଗଣ୍ଠି ଧରିବା ବଦଳରେ ନଷ୍ଟ ହୋଇଯାଇଛି ।