Advertisment

କଟକରେ କୁମ୍ଭୀର ଆତଙ୍କ; ଭୟଭୀତ ଲୋକେ

କଟକରେ କୁମ୍ଭୀର ଆତଙ୍କ । କଟକର ନୂଆପାଟଣା ଓ ଧବଳେଶ୍ୱର ପୀଠକୁ ସଂଯୋଗ କରୁଥିବା ମଧୁସୂଦନ ସେତୁ ପାଖରେ ଭାସୁଛି ଏକ କୁମ୍ଭୀର । ବନ ବିଭାଗ କର୍ମଚାରୀ, ସ୍ଥାନୀୟ ପୋଲିସ ସହାୟତାରେ କୁମ୍ଭୀରକୁ ଉଦ୍ଧାର ଲାଗି ଉଦ୍ୟମ ଚଳାଇଛନ୍ତି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Locals spot gharial in cuttack

Locals spot gharial in cuttack

କଟକରେ କୁମ୍ଭୀର ଆତଙ୍କ । କଟକର ନୂଆପାଟଣା ଓ ଧବଳେଶ୍ୱର ପୀଠକୁ ସଂଯୋଗ କରୁଥିବା ମଧୁସୂଦନ ସେତୁ ପାଖରେ ଭାସୁଛି ଏକ କୁମ୍ଭୀର । ବନ ବିଭାଗ କର୍ମଚାରୀ, ସ୍ଥାନୀୟ ପୋଲିସ ସହାୟତାରେ କୁମ୍ଭୀରକୁ ଉଦ୍ଧାର ଲାଗି ଉଦ୍ୟମ ଚଳାଇଛନ୍ତି ।

Advertisment

ନୂଆପାଟଣା ନିକଟ ପୋଲ ପାଖ ମହାନଦୀରେ ଭାସୁଥିବା କୁମ୍ଭୀରକୁ ଦେଖି ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି । କୁମ୍ଭୀରଟିର ବେକରେ କୋଲାର ଲାଗିଥିବାରୁ ଏହା ଟିକରପଡ଼ା କୁମ୍ଭୀର ପ୍ରଜନନ କେନ୍ଦ୍ରରୁ ଚାଲି ଆସିଥିବା ଅନୁମାନ କରାଯାଉଛି।

ସେହିପରି, ଗତ ୨୮ ତାରିଖରେ ମଧ୍ୟ କଟକ ମହାନଦୀରେ କୁମ୍ଭୀର ଆତଙ୍କ ଦେଖିବାକୁ ମିଳିଥିଲା । କଟକ ମଧୁସୁଦନ ବ୍ରିଜ ଉପରୁ ମହାନଦୀରେ ଏକ ଘଡିଆଳ କୁମ୍ଭୀର ଦେଖିବାକୁ ମିଳିଥିଲା। ବ୍ରିଜ ଉପରେ ଯାଉଥିବା ଲୋକମାନେ କିଛି ସମୟ ପାଇଁ ଅଟକି ରହି କୁମ୍ଭୀରଟିକୁ ଦେଖୁଥିଲେ। ଫଳରେ ବ୍ରିଜ ଉପରେ ଲୋକଙ୍କ ଭିଡ଼ ବଢିବାରେ ଲାଗିଥିଲା। ଘଡିଆଳ କୁମ୍ଭୀରମାନଙ୍କର ବଂଶ ଦିନକୁ ଦିନ ଲୋପ ପାଇବାରେ ଲାଗିଛି। ଏଭଳି ସ୍ଥିତିରେ ସେମାନଙ୍କ ବଂଶ ବିସ୍ତାର କରିବା ଉଦ୍ଦେଶ୍ୟରେ ମହାନଦୀରେ ମୋଟ ୧୭ଟି ଘଡିଆଳ କୁମ୍ଭୀର ଛଡ଼ାଯାଇଛି ବୋଲି ବନ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

Advertisment

ମୋଟ ୧୭ଟି ଘଡିଆଳ କୁମ୍ଭୀର ମଧ୍ୟରୁ ୪ଟି କୁମ୍ଭୀର ଦେହରେ ଜିପିଏସ୍ ଲଗାଯାଇ ସେମାନଙ୍କ ଗତି ବିଧି ଉପରେ ନଜର ରଖାଯାଉଥିବାବେଳେ ଜିପିଏସ୍ ଲାଗିଥିବା ୪ଟି ଘଡିଆଳ ସୁରକ୍ଷିତ ଥିବା ଜଣାପଡ଼ିଛି । ଏହି କୁମ୍ଭୀରମାନେ ସାଧାରଣଭାବେ ମାଛ ଖାଇ ବଞ୍ଚନ୍ତି। ଏମାନେ ମଣିଷର କୌଣସି କ୍ଷତି କରନ୍ତି ନାହିଁ।

ଏ ନେଇ ବନ ବିଭାଗ ଏବେ ଗାଁ ରୁ ଗାଁ କୁ ବୁଲି ଆତଙ୍କିତ ନ ହେବା ପାଇଁ ଲୋକଙ୍କୁ ସଚେତନ କରୁଛି । ମଧୁସୁଦନ ସେତୁ ନିକଟରେ ଏବେ ୨ଟି ଘଡିଆଳ ରହିଛନ୍ତି ଏବଂ ଆଉ ଦୁଇଟି ବାଙ୍କୀରେ ଦେଖିବାକୁ ମିଳିଛି । ସେମାନେ ମଧ୍ୟ ସଠିକ୍ ଭାବେ ଚଳ ପ୍ରଚଳ କରୁଛନ୍ତି ବୋଲି ଜାଣିବାକୁ ପାଇଛି ବନବିଭାଗ। ତେବେ ବାକି ୧୩ଟି ବାବଦରେ ଜିପିଏସ୍ ଲାଗି ନ ଥିବାରୁ ସେମାନଙ୍କ ସମ୍ପର୍କରେ ତଥ୍ୟ ଦେଇନାହିଁ ବିଭାଗ।।ତଥାପି ସେମାନେ ସଠିକ୍ ଭାବେ ଚଳ ପ୍ରଚଳ କରୁଥିବେ ବୋଲି ଢେର ଆଶାବାଦୀ ବନ ବିଭାଗ।

Gharial In Mahanadi River
Advertisment
Advertisment